ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଆଦୀ ଠାକୁରଙ୍କ ବାର୍ଷିକ ଚୈତ୍ର ମଣ୍ଡେଇ ଯାତ୍ରା

କୋକସରା,୧୭ ।୪ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତ ର ତଲାଗାଁ ଠାରେ ରବିବାର ବାଆଦୀ ଠାକୁରଙ୍କ ବାର୍ଷିକ ଚୈତ୍ର ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି । ମା ଠାକୁରାଣୀଙ୍କ ଚୈତ୍ର ପର୍ବ ର ପ୍ରଥମ ରବିବାର ଦିନ ଏହି ମଣ୍ଡେଇ ଯାତ୍ରା ପାଳିତ ହେଇଥାଏ । ପ୍ରଥମେ ବାଆଦୀ ଠାକୁରଙ୍କ ମନ୍ଦିର ରେ ପାରମ୍ପାରିକ ନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଦେବାଦେବୀ ମାନେ ଲାଠି କାଲିସୀ ସହ ମା ମାଉଲୀ ଙ୍କ ମନ୍ଦିର ଅଭିମୁଖେ ବାହାରିଥିଲେ । ଦେବୀଙ୍କ ମନ୍ଦିର କୁ ପହଞ୍ଚିବା ପରେ କାଳିଶୀ ମାନେ କଣ୍ଟା ଦୋଲିରେ ଝୁଲିବା ସହ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ପରେ ମା ମାଉଲୀ ଓ ଠାକୁରାଣୀ ଙ୍କ ପୂଜା କରାଯାଇଥିଲା । ଭକ୍ତ ମାନେ ଦେବା ଦେବୀଙ୍କ ପାଖରେ ଭୋଗ ଲାଗି କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଶହ ଶହ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥାଏ । ପୁଝାରୀ ବଲଭଦ୍ର ପୁଝାରୀ, ନିଲାମ୍ବର ପୁଝାରୀ, ଶିରା ସପୁର ସିଂ ନାଗ, ଶିରା ଦାମୋଧର ନାଗ, ଚନ୍ଦ୍ର ଭାଟି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଧର୍ମାନନ୍ଦ ନାଏକ, ଜଗଦୀଶ ଚନ୍ଦ୍ର ନାଏକ, ଧନେଶ୍ୱର ନାଏକ, ଘାସିରାମ ନାଗ, ଗରୁଡ ଦଳପତି ପ୍ରମୂଖ ଗ୍ରାମବାସୀ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ମ ନି ସ

Related posts

ୱାଇଏମଏଫଆଇ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ ଭବିତବ୍ୟ

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅକ୍ଷୟ ତୃତୀୟା

Leave a Comment

error: Content is protected !!