ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ 

ବ୍ଲକସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ 

କୋଇଡା-୨୬/୦୯/ ( ମସିହା)ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକ ଅନ୍ତର୍ଗତ କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ଲକସ୍ତରୀୟ ଯକ୍ଷ୍ମା ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି I ଦେଶ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ପାଞ୍ଚ ବର୍ଷ ମଧ୍ୟ୍ୟ ରେ ଭାରତ ରୁ ଯକ୍ଷ୍ମା ରୋଗ କୁ ସମ୍ପୂର୍ଣ ରୂପେ ମୂଳପୋଛ କରିବା ନେଇ ଲକ୍ଷ୍ଯ ରଖିଛନ୍ତି I ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟ ସରକାର ଓଡିଶା ର ୧୩ ଗୋଟି ଜିଲ୍ଲା କୁ ଏହି ଟୀକା କରଣ କାର୍ଯ୍ୟକ୍ରମ ରେ ସାମିଲ କରିଛନ୍ତି I ଏହି ଟୀକାକରଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ଜିଲ୍ଲା ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲା ର କୋଇଡା ବ୍ଲକ ଏକ ଖଣି ଖାଦାନ ରେ ଭରପୁର ଆଦିବାସୀ ଅଧ୍ୟୁଷିତ ଅଂଚଳ I ଏଠାକାର ଅଧିକାଂଶ ଲୋକ ଜୀବନ ଜୀବିକା ପାଇଁ ଖଣି ଉପରେ ନିର୍ଭରଶୀଳ I ଫଳରେ ଖଣି ଖନନ ଓ ଖଣିଜ ପଦାର୍ଥ ପରିବହନ ରେ ନିୟୋଜିତ ଯାନବାହାନ ଗୁଡିକରୁ ନିର୍ଗତ ଧୂଳି ଓ ଧୂଆଁ ଯୋଗୁ ପରିବେଶ ପ୍ରଦ୍ୟୁଷିତ ହେବା ଯୋଗୁଁ ଅଧିକାଂଶ ଲୋକେ ଯକ୍ଷ୍ମା ଓ ଅନ୍ୟାନ୍ୟ ରୋଗ ରେ ପୀଡିତ ହୋଇଥାନ୍ତି I ଅଂଚଳ ରେ ବସବାସ କରୁଥିବା ସମସ୍ତ ପ୍ରାପ୍ତ ବୟସ୍କ ଲୋକ ଙ୍କୁ ଟୀକାକରଣ ତଥା ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ ବୋଲି କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସନତ କୁମାର ପଶୁପାଳକ ସୂଚନା ଦେଇଛନ୍ତି I ଏହି କାର୍ଯ୍ୟକ୍ରମ ରେ ବଣାଇ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ, କୋଇଡା ଖ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ନାଏକ, କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସନତ କୁମାର ପଶୁପାଳକ, ଡାକ୍ତର ନାଗାର୍ଜୁନ ଗାଗାରାଇ, ଯୋଗଦେଇ ଉପସ୍ଥିତ ଜନସାଧାରଣ ଓ ସ୍ୱାସ୍ଥ୍ୟ କର୍ମୀ ମାନଂକୁ ଟୀକାକରଣ ବିଷୟରେ ଆଲୋକପାତ କରିଥିଲେ I ଯକ୍ଷ୍ମା ଅଛୁଆଁ ନୁହେଁ । ଯକ୍ଷ୍ମା ରୋଗୀଙ୍କୁ ହତାଦର କର ନାହିଁ । ସଠିକ୍ ସମୟରେ ଯକ୍ଷ୍ମା ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଓ ସୁଷମ ଖାଦ୍ୟ ଖାଇଲେ ଯକ୍ଷ୍ମା ରୋଗରୁ ମୁକ୍ତି ପାଇଁ ପାରିବ ।ପରିବାର ଲୋକେ ସମସ୍ତ ବୟସ୍କ ମାନଙ୍କୁ ଯକ୍ଷ୍ମା ରୋଗ ଉପରେ ସଚେତନ କରାଇ ଯକ୍ଷ୍ମା ରୋଗର ପ୍ରତିଷେଧକ ଟୀକା କରଣ ନେବା ପାଇଁ ପରାମର୍ଶ ଦିଅନ୍ତୁ । ଏହି ବ୍ଲକରେ ୭୦୦୦ ରୁ ଉର୍ଦ୍ଧ୍ବ ବୟସ୍କ ମାନଙ୍କୁ ଟୀକାକରଣ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ।ଏହି କାର୍ଯ୍ୟକ୍ରମ ରେ କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ କର୍ମୀ,ଆଶା ଅଙ୍ଗନବାଡି ଦିଦି , ବହୁବିଧ ରୋଗ ରେ ପୀଡିତ ରୋଗୀ, ଓ ଆଖ ପାଖ ଅଂଚଳ ରୁ ଆସିଥିବା ଜନସାଧାରଣ ଙ୍କୁ ଯକ୍ଷ୍ମା ରୋଗ ଟୀକା କରଣ କରାଯାଇଥିଲା Il

କୋଇଡା ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

Sunil Chandra Nayak

ଘନ କୁହୁଡି ଯୋଗୁଁ ପନିପରିବା ଫସଲ ନଷ୍ଟ,ଚିନ୍ତାରେ ଚାଷୀ

masiha

ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!