ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୋଳାନାଥ ବେହେରାଙ୍କ ଉଦେଶ୍ୟରେ ସ୍ମୃତିସଭା 

ଭୋଳାନାଥ ବେହେରାଙ୍କ ଉଦେଶ୍ୟରେ ସ୍ମୃତିସଭା 

ନବରଙ୍ଗପୁର: ( ୨୯|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ସ୍ଥିତ ପାଞ୍ଜିଆ ସାହିର ଦିବଙ୍ଗତ ଭୋଳାନାଥ ବେହେରାଙ୍କ ଉଦେଶ୍ୟରେ ବରିଷ୍ଠ ନାଗରିକ ସଂଘ ତରଫରୁ ସମାଜସେବୀ ନରସିଙ୍ଗ ତ୍ରିପାଠୀ ଙ୍କ ସଭାପତିତ୍ଵରେ ସଂଘର ସମ୍ମିଳନୀ କକ୍ଷରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ବିଜୟ ଚୌଧରୀ ଯୋଗ ଦେଇ ସ୍ଵର୍ଗତ ଭୋଳାନାଥ ବେହେରାଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ଵର୍ଗତ ବେହେରା ଜଣେ ଭଦ୍ର, ମେଳାପୀ ଏବଂ ଅମାୟିକ ବ୍ୟକ୍ତିତ୍ବ ଥିଲେ ବୋଲି ସଭାରେ ଅନ୍ୟାନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସଂଘର ଅନ୍ୟତମ ସଭ୍ୟ ରାମମୂର୍ତ୍ତି ପଟ୍ଟନାୟକ ଧନ୍ୟବାଦ ଜଣାଇବା ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଭା ପ୍ରାରମ୍ଭରେ ଦିବଙ୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତ ସଭ୍ୟଙ୍କ ଦ୍ଵାରା ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସଂଘର ସଭ୍ୟ ସୀତାକାନ୍ତ ଦାସ , ବିଷ୍ଣୁ ମହାପାତ୍ର , ଭି.ପ୍ରସାଦ ସମେତ ଅନ୍ୟ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସ୍କାଉଟ୍‌-ଗାଇଡ୍‌ ସେବା ପାଇଁ ବସନ୍ତ ସେବା ସମ୍ମାନ-୨୦୨୬ ଢେଙ୍କାନାଳ ଜିଲ୍ଲାର ସ୍କାଉଟ୍ ମାଷ୍ଟର୍ ସୁବ୍ରତ କୁମାର ମିଶ୍ର ଓ ଗାଇଡ୍ କ୍ୟାପଟେନ୍ ସତ୍ୟଭାମା ନାୟକ ରାଜ୍ୟସ୍ତରରେ ସମ୍ମାନିତ

Sunil Chandra Nayak

ଆମପାଣି ବୁଢ଼ାରଜା ଦଶରା ପ୍ରସ୍ତୁତି ନେଇ କର୍ମକର୍ତ୍ତା ଙ୍କ ସହ ଆଲୋଚନା କଲେ ଧର୍ମଗଡ ବିଧାୟକ

Sunil Chandra Nayak

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ସପ୍ତମ ଦିନ  କଲଚରାଲ ଏକାଡେମୀ ର ସାହିତ୍ୟ ସଭା

masiha

Leave a Comment

error: Content is protected !!