ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାଲ ଜନଜାତି ଜମି ପଟ୍ଟା ରଦ୍ଦ କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର 

ଜାଲ ଜନଜାତି ଜମି ପଟ୍ଟା ରଦ୍ଦ କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର 

ଡାବୁଗାଁ, ୨୬/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଭାରତୀୟ ଭତରା ବିକାଶ ପରିଷଦ ତରଫରୁ ଜାଲ ଜନଜାତି ଜମି ପଟ୍ଟା ରଦ୍ଦ କରିବା ପାଇଁ ଡାବୁଗାଁ ତହସିଲଦାର ହରିଓମ ଭୋଇ ଙ୍କୁ ଏକ ଦାବିପତ୍ର ଗୁରୁବାର ପ୍ରଦାନ କରାଯାଇଛି | କୋରାପୁଟ ଜିଲା ର ଜୟପୁର ସହର ର ପାରାବେଡ଼ା ନିବାସୀ ପ୍ରଭୁଦାନ ଭତ୍ରା, ପିତା – ଉରିଆ ଭତ୍ରା ପ୍ରକୃତରେ ହେଉଛନ୍ତି ସଂଖ୍ୟାଲଘୁ ସଂମ୍ପ୍ରଦାୟ ର ବ୍ୟକ୍ତି ଅଟନ୍ତି | ବର୍ତ୍ତମାନ ସେ ଡାବୁଗାଁ ନିବାସୀ ଚମ୍ପା ସଉର, ସ୍ଵାମୀ- ବୁଦୁରୁ ସଉରା ଙ୍କ ଠାରୁ ଜମି କିଣି ରେଜିଷ୍ଟେସନ ନିମନ୍ତେ ଡାବୁଗାଁ ତହସିଲଦାରଙ୍କ ନିକଟରେ ଆବେଦନ କରିଛନ୍ତି | କ୍ରେତା ପ୍ରକୃତରେ ଡମ୍ବ ଖ୍ରୀଷ୍ଟିୟାନ ସଂମ୍ପ୍ରଦାୟର ହୋଇଥିବା ସତ୍ତ୍ୱେ ଉକ୍ତ ଆଦିବାସୀ ସଂପ୍ରଦାୟର ଜମିକୁ କିପରି କ୍ରୟ ନିମନ୍ତେ ଡାବୁଗାଁ ତହସିଲଦାର ଙ୍କ ଦ୍ଵାରା ଆଦେଶନାମା ଜାରି କରାଗଲା | ଉକ୍ତ ଜମିର କ୍ରେତା ଙ୍କ ନାମରେ ହେଉଥିବା ପଟ୍ଟାକୁ ରଦ୍ଦ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ଡାବୁଗାଁ ବ୍ଲକ ସଭାପତି ମୋହନ ନାୟକ, ହିରଣ୍ୟ ମାଝି, ଧନସିଂ ଭତ୍ରା, ରମେଶ ମାଝି, ଦୟାନିଧି ଭତ୍ରା, ରାମକୁମାର ଗଣ୍ଡ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସହୀଦ ଦିବସରେ ଦେଶମାତୃକା ପାଇଁ ଆତ୍ମ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ନିମନ୍ତେ ନିରୋବ ପ୍ରାର୍ଥନା

masiha

ମା ଭଗବତୀ ପୂଜକ ଦେହାନ୍ତ 

Sunil Chandra Nayak

ଏମିତି ପୁଅ ଜନ୍ମ କରିବା ଅପେକ୍ଷା ନିଃସନ୍ତାନ ରହିବା ଭଲ

Sunil Chandra Nayak

Leave a Comment

error: Content is protected !!