ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଏକ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପ୍ରଫେସର ଭୁବନେଶ୍ୱର ବେହେରା ଙ୍କ ଏକ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଯୁବ ରେଡ଼କ୍ରସ, ପଞ୍ଚାୟତ ମହାବିଦ୍ୟାଳୟର ରେଡ଼ ରିବନ କ୍ଲବ ଓ ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ର ମିଳିତ ଉଦ୍ୟମରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଧର୍ମଗଡ଼ ଡ଼ିଏସପି ଧିରଜ ଚୋପଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସହ ଜିଲ୍ଲାପାଳ ଚିନ୍ମୟ ନାୟକ,ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଚେମ୍ବର ଅପ କମର୍ସ ସଭାପତି ଵିଦ୍ୟାଧର ସାହୁ, ମହାବିଦ୍ୟାଳୟ ର ଅଧ୍ୟକ୍ଷ କାଳିଆ ଗଞ୍ଜନ ସାହୁ,କେମିଷ୍ଟ୍ରି ଏଣ୍ଡ ଡ୍ରଗିଷ୍ଟ ସମ୍ପାଦକ ହୃଷିକେଶ ମିଶ୍ର ସଂମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବ ରେଡ଼କ୍ରସ ର ଉପଦେଷ୍ଟା ଅଧ୍ୟାପକ ସରୋଜ କୁମାର ପଣ୍ଡା, ଅଧ୍ୟାପକ ଲିଙ୍ଗରାଜ ମିଶ୍ର,ଅଧ୍ୟାପକ ରାଜେଶ କୁମାର ମୁଣ୍ଡ,ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ, କ୍ୟାପଟେନ ଭବାନୀ ପଣ୍ଡା, ଡ଼ ପ୍ରଭାତ କୁମାର ଶୁକ୍ଳା, ମଡ଼ର୍ଣ୍ଣ ଡିଗ୍ରୀ କଲେଜର ଅଧ୍ୟକ୍ଷା ଦୀପିକା ରାଣୀ ଦାସ,ଅଧ୍ୟାପିକା ଅନିତା ସାହୁ ପ୍ରମୁଖ ସହଯୋଗ କରିଥିଲେ।ଯୁବ ରେଡ଼ କ୍ରସ ର ଜିଲ୍ଲା ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡା ଓ ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ସମ୍ପାଦକ ଅବିନାଶ ମୁଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ଶିବିରରେ ୫୦ ୟୁନିଟ ରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରାଯିବାର ଲକ୍ଷ ରଖାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପୁଣି ମହଙ୍ଗା ମାଡ,ମହଙ୍ଗା ହେଲା ତୃତୀୟ ପକ୍ଷ ବୀମା, ଗାଡି କିଣିବାକୁ ଖର୍ଚ୍ଚ କରିବେ ଅଧିକ ଟଙ୍କା

Leave a Comment

error: Content is protected !!