ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହୋଇଯାଇଛି 

କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହୋଇଯାଇଛି 

ବନ୍ଧୁଗାଁ ତା ୨୬/୯/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜାଗୁଡା ସଦର କ୍ଲଷ୍ଟର ଅଧିନସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଧୁମଧାମ ସହିତ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜାଗୁଡା କ୍ଲଷ୍ଟର ୧୪ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଜାଗୁଡା କ୍ଲଷ୍ଟର ସିଆରସିସି ଅନନ୍ତ କୁମାର ପରିଡା ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ବିଆରସିସି ମଦନ ମହନ ମୁଦୁଲି,ଓ ଈଶ୍ୱର ଚନ୍ଦ୍ର ମୁଦୁଲି, ମଦନ ପାଣି , ଶିକ୍ଷକ ସଂଘ ସଭାପତି ମନଜ ବାଗ, ଶିକ୍ଷ ସଙ୍ଘ ର ସମ୍ପାଦକ କେ.ପ୍ରତାପ କୁମାର ଓ ବିଦ୍ୟାଳୟ ପରିଚାଳନା ସଭାପତି ରାଜୁ କାଳ୍ପା ଉପସ୍ଥିତ ରହି ଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ପରିଡା,ସର୍ବେସ୍ୱର ସାମନ୍ତ ରାୟ,ରାଜ କିଶୋର କାଳ୍ପା, ଗୀତାଞ୍ଜଲି ମହାନ୍ତି,ପ୍ରତିମା ବୋଇଦାର, ସୁଜାତା ସାହୁ ଓ ଯାଦୁଗୋର ପ୍ରୋହଲ୍ଲାଦ ହାରିକା ଉପସ୍ଥିତ ରହି ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା ପ୍ରମୋଦ କୁମାର ପରିଡା ଓ ସର୍ବେସ୍ୱର ସାମନ୍ତରୟ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଗୁଡିକରୁ ଆସିଥିବା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ, ରଚନା, ହସ୍ତାକ୍ଷର, ସ୍ୱଜନଶିଳ ଲିଖନ, ପ୍ରବନ୍ଧ, ନୃତ୍ୟ, ସଙ୍ଗୀତ ଭଳି ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଆୟୋଜନ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା। ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେ.ଜାଗୁଡା ,ଦିତୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାଗୁଡା ଓ ତୃତୀୟ ବନ୍ଧୁଗାଁ ସରକାରୀ ଉଚ୍ଚପ୍ରାଥମିକ କେ.ବିଦ୍ୟାଳୟ କେ. ଜାଗୁଡା ହୋଇ ପୁରସ୍କୃତ ହୋଇଥିଲେ । କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଵଂ ସ୍ଥାନୀୟ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରି ଥିଲେ ।

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର ବନ୍ଧୁଗାଁ 

Related posts

ରାୟଗଡ଼ାର ଆଦିବାସୀ ଆମ୍ବ ଚାଷୀ ଦୁଃସ୍ଥିତିରେ: କେନ୍ଦ୍ର ସମସ୍ୟା ମାନିଲେ, କିନ୍ତୁ ସ୍ପଷ୍ଟ ସମାଧାନ ନାହିଁ

Sunil Chandra Nayak

ପ୍ରବାଦ ପୁରୁଷ କଳିଙ୍ଗ ବୀର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ -୨୦୨୪

masiha

ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!