ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଣୁ ମାଝୀଙ୍କ ନ୍ଯାର୍ଯ୍ଯ ଦାବି –  ଆଜି  ୧୯ ଦିନ ରେ ପହଞ୍ଚିଲା ଆମ ଆଦମୀ ପାର୍ଟିର ଗଣଧାରଣା

ଭବାନୀପାଟଣା:୧୭/୪: ମ.ନି.ସ:- ନୂଆପଡା ଜିଲ୍ଲା ସିଏଚସି ଅଧିନରେ ଥିବା ଧରମବନ୍ଧା ନୂଆ ପିଏଚସିରେ କାର୍ଯ୍ଯରତ କଟ୍ରାକଚୂଆଲ ଏ ଏନଏମ ଙ୍କ ନ୍ଯାର୍ଯ୍ଯ ଦାବିରେ ଆମ ଆଦମୀ ପାଟିର ଜିଲ୍ଲା ମୂଖ୍ଯ କାର୍ଯ୍ଯକର୍ତ୍ତା ଓ ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଶ୍ରୀ ରଙ୍ଗାଧର ମାଝୀ ଙ୍କ ଆହ୍ଵାନ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଆଜିକୁ ୧୯ ଦିନ ହେବ ସେମାନେ ଗଣଧାରଣା ଦେଇଛନ୍ତି।ଏହି ଗଣଧାରଣାରେ ସାମିଲ ହୋଇଛନ୍ତି ହିତେଶ କୁମାର ପାଣ୍ତେ,ପିଣ୍ଟୁ ପାଣ୍ତେ,ଚିନ୍ତା ମଣି କୈବତ୍ତ,ଗୋବିନ୍ଦ ରାଉତ୍, ଦୁର୍ବଳ ମାଝୀ, ବଥୁ ମାଝୀ,ଗୁପ୍ତେଶ୍ବର ପଟେଲ, ଓଙ୍କାର ମାଝୀ, ଫକିର ମାଝୀ ପ୍ରମୁଖ ରହିଥିବା ବେଳେ ପାର୍ଟିର ଅନ୍ଯାନ୍ଯ ସଭ୍ଯ ଅଂଶ ଗ୍ରହଣ କରିଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ ରେଣୁ ମାଝୀ ଆଦିବାସୀ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ନ୍ଯାୟ ନ ମିଳିଛି ସେତେ ଦିନ ପର୍ଯ୍ୟନ୍ତ ଧାରଣାରେ ବସିବା ପାଇଁ ଚେତାବନୀ ଦେଇଥିବା ଜଣାପଡିଛି। ରେଣୁ ମାଝୀଙ୍କ ବିରୋଧରେ ଯେଉଁ ଅଫିସର ଦୁର୍ନୀତି,ଭ୍ରଷ୍ଟାଚାର, ଶୋଷଣରେ ସଂପୃକ୍ତ ଅଛନ୍ତି ସେହି ମାନଙ୍କୁ ଚାକିରୀରୁ ବହିଷ୍କାର ଓ ଗିରଫ୍ କରିବା ପାଇଁ ଦାବି କରିଛନ୍ତି। ଏହାର ଉଚିତ୍ ତଦନ୍ତ କରିବା ପାଇଁ ଏକ ତଦନ୍ତ  କମିଟି ଗଠନ କରିବା ପାଇଁ ରଙ୍ଗାଧର ମାଝୀ ଦାବି କରିଛନ୍ତି। କମିଟି ଏହାର ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ଓ ରେଣୁ ମାଝୀଙ୍କୁ ନ୍ଯାୟ ମିଳିବାରେ ସହାୟକ ହେବ ବୋଲି ଆମ ଆଦମୀ ପାର୍ଟି ତରଫରୁ ବାରମ୍ବାର ଚେତାବନୀ ଦେବା ସର୍ତ୍ତେ ବିଭାଗୀୟ ଅଧିକାରୀ ମାନେ ଏହାକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ବୋଲି ପ୍ରଶ୍ନ ଉପରେ ପ୍ରଶ୍ନ କରାଯାଉଛି। ତଥାପି ଉଚ୍ଚ ପଦସ୍ଥ ଅଫିସର ବୃନ୍ଦ ଦୁର୍ନୀତି ଭ୍ରଷ୍ଟାଚାର ଓ ଶୋଷଣରେ ସଂପୃକ୍ତରେ ରହିଥିବା କର୍ମଚାରୀ ମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ କରିବା ବଦଳରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ରେଣୁ ମାଝୀ ଙ୍କୁ ନ୍ଯାର୍ଯ୍ଯ ଦାବି ନମିଳିଛି ସେହି ଦିନ ପର୍ଯ୍ୟନ୍ତ ଆଗକୁ ଗଣଧାରଣା ଚାଲୁରହିବ ଏହା ସହିତ ଆହୁରି ଭୟଙ୍କର ରୂପରେ ଗଣଧାରଣା ଦିଆଯିବ ବୋଲି ପାର୍ଟି ପକ୍ଷରୁ ଗୁରୁତ୍ୱ ଭାବରେ ଚେତାବନୀ ଦେଇଥିବା ଜଣାପଡିଛି।ମ.ନି.ସ

Related posts

ଅପର୍ତ୍ତି ସେଠୀ ଙ୍କ କବିତା   _ ପରିଚୟ _

Sunil Chandra Nayak

ଲୋକ ଯୋଜନା ଅଭିଯାନ ଉପରେ ଗ୍ରାମସଭା

Sunil Chandra Nayak

ଟାଟା ଷ୍ଟିଲ, ମେରାମଣ୍ଡଳୀ ରେ ସୁରକ୍ଷା ସଚେତନତା

Sunil Chandra Nayak

Leave a Comment

error: Content is protected !!