ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ମହିଳାଙ୍କ ସୁରକ୍ଷା ପାଇଁ ସାମାଜିକ ସଂଗଠନ ଗୁଡ଼ିକ ର ସ୍ୱର ଉତ୍ତୋଳନ 

ରାଉରକେଲାରେ ମହିଳାଙ୍କ ସୁରକ୍ଷା ପାଇଁ ସାମାଜିକ ସଂଗଠନ ଗୁଡ଼ିକ ର ସ୍ୱର ଉତ୍ତୋଳନ 

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲା ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ସହ ମହିଳା ଶିଶୁ ମାନଙ୍କ ପ୍ରତି ବ୍ୟଭିଚାର, ଦୁଷ୍କର୍ମ ଆଦି ବଢି ଚାଲିଛି। ସମ୍ପ୍ରତି ଏଭଳି ଅବସ୍ଥା ହୋଇଛି ଯେ ମହିଳାମାନେ ଏକୁଟିଆ କୈାଣସି ସ୍ଥାନକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। କର୍ମକ୍ଷେତ୍ରରେ ହେଉ ବା ଶିକ୍ଷାନୁଷ୍ଠାନ ରେ, ସବୁସ୍ଥାନରେ ମହିଳାଙ୍କ ପ୍ରତି ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି। ଯାହା ଏକ ସୁସ୍ଥ ସମାଜ ପାଇଁ ଆଦୈ। ଶୁଭଙ୍କର ନୁହେଁ। ସେହିପରି ସହରରେ ହତ୍ୟା,ଚୋରି, ଲୁଣ୍ଠନ ଆଦି ବୃଦ୍ଧି ପାଇବାରେ ଲାଗିଛି। କହିବାକୁ ଗଲେ ସହର ପ୍ରଶାସନ ଓ ପୁଲିସ ପ୍ରଶାସନ ର ସ୍ଥାଣୁତା ଏଦିଗରେ ଅପରାଧିଙ୍କୁ ପ୍ରୋତ୍ସାହିତ କରୁଛି। ଏଥିପାଇଁ ସହରର ପ୍ରମୁଖ ସାମାଜିକ ସେବା ସଂଗଠନଗୁଡ଼ିକ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରି ପ୍ରଶାସନକୁ ଏଥି ପାଇଁ ଠୋସ ପଦକ୍ଷେପ ନେବାକୁ ଦାବି କରିଥିଲେ। ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଅତିରିକ୍ତ ଜିଲ୍ଲାପାଳ ଏବଂ ପୋଲିସ ଡ଼ିଆଇଜିଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହିନ୍ଦୁସ୍ତାନ ଫେଡେରେସନ ଅଫ୍ ଇଣ୍ଡିଆର ସଭାପତି ଅମିତ ମାଇତି ମହାନ୍ତି ଏବଂ ଅଧ୍ୟକ୍ଷ ସୁରେଶ ନନ୍ଦା, ଲେଡି ଲାୟନର ସଭାପତି ବନ୍ଦିତା ମହାନ୍ତି, ହ୍ୟୁମାନିଟି ଫାଉଣ୍ଡେସନର ସଭାପତି ଦୀପ୍ତି ସୁନ୍ଦରାୟ, ଏକତା ଫାଉଣ୍ଡେସନର ସଭାପତି ପୂର୍ଣ୍ଣିମା ମହାନ୍ତି, ରକ୍ତଦାତା ସଂଗଠନ ସଭାପତି ବିଜୟ ସୁନ୍ଦରାୟ , ମାଣିକ ଫାଉଣ୍ଡେସନ ଅଧ୍ୟକ୍ଷ କାର୍ତ୍ତିକ ରାଉତ,ଏଚଏଫଆଇ ମେଡିକାଲ ବନ୍ଧୁ ସଂଗଠନର ସଭାପତି ରାକେଶ ସିଂହ, ଏଚଏଫଆଇଏଚଆର ର ସଭାପତି ମାନସୀ, ସଚିବ ଲଭଲି କୌର, ସବିତା ଜେନା, ଗୀତା ନାୟକ, ଓପିଜି ର ସଭାପତି ଉପେନ୍ଦ୍ର ସିଂହ, ଅନ୍ବେଷାର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡା, ରୀତା ସାମଲ, ଟିକିନା ଦାସ, ଗୀତା ନାୟକ, ସ୍ମାଇଲ ଫର ଏଭରର ସଭାପତି ସନ୍ତୋଷ ବିଶ୍ଵାଳ, ଦର୍ଶୀ ର ରଶ୍ମିରେଖା ମିଶ୍ର,ସାଇନିଂ ଆଇନ ର ସଦସ୍ୟା ଲୀନା ବିଶ୍ବାଳ ଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ସମାଜସେବୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଆମ ପୋଷାକ, ଆମ ପରିଚୟ’ କାର୍ଯ୍ୟକ୍ରମ 

Sunil Chandra Nayak

ନିଜ ବାସଭବନ ରେ ରଙ୍ଗ ଖେଳିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ   

masiha

Leave a Comment

error: Content is protected !!