ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ରବି ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହଣ କମିଟି ବୈଠକ

ଭବାନୀପାଟଣା ତା ୧୬.୪.୨୦୨୨ରିଖ  (ମ ନି ସ ): ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ରବି ଋତୁ ପାଇଁ ଧାନ ସଂଗ୍ରହଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡା,କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଭବାନୀପାଟଣା,ଧମଗଡ ତଥା ଲାଞ୍ଜିଗଡ ବିଧାୟକ ଙ୍କ ପ୍ରତିନିଧି, ଉପଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ଜିଲ୍ଲା ସ୍ତରୀୟ ଅଧିକାରୀ, ଆର୍ ଏମ ସି ଏସ୍ ସମ୍ପାଦକ, ଚାଷୀ ପ୍ରତିନିଧି,ମିଲର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପବିତ୍ର ସାହୁ କାର୍ଯସୂଚୀ ଅନୁଯାୟୀ ବିଶଦ ସୂଚନା ପ୍ରଦାନ କରିଥିଲେ। ଚଳିତ ବର୍ଷ ରବି ଋତୁ ରେ ଜିଲ୍ଲାରେ ସମୁଦାୟ ୧୭୩୯୯ ଜଣ ଚାଷୀ ଧାନ ବିକ୍ରୟ କରିବା ନିମନ୍ତେ ପଞ୍ଜୀକୃତ ହୋଇଛନ୍ତି ସମୁଦାୟ ୫୪ ଗୋଟି ପ୍ରାଥମିକ ସେବା ସମବାୟ ସମିତି ଏବଂ ୧୭ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ୧୦୨ ଗୋଟି ଖୋଲାଯିବା ପାଇଁ ସ୍ଥିର କରାଯାଇଛି ।ସରକାରଙ୍କ ନିର୍ଦ୍ଦେଶ ମୁତାବକ ଚାଷୀ ମାନଙ୍କ ସମସ୍ତ ପଞ୍ଜୀକୃତ ଜମି ରାଜସ୍ବ ନିରିକ୍ଷକ , ଭି ଏ ଡବ୍ଳୁ, ପ୍ୟାକ୍ସ କର୍ମଚାରୀ ଶତ୍ ପ୍ରତିଶତ ତଦାରଖ କରାଯାଉଛି।ସମସ୍ତ ମଣ୍ଡି ଗୁଡିକରେ ପ୍ରତ୍ୟେକ ସ୍ଥିରୀକୃତ ଦିନରେ ଟୋକନ ପାଇଥିବା ଚାଷୀ ମାନେ ସକାଳ ୭.୦୦ ଘ୍ ରୁ ୧୨.୦୦ଘ୍ ମଧ୍ୟରେ ମଣ୍ଡିକୁ ଧାନ ଆଣି ଧାନ ବିକ୍ରୟ କରିପାରିବେ।ପ୍ରତ୍ୟେକ ମଣ୍ଡି ଗୁଡିକରେ ପାନୀୟ ଜଳ,ବିଶ୍ରାମ ଗୃହ, ଶୌଚାଳୟ, ଇତ୍ୟାଦି ବ୍ୟବସ୍ଥା କରିବା ନିମନ୍ତେ ଆର୍ ଏମ ସି କର୍ମକର୍ତ୍ତା ଙ୍କୁ ନିର୍ଦ୍ଦେଶ ଦିଆଗଲା।ଏତଦ୍ ବ୍ୟତୀତ ଆବଶ୍ୟକ ମୁତାବକ ତାର୍ପୋଲିନ ,ପଲିଥିନ ପ୍ରତ୍ୟେକ ମଣ୍ଡି ରେ ଯୋଗାଇବାକୁ ନିଷ୍ପତି ନିଆଗଲା ।ମାନ୍ୟବର ସାଂସଦ ଚାଷୀମାନଙ୍କ ସୁବିଧା ନିମନ୍ତେ ପ୍ରତ୍ୟେକ ଦିନ କ୍ରୟ ହୋଇଥିବା ଧାନ କୁ ସେହି ଦିନ ମିଲର ମାନେ ଉଠାଣ ନିମନ୍ତେ କହିଥିଲେ ଏବଂ ଏଥିରେ ମିଲର ମାନେ ସମ୍ମତି ପ୍ରକାଶ କଲେ। ମିଲର ପ୍ରତିନିଧି ମାନେ ଏଫ୍ ସି ଆଈ ଠିକ୍ ସମୟ ରେ ଚାଉଳ ଉଠାଣ କରୁ ନ ଥିବାରୁ ମୀଲ୍ ନିୟମିତ ଚାଲି ପାରୁନାହିଁ ତଦ୍ୱାରା ରବି ଋତୁ ରେ ଧାନ ଉଠାଣ ସମସ୍ୟା ଦେଖା ଦେଇପାରେ। ଏହି ପରିପେକ୍ଷିରେ ଜିଲ୍ଲାପାଳ ଏଫ୍ ସି ଆଇ ଅଧିକାରୀଙ୍କୁ ଚାଉଳ ଉଠାଣକୁ ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଧାନ କ୍ରୟ ଆରମ୍ଭ କରିବାର ତାରିଖ ନିର୍ଣ୍ଣୟ ନିମନ୍ତେ ପ୍ରତିନିଧି ମାନଙ୍କ ସହ ଆଲୋଚନା କରାଯାଇ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକ ରେ ମେ ମାସ ୨୦ ତାରିଖ ରୁ ୨୫ ତାରିଖ ମଧ୍ୟରେ ମଣ୍ଡି ଖୋଲାଯିବା ପାଇଁ ସ୍ଥିର କରାଗଲା।ଶେଷରେ ସି ଏସ୍ ଓ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମଝିରେ ମଝିରେ ହେଜୁ ଥା ।।

Sunil Chandra Nayak

ଜୁନାଗଡ଼ ଡାକ୍ତରଖାନାରେ ବ୍ଲଡ଼ ବ୍ୟାଙ୍କ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଯୁବ କଂଗ୍ରେସ ର ଦାବୀ ପତ୍ର ପ୍ରଦାନ

Sunil Chandra Nayak

ଟ୍ରକରେ ପିଟି ହୋଇ ଜଣେ ମୃତ୍ୟୁ,ଦୁଇ ଆହତ

Sunil Chandra Nayak

Leave a Comment

error: Content is protected !!