ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଯାଇଛି 

କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଯାଇଛି 

ବନ୍ଧୁଗାଁ ତା ୨୮/୯/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡି କ୍ଲଷ୍ଟର ସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ବ୍ଲକର ୭ ଟି କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରୁ ନିଲାବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟ ର କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅତି ସୁନ୍ଧର ଭାବରେ ଛାତ୍ରଛାତ୍ରୀଙ୍କ ମନକୁ ଜିଣି ପାରିଥିବା ପରି କାର୍ଯ୍ୟକ୍ରମ ହୋଇଥିବାର ଦେଖୁବାକୁ ମିଳିଥିଲା I ନିଲାବାଡ଼ି କ୍ଳଷ୍ଟର ସ୍ତରୀୟ ସୁରଭି ୨୦୨୪ ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି । ସୁରଭି କାର୍ଯ୍ୟକ୍ରମରେ ସିଆରସିସି କେ.ପ୍ରତାପ କୁମାର ଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନ୍ଧୁଗାଁ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ବି.ଆର.ସିସି. ଶ୍ରୀ ମଦନ ମହନ ମୁଦୁଲି ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମୁଦୁଲି, ଓ ଆଦର୍ଶ ବିଦ୍ୟାଳୟ ର ପ୍ରିନ୍ସପାଲ ରମେଶ ଗରଡିଆ, ପୂର୍ବତନ ଶିକ୍ଷକ ସଂଘର ପୂର୍ବତନ ସମ୍ପାଦକ ଭାବଗ୍ରାହି ମୁଦୁଲି, ଅବସରପ୍ରାପ୍ତ ଶିକ୍ଷକ ସର୍ବେଶ୍ଵର ସାମନ୍ତରାଏ, ସମସ୍ତ କ୍ଲଷ୍ଟର ର ସମସ୍ତ ସି.ଆର.ସି.ସି, ବରିଷ୍ଟ ଶିକ୍ଷକ ଚନ୍ଦନ ଓ ଅତୁଲ୍ୟ ସାର ମଞ୍ଚାସିନ ଥିଲେ। ଜଗତର ନାଥ ଜଗନ୍ନାଥଙ୍କ ଫୋଟଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପ ଅର୍ପଣ କରି କାର୍ଯକ୍ରମକୁ ଆରମ୍ଭ ହୋଇଥିଲା । ଅତିଥି ସମସ୍ତେ ସୁରଭି କାର୍ଯକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସଂକ୍ଷିପ୍ତ ଭାବେ ବୁଝାଇ ଥିଲେ । ଏହା ସହିତ ଶିଶୁ ମାନଙ୍କ ପ୍ରତିଭାକୁ ଉନ୍ମୋଚନର ମାଧ୍ୟମ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଅଧିକାରୀ ,ବିଆରସିସି ମଦନ ମହନ ମୁଦୁଲି, ଏବିଇଓ ଈଶ୍ୱର ଚନ୍ଦ୍ର ମୁଦୁଲି, ମଦନ ପାଣି , ଶିକ୍ଷକ ସଂଘ ସଭାପତି ମନଜ ବାଗ, ଶିକ୍ଷ ସଙ୍ଘ ର ସମ୍ପାଦକ କେ.ପ୍ରତାପ କୁମାର ଓ ବିଦ୍ୟାଳୟ ପରିଚାଳନା ସଭାପତି ରାଜୁ କାଲପା ଉପସ୍ଥିତ ରହି ଥିଲେ । ମଞ୍ଚ ପରିଚାଳନା ଶିକ୍ଷକ ପ୍ରଶାନ୍ତ ମହାନ୍ତି କରିଥିଲେ । ବିଦ୍ୟାଳୟ ଗୁଡିକରୁ ଆସିଥିବା ଛାତ୍ରଛାତ୍ରୀ ଙ୍କୁ ନେଇ ବକୃତା, ଚିତ୍ରାଙ୍କନ, ରଚନା, ହସ୍ତାକ୍ଷର, ସ୍ୱଜନଶିଳ ଲିଖନ, ପ୍ରବନ୍ଧ, ନୃତ୍ୟ, ସଙ୍ଗୀତ ଭଳି ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଆୟୋଜନ କରି କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା । ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିଲାବାଡିର ଛାତ୍ରୀ ପ୍ରଥମ ,ନିଲାବାଡ଼ି ସରକାରୀ ଏସ.ଏସ.ଡି ବାଳିକା ହାଇ ସ୍କୁଲ ଛାତ୍ରୀ ଦ୍ୱିତୀୟ ଓ ହାଟସରପଲ୍ଲୀ ୟୁ ପି ସ୍କୁଲର ଛାତ୍ରୀ ତୃତୀୟ ହୋଇ ପୁରସ୍କୃତ ହୋଇଥିଲେ । କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଵଂ ସ୍ଥାନୀୟ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରି ଥିଲେ । ସିଆରସିସି କେ ପ୍ରତାପ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶେଷରେ ମୁଖ୍ୟ ଅତିଥି ମଦନ ମୁଦୁଲି କାର୍ଯ୍ୟକ୍ରମ ଅତିସୁନ୍ଦର ଭାବରେ ଶେଷ ହୋଇଥିବା ଜଣାଇ କାର୍ଯ୍ୟକ୍ରମ କୁ ଶେଷ କରିଥିଲେ । ଆଜିର ନିଲାବାଡ଼ି କ୍ଳଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ଭାବରେ ହୋଇଥିବାରୁ କ୍ଳଷ୍ଟରର ଦାୟୀତ୍ୱରେ ରହିଥିବା ସି. ଆର.ସି.ସି ଙ୍କୁ ଧନ୍ୟବାଦ ସହ ସାଧୁବାଦ ଜଣାଇଥିଲେ I 

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର ବନ୍ଧୁଗାଁ 

Related posts

ଡେରାବିଶ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ. ୬୭ଟି ଅଭିଯୋଗ ପଞ୍ଜିକୃତ

Sunil Chandra Nayak

ଢେଙ୍କାନାଳ ପୋଲିସ ଲାଇନ୍ ସରକାରୀ ଉପ୍ରା ବିଦ୍ୟାଳୟରେ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦ୍ ଘାଟିତ ହୋଇ କାର୍ଯ୍ୟକ୍ଷମ

Sunil Chandra Nayak

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ – ଉଦ୍ୟମ – ଆୟୋଜିତ

masiha

Leave a Comment

error: Content is protected !!