ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଏକ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପ୍ରଫେସର ଭୁବନେଶ୍ୱର ବେହେରା ଙ୍କ ଏକ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଯୁବ ରେଡ଼କ୍ରସ, ପଞ୍ଚାୟତ ମହାବିଦ୍ୟାଳୟର ରେଡ଼ ରିବନ କ୍ଲବ ଓ ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ର ମିଳିତ ଉଦ୍ୟମରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଧର୍ମଗଡ଼ ଡ଼ିଏସପି ଧିରଜ ଚୋପଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସହ ଜିଲ୍ଲାପାଳ ଚିନ୍ମୟ ନାୟକ,ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଚେମ୍ବର ଅପ କମର୍ସ ସଭାପତି ଵିଦ୍ୟାଧର ସାହୁ, ମହାବିଦ୍ୟାଳୟ ର ଅଧ୍ୟକ୍ଷ କାଳିଆ ଗଞ୍ଜନ ସାହୁ,କେମିଷ୍ଟ୍ରି ଏଣ୍ଡ ଡ୍ରଗିଷ୍ଟ ସମ୍ପାଦକ ହୃଷିକେଶ ମିଶ୍ର ସଂମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବ ରେଡ଼କ୍ରସ ର ଉପଦେଷ୍ଟା ଅଧ୍ୟାପକ ସରୋଜ କୁମାର ପଣ୍ଡା, ଅଧ୍ୟାପକ ଲିଙ୍ଗରାଜ ମିଶ୍ର,ଅଧ୍ୟାପକ ରାଜେଶ କୁମାର ମୁଣ୍ଡ,ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ, କ୍ୟାପଟେନ ଭବାନୀ ପଣ୍ଡା, ଡ଼ ପ୍ରଭାତ କୁମାର ଶୁକ୍ଳା, ମଡ଼ର୍ଣ୍ଣ ଡିଗ୍ରୀ କଲେଜର ଅଧ୍ୟକ୍ଷା ଦୀପିକା ରାଣୀ ଦାସ,ଅଧ୍ୟାପିକା ଅନିତା ସାହୁ ପ୍ରମୁଖ ସହଯୋଗ କରିଥିଲେ।ଯୁବ ରେଡ଼ କ୍ରସ ର ଜିଲ୍ଲା ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡା ଓ ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ସମ୍ପାଦକ ଅବିନାଶ ମୁଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ଶିବିରରେ ୫୦ ୟୁନିଟ ରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରାଯିବାର ଲକ୍ଷ ରଖାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ

Sunil Chandra Nayak

ନିଆଁ ରେ ପୋଡ଼ି ବୃଦ୍ଧା ମୃତ 

Sunil Chandra Nayak

ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତାଦାବୀ ନେଇ ପର୍ବତାରୋହଣ

Sunil Chandra Nayak

Leave a Comment

error: Content is protected !!