ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୋଳାନାଥ ବେହେରାଙ୍କ ଉଦେଶ୍ୟରେ ସ୍ମୃତିସଭା 

ଭୋଳାନାଥ ବେହେରାଙ୍କ ଉଦେଶ୍ୟରେ ସ୍ମୃତିସଭା 

ନବରଙ୍ଗପୁର: ( ୨୯|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ସ୍ଥିତ ପାଞ୍ଜିଆ ସାହିର ଦିବଙ୍ଗତ ଭୋଳାନାଥ ବେହେରାଙ୍କ ଉଦେଶ୍ୟରେ ବରିଷ୍ଠ ନାଗରିକ ସଂଘ ତରଫରୁ ସମାଜସେବୀ ନରସିଙ୍ଗ ତ୍ରିପାଠୀ ଙ୍କ ସଭାପତିତ୍ଵରେ ସଂଘର ସମ୍ମିଳନୀ କକ୍ଷରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ବିଜୟ ଚୌଧରୀ ଯୋଗ ଦେଇ ସ୍ଵର୍ଗତ ଭୋଳାନାଥ ବେହେରାଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ଵର୍ଗତ ବେହେରା ଜଣେ ଭଦ୍ର, ମେଳାପୀ ଏବଂ ଅମାୟିକ ବ୍ୟକ୍ତିତ୍ବ ଥିଲେ ବୋଲି ସଭାରେ ଅନ୍ୟାନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସଂଘର ଅନ୍ୟତମ ସଭ୍ୟ ରାମମୂର୍ତ୍ତି ପଟ୍ଟନାୟକ ଧନ୍ୟବାଦ ଜଣାଇବା ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଭା ପ୍ରାରମ୍ଭରେ ଦିବଙ୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତ ସଭ୍ୟଙ୍କ ଦ୍ଵାରା ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସଂଘର ସଭ୍ୟ ସୀତାକାନ୍ତ ଦାସ , ବିଷ୍ଣୁ ମହାପାତ୍ର , ଭି.ପ୍ରସାଦ ସମେତ ଅନ୍ୟ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇଘର ବ୍ଲକରେ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ , ଲୋକ ଯୋଜନା ଅଭିଯାନ ସଂପର୍କରେ ଆଲୋଚନା 

Sunil Chandra Nayak

ବାସିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

Sunil Chandra Nayak

ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗ ମହାସଂଘ ର ପରିବାର ତଥ୍ୟ ସାରଣୀ ସଂଗ୍ରହ 

Sunil Chandra Nayak

Leave a Comment

error: Content is protected !!