ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବାବା ଭୈରବ ୟୁଥ କ୍ଲବ, ଛୋଟାସାହି,ଶଙ୍କରଡା-୨୦୨୪ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବାବା ଭୈରବ ୟୁଥ କ୍ଲବ, ଛୋଟାସାହି,ଶଙ୍କରଡା-୨୦୨୪ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନବରଙ୍ଗପୁର:(୨୮|୯)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେନୋରା ଗ୍ରାମ ପଞ୍ଚାୟତ ଛୋଟାସାହି,ଶଙ୍କରଡା ଗ୍ରାମରେ ବାବା ଭୈରବ ୟୁଥ କ୍ଲବ ଦ୍ଵାରା ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ପରିବେଶବିତ୍, ପୋଡାଗଡ଼ ଚେରି ଟେବୁଲ ଟ୍ରଷ୍ଟ ର ମୂଖ୍ୟ ଉପଦେଷ୍ଟା, କ୍ଲବ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ଙ୍କଦ୍ୱାରା ବାବା ଭୈରବ ଙ୍କ ନିକଟରେ ଧୂପ, ଦୀପ ଜଳାଇ,ନାରିକେଳ ଫୁଟାଇ କ୍ରୀଡା ପତାକା ଉତ୍ତୋଳନ କରି ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ଶୁଭ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ରବି ନାରାୟଣ ମହାନ୍ତି,ସୀତା ରାମ ସାନ୍ତା, ବଳ ତାଡିଙ୍ଗୀ ,ଗୋପି ଗଣ୍ଡ, ପର୍ଶୁ ଭତ୍ରl ପ୍ରମୂଖ ଉପସ୍ଥିତ ରହିଥିଲେ lଉକ୍ତ ଟୁର୍ଣ୍ଣାମେଣ୍ଟ ରେ ୧୬ଟି ଦଳ ଖେଳିବାକୁ ଥିବା ବେଳେ ଆଜି ଜୁନାଗୁଡା ଦଳ ସହ ବଡଗାଁ ଭେଟିବ l ଆଜିର ଖେଳରେ ଜୁନାଗୁଡା ଦଳ କୁ ପରାସ୍ତ କରି ୦–୧କରି ବିଜୟ ଲାଭ କରିଥିଲା ।କାଲି ଫାଇନାଲ ରେ ବିଜେତା ଦଳ ଙ୍କୁ ୭୫୦୦ ସହ ଟ୍ରଫି,ଉପ ବିଜେତା ଦଳ ଙ୍କୁ ୫୫୦୦ ସହ ଟ୍ରଫି ପ୍ରଦାନ କରାଯିବ l ଉକ୍ତ ଟୁର୍ଣ୍ଣାମେଣ୍ଟ ର ସଭାପତି କେଶରୀ ସାନ୍ତା,ଉପ ସଭାପତି ବୁଦ୍ଧୁରାମ ସାନ୍ତା, ସମ୍ପାଦକ ବଳି ସାନ୍ତା, ସହ ସମ୍ପାଦକ ସମନ ଦାସ ସାନ୍ତା,ଅନନ୍ତ ରାମ ସାନ୍ତା, ସନାଧର ସାନ୍ତା ପ୍ରମୁଖ ସହଯୋଗ କରିଥିଲେ l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗ୍ରୀଷ୍ମକାଳୀନ ଫୁଟବଲ ଓ କବାଡି ପ୍ରଶିକ୍ଷଣ ଶିବିର ଆସନ୍ତା ୨୮ ରୁ……

masiha

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଉପଲକ୍ଷେ ମହୁଲପାଟଣା ଠାରେ ଜିଲ୍ଲା ସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା

Sunil Chandra Nayak

ମାହାଲି ବୟହା ମିଲନ ସଂଘ ପକ୍ଷରୁ ବାର୍ଷିକ କ୍ରିଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!