ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଜୟ ମା’ଶାରଳା ମୋତେ ଶକ୍ତି ଦିଏ

    ମୋତେ ଭକ୍ତି ଦିଏ ପୀଠେ

ଆଗକୁ ଯିବାର ସୂଚନା ବତାଇ

    ସବୁ ମା’ କହ ଏ କଣ୍ଠେ।

ତୋହରି ଆଦେଶ ମିଳୁ ମୋ ସନ୍ଦେଶ

    ପଥ ଦିଅ ମୋତେ କହି

ତୋ ନାମ ଧରିଲେ ଅନ୍ଧକାର ଦୂର

    ଆଲୋକ ବାଟ ଦେଖାଇ।

ମା’ ପାଶେ ଶରଣ ମିଳୁ ଆଶୀର୍ବାଦ

    ମା ‘ମୋର ଶାହା ଭରସା

ଦୁଃଖକୁ ନାଶନ ବିପଦ ଭଞ୍ଜନ

  କାଳ କାଳ ମା’ ମୋ ଶାହା।

ଏ ମାନଗୋବିନ୍ଦ ପଦରେ ଆନନ୍ଦ

    ସର୍ବେ ମଙ୍ଗଳ ଶାହା ମା’

ତୁମ ନାମ ଧରି ଯୁଆଡ଼େ ଯାଉଛି

   ମୋର କଣ୍ଠେ ପଦ ଶାହା।

ଏତିକି ମିନତି ପ୍ରାର୍ଥନା କରୁଛି

  ବାରେ ଦୟା କର ଜନ

ମଙ୍ଗଳ ବିଧାନ ସମାଜ କରନ୍ତୁ

    ଆମେ ଯେ ତୁମ ସନ୍ତାନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଗଣହତ୍ୟା ଓ ଦୁଷ୍କର୍ମର ଶିକାର  ଛାତ୍ରୀ କନକ ନିଆଲର ମୃତଦେହକୁ  ଦାହ କଲେ ଡମ୍ବ ସମାଜ , କଂଗ୍ରେସ ଓ ଏଓଏସସିଏଫ କର୍ମକର୍ତ୍ତା

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଉର୍ମିଳାଙ୍କ ତ୍ୟାଗ

Sunil Chandra Nayak

କବିତା ସାହୁ  ଙ୍କ କବିତା ସ୍ମୃତି ଏକ ରୂପା ଜହ୍ନ 

Sunil Chandra Nayak

Leave a Comment

error: Content is protected !!