ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଵାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ସପ୍ତାହବ୍ୟାପୀ ଭାଗବତ ପଠନ ଓ ପାରାୟଣ 

ରାଇରଙ୍ଗପୁରରେ ଵାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ସପ୍ତାହବ୍ୟାପୀ ଭାଗବତ ପଠନ ଓ ପାରାୟଣ 

ମୟୂରଭଞ୍ଜ -୨୬-୦୯ ( ମସିହା)ପରମ ଶାସ୍ତ୍ର ଭାଗବତ ,ଅଭ୍ୟାସ କରୁଥିବା ନିତ୍ୟ ।ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ,ପଦରୁ ଗଳୁଛି ମକରନ୍ଦ ।ଯେ ମକରନ୍ଦ ପାନ କରି,ହେଲେ ତରିଲେ ବ୍ରଜନାରୀ।ସେ ବ୍ରଜନାରୀ ଙ୍କ ପୟରେ,ଚିତ୍ତ ମୋ ରହୁ ନିରନ୍ତରେ ।ଚିତ୍ତ ମୋ ନିରନ୍ତରେ ରହୁ,ହା କୃଷ୍ଣ ବୋଲି ଜୀବ ଯାଉ ।ହା କୃଷ୍ଣ ବୋଲି ଯାଉ ଜୀବ ,ମୋତେ ଉଦ୍ଧାର ବାସୁଦେବ।

ଭାଗବତ ଜନ୍ମ ଅବସରରେ ରାଇରଙ୍ଗପୁର କୁଚେଇବୁଢି ଗ୍ରାମସ୍ଥ ଵାମନଘାଟୀ ବ୍ରାହ୍ମଣ ମହାସଭା ଗୃହରେ ଵାମନଘାଟୀ ମହାସଭା କମିଟି ଆନୁକୂଲ୍ୟରେ ପ୍ରଥମ କରି ସପ୍ତାହବ୍ୟାପୀ ପ୍ରତ୍ୟହ ସଂଧ୍ୟାବେଳେ ଭାଗବତ ପଠନ ଓ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ର ମୁଖ୍ୟ ପୂଜକ‌ ଦେଵଵ୍ରତ ରଥ ମହାପାତ୍ର ଭାଗବତ ପଠନ କରିବା ସହ ପ୍ରାଞ୍ଜଳ ଭାବରେ ଉପସ୍ଥିତ ଭଗବତପ୍ରେମୀ ମାନଙ୍କୁ ବୁଝାଇଥିଲେ ।ସେ କହିଥିଲେ ଭଗବତ ପଠନ ଦ୍ଵାରା ମଣିଷ ଆଧ୍ଯାତ୍ମଵାଦୀ ହେବା ସହ ମାର୍ଜିତ ଓ ସଂସ୍କାରୀ ହୋଇଥାଏ । ବର୍ତମାନ କଳିଯୁଗ ଚାଲିଛି ।ମଣିଷ ଆଧ୍ୟାତ୍ମିକ ପଥ ହରାଇ ଅସାମାଜିକ,ଦିଗଭ୍ରଷ୍ଟ,ଅମାନିଆ, କୁସଂସ୍କାରୀ ହେଉଛି ।ମନ ଓ ବିବେକକୁ ହିଁ ଭଗବତ ଚେତନା ବାନ୍ଧି ରଖିବା ସହ ସନ୍ତୁଳିତ କରି ରଖିଥାଏ ।ଟିକେ ଭଗବତ ଦଉଡ଼ି ଖସିଗଲେ ମଣିଷ କଳିର ପ୍ରଭାବରେ ପଥ ଭ୍ରଷ୍ଟ ହେବା ଅଶାନ୍ତ ମନ ନେଇ ନାନା କୁକାର୍ଯ୍ଯରେ ଲିପ୍ତ ହୋଇ ରହିଥାଏ ।କଳିର ପ୍ରଭାବକୁ ହ୍ରାସ କରିବାକୁ ହେଲେ ପ୍ରତି ଘରେ ଘରେ ଭାଗବତ ପାଠ କରାଯିବାକୁ ସେ ଆହ୍ବାନ ଦେଇଥିଲେ ।ଏହି ଭାଗବତ ପାରାୟଣରେ ଆଖପାଖ ଅଂଚଳରୁ ବହୁ ବୁଦ୍ଧିଜୀବୀ,ମୁରଵୀ, ଭଗବତ ପ୍ରେମୀ ଉପସ୍ଥିତ ରହିଥିଲେ । ଵାମନଘାଟୀ ବ୍ରାହ୍ମଣ ମହାସଭାର କମିଟି ତରଫରୁ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଶୋଇଥାନା!-ଖଡମବେଡାରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ! ଜଣେ ଛାତ୍ର ମୃତ,ଜଣେ ଗୁରୁତର

masiha

ରାୟଗଡ ଜିଲ୍ଲାପାଳଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

Sunil Chandra Nayak

ହାପି ମୋମେଣ୍ଟସ ଇଣ୍ଡିଆ ର ୧୩ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ 

masiha

Leave a Comment

error: Content is protected !!