ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଉଜୁଡା ବସନ୍ତ

ଉଜୁଡା ବସନ୍ତ

ବେଣୁଧର ସୂତାର

 

ମଳୟ ହଜିଛି ରସାଳ ଗହଳେ

ସପନର ଅନ୍ତରାଳେ

ପ୍ରୀତି ପ୍ରଭଞ୍ଜନା ଅମୃତ ଅଞ୍ଜନା

ଆଖିର ପରଦା ତଳେ ।।

ଫୁଲେଇ ଫଗୁଣ ନୂପୁର ନିକ୍ବଣ

ନହୂଲୀ ପାଦର ଖଞ୍ଜ

ସପନ ବେଦୀରେ ଅସ୍ତଗୋଧୂଳିର

 ନୈରାଶ୍ୟର ପ୍ରୀତି ସଞ୍ଜ ।।

ଚମକ ଚାନ୍ଦିନୀ ଜୋଛନାରେ ଭିଜି

ହସୁନାହିଁ ଚନ୍ଦ୍ର ମଲ୍ଲୀ

ଅଳସ ନିଶିର ବିଳାସୀ ସପନ

ଫଗୁଣ ଗଲାଣି ଭୁଲି। ।।

ଚାରୁ ଚୁମ୍ବନରେ ଚହଲି ଉଠୁନି

ବହଳ ମାଦକ ରସ

ଲୋଡୁନି ଅଳିନ୍ଦ ମଧୁ ମକରନ୍ଦ

ଅମିୟ କୁସୁମ ରାସ ।।

ବହୁନାହିଁ ପ୍ରୀତି ମଦିରା ତରଙ୍ଗ

ପଲାଶ ବନରେ ନିଆଁ

ପ୍ରାଣେ ଭରୁନାହିଁ ବହଳ ରୋମାଞ୍ଚ

 ଭାବ ଵସନ୍ତର ଛୁଆଁ ।।

ଉଜୁଡା ଉଜୁଡା କୃଷ୍ଣଚୂଡା ରଙ୍ଗ

କୁସୁମ ଭୁଲିଛି ବାସ

ଆଙ୍କୁନି ପ୍ରେମର ଚାରୁ ଚିତ୍ରାଙ୍କନ

ମଧୁକାଳେ ମଧୁମାସ ।।

ପଞ୍ଚମ ତାନରେ ଗାଉନି କୋକିଳ

ସହକାର କୁଞ୍ଜ କୋଳେ

ଝରୁନି ଜୋଛନା ଶିରି ଶିରି ଆଉ

ଚାରୁ ଚନ୍ଦ୍ରତାପ ତଳେ ।।

ଛୁଟୁନାହିଁ ରଙ୍ଗ ସପନ ଲହରୀ

ବାସନ୍ତୀ ବିଥିକା ତଟେ

ଗାଉନି ଭ୍ରମର ପ୍ରୀତିର ମହ୍ଲାର

ଫଗୁଣର ଫୁଲ ହାଟେ ।।

ଫିକା ଫକା ଆଜି ଚଇତି ମହକ

ନିରାଶାର ଅନୁବନ୍ଧ

ତୋଳୁନି ବସନ୍ତ ବୟସ ତରଙ୍ଗେ

 କୁହୁକ ବୀଣାର ଛନ୍ଦ ।।

କୃର ନିଦାଘର ପାବକ ଚୁମ୍ବନେ

ରୂପସୀ ପ୍ରକୃତି ଜଳେ

ବସନ୍ତ ସାଜିଛି ସ୍ମୃତି ର ସନନ୍ଦ

ଅତୀତର ଅନ୍ତରାଳେ ।।

କେଶଦୁରାପାଳ କେନ୍ଦୁଝର

 

Related posts

ମାରବାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ,୪୩  ୟୁନିଟ ରକ୍ତ ସଂଗୃହୀତ

Sunil Chandra Nayak

ୱାଇଏମଏଫଆଇ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ ବ୍ଲକରେ ଡକାୟତି ଆତଙ୍କ ଘଟଣା,ନଳ କୂପରେ ପାଣି ପିଇବା ବ୍ୟକ୍ତିଙ୍କୁ କାବୁ କରି ଲୋକେ ନିସ୍ତୁକ ପିଟିଲେ

Sunil Chandra Nayak

Leave a Comment

error: Content is protected !!