ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀଅରବିନ୍ଦଙ୍କ ପବିତ୍ର ଶ୍ରୀତନୁ ପ୍ରତିଷ୍ଠାର ୩୪ ତମ ବାର୍ଷିକୋତ୍ସବ ପାଳିତ

ରାଉରକେଲା/ ସ୍ଥାନୀୟ ସେକଟର ୫ ସ୍ଥିତ ଶ୍ରୀଅରବିନ୍ଦ ଯୋଗମନ୍ଦିର ରେ ଶ୍ରୀ ଅରବିନ୍ଦଙ୍କ ପବିତ୍ର ଶ୍ରୀତନୁ ସ୍ମାରକୀ ପ୍ରତିଷ୍ଠାର ୩୪ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବର ଉଦଘାଟନୀ ସନ୍ଧ୍ୟା ରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସୁପର ସ୍ପେଶାଲିଟି ହସ୍ପିଟାଲ ର ନିର୍ଦ୍ଦେଶକ ସ୍ୱରୂପ ପାଣିଗ୍ରାହୀ ଏହି ଅବସରରେ ହୋଇଥିବା ଆଧ୍ୟାତ୍ମିକ ଆଲୋଚନାର ବରେଣ୍ୟ ଆଲୋଚକ ଦ୍ୱୟ ଥିଲେ ମାତୃପ୍ରେମୀ ଭାଗିରଥି ମହାପାତ୍ର ଓ ରମେଶ ଚନ୍ଦ୍ର ସାହୁ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାତୃପ୍ରେମୀ ଚିତ୍ତରଞ୍ଜନ ନନ୍ଦୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଶ୍ରୀଅରବିନ୍ଦ ଯୋଗମନ୍ଦିର ର ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଓ ଏହି ଅବସରରେ ଶ୍ରୀ ଅରବିନ୍ଦ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ତଥା ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବର ଦ୍ଵିତୀୟ ଦିବସ ର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା ଘୋଷ ଦାଦାଙ୍କ ଦ୍ୱାରା ଶ୍ରୀ ଅରବିନ୍ଦଙ୍କ ରଚିତ “ସାବିତ୍ରୀ” ପଠନ ରୁ ତଥା ମାତୃପ୍ରେମୀ ଭାଗିରଥି ପାଣିଗ୍ରାହୀ ଙ୍କ ଶ୍ରୀଅରବିନ୍ଦ ଙ୍କ ଶ୍ରୀତନୁ ସ୍ମାରକୀ ପ୍ରତିଷ୍ଠାର ନିଜସ୍ୱ ଅନୁଭୂତି ବାଢିଥିଲେ। ପରେ ପରେ ଶ୍ରୀମା ଙ୍କ ରଚିତ “ଚିରନ୍ତନି ” ପୁସ୍ତକ ର ଚାରୋଟି ବିଷୟ ଉପରେ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଅଞ୍ଜଳି ମହାନ୍ତି, ବନ୍ଦନା ଦାସ, ସୁଶାନ୍ତ ରାଉତ ଓ ଗୀତାରାଣୀ ବେହେରା ଅଂଶଗ୍ରହଣ କରିଥିଲା ବେଳେ ଵିଷୟ ବସ୍ତୁର ସାରାଂଶ ଉପସ୍ଥାପନ କରିଥିଲେ ରମେଶ ଚନ୍ଦ୍ର ସାହୁ । ଅଧିବେଶନ ଆରମ୍ଭ ରେ ସ୍ୱାଗତ ଭାଷଣ ଦେଇଥିଲେ ନଳିନୀପ୍ରଭା ପଟ୍ଟନାୟକ ଓ ସଂଯୋଜନା କରିଥିଲେ ବିଶ୍ୱନାଥ ଆଇଚ। ଉଦଯାପନୀ ଅଧିବେଶନ ଆରମ୍ଭ ହୋଇଥିଲା “ବ୍ୟକ୍ତିସତ୍ତା ଗଠନ ପାଇଁ ପୂର୍ଣ୍ଣାଙ୍ଗଶିକ୍ଷା”ଶୀର୍ଷକ କର୍ମଶାଳା ରୁ । ଏହି କର୍ମଶାଳାକୁ ଚାରୋଟି ଦଳରେ ବିଭକ୍ତ କରି ସେଥିରେ ହୋଇଥିବା ଆଲୋଚନା ର ନିର୍ଯାସ କୁ ଶେଷରେ ଉପସ୍ଥାପନ କରା ଯାଇଥିଲା । କର୍ମଶାଳାର ଆଲୋଚନା ଭାଗିରଥି ମହାପାତ୍ର କରିଥିଲା ବେଳେ ଡକ୍ଟର କିଶୋରୀ ଦାଶ ପ୍ରାରମ୍ଭିକ ଅଭିଭାଷଣ ଦେବା ସହିତ କର୍ମଶାଳା କୁ ସଂଚାଳନ କରିଥିଲେ ଓ ଭାଗ୍ୟଲତା ସେଠି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବରେ ରଂଜିତ ଦାଶ,ଡାକ୍ତର ରାଜ୍ୟବର୍ଧନ ପଟ୍ଟନାୟକ,ଅରୂପ ସୁବୁଦ୍ଧି,ବିଭବ ଦାସ, ରତ୍ନାକର ସେଠି, ଅଜୟ ସ୍ୱାଇଁ, ଭାସ୍କର ପଶlୟତ ତଥା ଶ୍ରୀଅରବିନ୍ଦ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନ୍ତରିକ ସହଯୋଗ କରିଥିଲେ । ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ଲାଞ୍ଜିଗଡ ବ୍ଲକ ଗସ୍ତରେ ଜଳଶକ୍ତି ଅଭିଯାନର ନୋଡାଲ ଅଫିସର , ସାମିଲ ହେଲା ଜିଲ୍ଲା ଓ ବ୍ଲକ ପ୍ରଶାସନ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଲାଗେ ଭାରି ଭଲଲାଗେ

ଘାଟି ରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ଯାତାୟତ ବାଧା ପ୍ରାପ୍ତ 

Sunil Chandra Nayak

Leave a Comment

error: Content is protected !!