ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୬ ଟି ଅଭିଯୋଗର ଶୁଣାଣି 

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୬ ଟି ଅଭିଯୋଗର ଶୁଣାଣି 

ଡାବୁଗାଁ, ୩୦/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟର ଅଭିଯୋଗ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲାପାଳ ଡା. ଶୁଭଙ୍କର ମହାପାତ୍ର ଙ୍କ ଦ୍ଵାରା ୩୬ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗର ଅଧିକାରୀ ମାନଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୩୬ ଟି ଅଭିଯୋଗ ମଧ୍ୟରୁ ୨୮ ଟି ଅଭିଯୋଗ ବ୍ୟକ୍ତିଗତ, ୮ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ଡାବୁଗାଁ ବ୍ଲକ ସଦରମହକୁମାରେ ଡାବୁଗାଁ ର ମଶାଣିପଦା କାର୍ଯ୍ୟ ସଂପୂର୍ଣ୍ଣ କରିବା, ଡାବୁଗାଁ ଠାରୁ ମାନିଗାଁ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ର ପ୍ରଶସ୍ତି କାରଣ କାର୍ଯ୍ୟ ଶୀଘ୍ର ଶେଷ କରିବା, ଡାବୁଗାଁ ବସଷ୍ଟାଣ୍ଡରେ ଥିବା ହାଇମାଷ୍ଟ ଲାଇଟ ମରାମତି, ଅଞ୍ଚଳା ପଞ୍ଚାୟତ ଅଧୀନ ବନ୍ଧକଣା ଗ୍ରାମର ରାସ୍ତା ମରାମତି, ଜବାଗୁଡା ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ବିଦ୍ୟୁତ ଯୋଗାଣ, ନନ୍ଦପୁରା ଗ୍ରାମରେ ଦିଆଯାଇଥିବା ଲିଜ ପଟ୍ଟା ଅନୁସାରେ ଜମି ଚିହ୍ନଟ କରିବା, ରାବଣାଗୁଡା ଗ୍ରାମରେ ନୂତନ ନଳକୂପ ଖନନ କରିବା ଆଦି ଅଭିଯୋଗ ହୋଇଥିଲା | ଶେଷରେ ୩ ଜଣଙ୍କୁ ହୁଇଲଚେୟାର, ୨ ଜଣଙ୍କୁ ଟ୍ରାଇସାଇକେଲ ଓ ୯ ଜଣ ହିତାଧିକାରୀଙ୍କୁ ଭିନ୍ନକ୍ଷମ ଭତ୍ତା ଜିଲାପାଳ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା | ଏଥିରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନବକିଶୋର ବେହେରା, ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାଜେଶ କୁମାର ସାହୁ, ଜିଲା ମୁଖ୍ୟ କୃଷି ଅଧିକାରୀ ପି. ଭି ରମନ ରାଓ, ଭାରପ୍ରାପ୍ତ ଜିଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରଧର ମିଶ୍ର, ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତୀକ କୁମାର ରାଉତ, ଅତିରିକ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଦିଲ୍ଲୀପ କୁମାର କବିରାଜ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ଡାବୁଗାଁ ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ସିଡିପିଓ ମିନତୀ ଦାଶ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ମୃତ୍ତିକା ସଂରକ୍ଷଣ ଅଧିଦର୍ଶକ ଗୌତ୍ତମ କୁମାର ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଡାବୁଗାଁ ଭରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର ଏବଂ ଜିଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଶେଷରେ ବୋରିପଦର ଗ୍ରାମର ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାମ୍ବାଦିକ ରମେଶ ବାରିକଙ୍କ ପିତୃ ବିୟୋଗ

Sunil Chandra Nayak

ଚିତାବାଘ ଆକ୍ରମଣରେ ଯୁବକ ଗୁରୁତର

Sunil Chandra Nayak

କେଗାଁ ଠାରେ ସାଇବର ଠକେଇ ସୁରକ୍ଷା ସଚେତନତା ରଥକୁ ସ୍ୱାଗତ 

masiha

Leave a Comment

error: Content is protected !!