ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵାସିଙ୍ଗୀ ଅଂଚଳର ବିଶିଷ୍ଟ ସମାଜସେବୀ/ ଧର୍ମପରାୟଣ ବ୍ୟକ୍ତି ଇଂ ମହେନ୍ଦ୍ର ମହାନ୍ତଙ୍କ ଦେହାନ୍ତ 

ଵାସିଙ୍ଗୀ ଅଂଚଳର ବିଶିଷ୍ଟ ସମାଜସେବୀ/ ଧର୍ମପରାୟଣ ବ୍ୟକ୍ତି ଇଂ ମହେନ୍ଦ୍ର ମହାନ୍ତଙ୍କ ଦେହାନ୍ତ 

  ମୟୂରଭଞ୍ଜ -୨୫/୦୯ ( ମସିହା) ମୟୁରଭଞ୍ଜ ଜିଲ୍ଲାର ଵହଳଦା ଵ୍ଳକ ଅନ୍ତର୍ଗତ ଵାସିଙ୍ଗୀ ଗ୍ରାମର ବିଶିଷ୍ଟ ସମାଜସେବୀ/ ଧର୍ମପରାୟଣ ବ୍ୟକ୍ତି ଇଂ ମହେନ୍ଦ୍ର ମହାନ୍ତ(୬୬)ଙ୍କ ଭୂବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ଅନ୍ତିମ ସମୟ ରେ ତାଙ୍କର ଧର୍ମପତ୍ନୀ ଲୀଳାବତୀ ମହାନ୍ତ,ଝିଅ ବେଡି,ଛବି,ଦୀପା,ସୀମା ପୁତ୍ର ବାପୁନ୍,ମଝିଆ ଭାଇ ସୁରେନ୍ଦ୍ର, ଜୋଇଁ ମାନେ ଉପସ୍ଥିତ ଥିଲେ । ତାଙ୍କୟ ଦେହାନ୍ତ ଖବର ପାଇ ଶୁଭେଛୁ,ଆତ୍ମୀୟ,ପରିଜନ ତାଙ୍କ ଵାସିଙ୍ଗୀ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ ସହ ତାଙ୍କର ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ । ତାଙ୍କର ଶେଷକୃତ୍ୟ ଗ୍ରାମ ଶ୍ମଶାନରେ କରାଯାଇଥିଲା । ସୂଚନାଯୋଗ୍ୟ ୧୯୮୧ ମସିହାରେ ସେ ଶିଳ୍ପ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ ପରେ ପଦୋନ୍ନତି ପାଇ ସହକାରୀ ଯନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ।ପରେ ୨୦୧୯ ରେ ଅବସର ନେଇଥିଲେ । ତାଙ୍କର ଚାକିରି ସମୟରେ ସେ ବହୁ ମନ୍ଦିର ର କାରୁକାର୍ଯ୍ୟ ସୁଚାରୁରୂପେ ସମ୍ପାଦନା କରିଥିଲେ ।ସେ ଜଣେ ଦେବୀ ମା’ ମନସାଙ୍କ ପରମ ପୂଜକ ଥିଲେ ।ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହିତ ସେ ସେବାରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ଦେହାନ୍ତରେ ସମଗ୍ର ଵାମନଘାଟୀ ଅଂଚଳରେ ଶୋକରେ ଛାୟା ଖେଳିଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନୂଆପଡା ସଦର ତହସିଲ ଅଫିସ ସମ୍ମୁଖ ରେ ଯୁବକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

Sunil Chandra Nayak

ଡାବୁଗାଁରେ ଅଗ୍ନିସେବା ସପ୍ତାହ ପାଳିତ

masiha

ଆଜି ଯୀଶୁଙ୍କ ପୁନରୁଥାନ ଦିବସ ପାଳନ କଲେ ଚର୍ଚ୍ଚରେ କ୍ରିଷ୍ଟ ଧର୍ମବଲମ୍ବି 

masiha

Leave a Comment

error: Content is protected !!