ହେ ଗଜ ବଦନ
ଶ୍ରୀ ଶରତ ଚନ୍ଦ୍ର ପଣ୍ଡା
ହେ ଗଜ ବଦନ ପ୍ରଭୁ ଅଗ୍ରପୂଜ୍ୟ
ଗଜାନନ ପୂଜେ ପୟର l
ପାର୍ବତୀ ନନ୍ଦନ ମୂଷିକ ବାହାନ
ସିଦ୍ଧି ଦାତା ଘେନ ଜୁହାର l
ଲମ୍ବୋଦର ଆହେ ବିଶ୍ଵ ଜନ ଗୁରୁ
ସାରା ବିଶ୍ଵ ତୁମ୍ଭ କୃପାର…………
ହେ ଗଜ ବଦନ……………… Il 0 ll
ସର୍ବଦେବତାଙ୍କ ଅଗ୍ରେ ତୁମ୍ଭ ପୂଜା
ବୋଲାଅ ଜ୍ଞାନର ଈଶ୍ୱର l
ବଢ଼େ ଯଶ ଖ୍ୟାତି ତୁମ୍ଭ କୃପା ବଳେ
ମହାମୂର୍ଖ ଜ୍ଞାନୀ ସତ୍ୱର l
ଆହେ ପରlତ୍ପର ଜ୍ଞାନର ଈଶ୍ୱର
ବାରେ କୃପା ଢାଳ ବିଶ୍ୱର (ବିଶ୍ଵ ବାସୀଙ୍କ ଉପରେ )…………….
ହେ ଗଜ ବଦନ…………………. Il 1 ll
ଗଣ ନାଥ ସ୍ଵାମୀ ଆହେ ସିଦ୍ଧି ଦାତା
ପୃଥୁଳ ଶରୀର ବତ୍ସ ହର l
ଗଣନାଥ ନାମେ ବିଶ୍ଵ ବିଦିତ ବି
ପlଶାଙ୍କୁଶ ଶୋଭେ ତୁମ୍ଭର l
ମୂଷିକ ବାହାନେ ଉତଫୁଲ୍ଲିତ ମନେ
ଭ୍ରମଣ ଏ ସାରା ସଂସାର……………..
ହେ ଗଜ ବାହାନ…………………. Il 2 ll
ଅଯୋନି ସମ୍ଭୁତ ବିଘ୍ନ ବିନାଶକ
ଲଡ଼ୁ ପ୍ରିୟ ବିଘ୍ନ ଈଶ୍ୱର l
ତିଳେ ଦୟା କରି ଏ ମାୟା ନିସ୍ତାର
ବଞ୍ଚିଯାଉ ତୋର ସଂସାର l
ଜ୍ଞାନପ୍ରବାହ ରେ ଭୂତାଣୁ ଶଙ୍କଟ
ଦୂରହେଉ ଭିକ୍ଷା ମୋହର………………
ହେ ଗଜ ବଦନ…………………… Il 3 ll
ନଗୁଆଁ, ଦରକୁଣ୍ଡି, ଯାଜପୁର l