ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ଜିଲ୍ଲା ଠାରେ ୨୦୨୪ ପରବ ମହୋତ୍ସବ ସୁଭ ଉଦ୍ଘାଟନ

କୋରାପୁଟ ଜିଲ୍ଲା ଠାରେ ୨୦୨୪ ପରବ ମହୋତ୍ସବ ସୁଭ ଉଦ୍ଘାଟନ

ବନ୍ଧୁଗାଁ ତା, ୨୭/୧୦/୨୪, କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକର ଦୁଧାର ପଞ୍ଚାୟତର ପାଟଗୁଡା ଗ୍ରାମର ଦେଓମାଳି ପାହାଡ଼ର ପାଦଦେଶଠାରେ ମାଉଳି ମା ମନ୍ଦିର ଠାରୁ ଆଜି ୨୦୨୪ ପରବର ମସାଲ ଯାତ୍ରା ର ଶୁଭ ଉଦ୍ଧଘାଟନ ହୋଇଥିଲା I ଆଜିର ଏହି କୋରାପୁଟିଆ ପରବ ମୋହତ୍ସବରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲୁକା ଙ୍କ ଉପସ୍ଥିତରେ ପୁଷ୍ପ ଗୁଚ୍ଛ ଦେଇ କୋରାପୁଟ ଜିଲ୍ଲାପାଳ ଶ୍ରୀ କୀର୍ତି ଭାସନ ସ୍ୱାଗତ ଜଣାଇଥିଲେ I ଏଥିସହ ସମ୍ମାନୀୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା,ପଟାଙ୍ଗି ବିଧାୟକ ଶ୍ରୀ କାଡାମ, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିଁନି ପତି, ଓ କଟପାଡ଼ ବିଧାୟକ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ଯୁବ ବିଧାୟକ ଶ୍ରୀ ପବିତ୍ର ସାଉନ୍ତା ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ଓ ଜିଲ୍ଲା ଏନ. ଏ. ଏ. ସି ଅଧ୍ୟକ୍ଷା, ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ମଞ୍ଚସୀନ ପାଇଁ ସ୍ୱାଗତ ସମ୍ଭର୍ଦ୍ଧନା କୋରାଯିବା ପରେ ଜଗତର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର କୁ ପୁଷ୍ପ ମାଲଦେଇ ଦିଆ ଜଳାଇ ଚଳିତ ବର୍ଷର ପରବର କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ I ଏଥିସହ ସମସ୍ତ ମଞ୍ଚାସିନ ହୋଇଥିବା ମଞ୍ଚାସୀନ ଗଣ କିଛି କିଛି ସମୟ ନିଜ ନିଜର ବକ୍ତବ୍ୟ କଳା, ସାଂସ୍କୃତି, ନିଜର ଲୁଚି ରହିଥିବା  କଳା କୁ ନେଇ ଲୋକଲଚନକୁ ଆଣିବା ପାଇଁ ଆମ କୋରାପୁଟିଆ ଦେଶିଆ ପର୍ବ ଗତ ୨୦୧୪ ମସିହାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଆଡ଼ମ୍ବରର ସହ ପାଳନ ହୋଇ ଆସୁଅଛି I ଏଥିରେ ଯୋଗଦେବା ପାଇଁ କୋରାପୁଟ ଜିଲ୍ଲାର ୧୪ ଗୋଟି ପଞ୍ଚାୟତର ଅଧିକାରିଙ୍କୁ ନେଇ ନିଜ ନିଜ ବ୍ଲକର କିଛି ଲୋକଙ୍କୁ ନେଇ ଆଜିର ପରର୍ବର ସୁଭ ଉଦ୍ଧଘାଟନ ର ମସାଲ ଜାଳି ନିଜ ନିଜ ବ୍ଲକକୁ ନେଇ ଚଳିତ ମାସ ଶେଷସୁଧା ନିଜ ନିଜ ବ୍ଲକରେ ବ୍ଲକ ସ୍ତରୀୟ ପରବ ନିମନ୍ତେ ବୈଠକ କରି ବ୍ଲକ ସ୍ତରୀୟ ପରବ କରାଯିବା ପାଇଁ ନିମନ୍ତ୍ରଣ ପାଇ ପହଁଞ୍ଚି ନିଜ ନିଜ ବ୍ଲକର ଏକ ବାଜା ଓ ଢେମଶା ଦଳକୁ ନେଇ ନାଚ ଗିତ ସହ ମାଉଳିମା ମନ୍ଦିର ଠାରୁ ଆଜି ମସାଲ ନେଇ ଥିବାର ଦେଖିବାକୁ ମିଳିଛି I ଏଥିରେ କୋରାପୁଟ ଜିଲ୍ଲା ର ୧୪ ଟି ବ୍ଲକରୁ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକ ଙ୍କ ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବହୁ ପୁଲିସ କରଚାରିଙ୍କୁ ନିୟୋଜିତ କୋରାଯାଇଥିଲା I ଆଜିର ଚଳିତ ବର୍ଷର ପରବ ୨୦୨୪ ଉଦ୍ଘାଟନ ସ୍ଥାନରେ ୧୪ ଟି ବ୍ଲକର ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଓ ଉପାଧ୍ୟକ୍ଷା, ସମସ୍ତ ପିଆର ମେମ୍ବର, ଓ ଜିଲ୍ଲା ର ୧୪ ଟି ବ୍ଲକର ସମସ୍ତ ବିଡ଼ିଓ ଓ ବ୍ଲକ ଜିପିଓ ଓ ସମିତି ସଭ୍ୟ /ସଭ୍ୟା, ଓ ଗଣ ମାଧ୍ୟମ ପ୍ରତିନିଧି ଗଣ ଓ ବ୍ଲକରୁ ଯାଇଥିବା ଆଗ ଧାଡିର ରାଜନେତା ଗଣ ଓ ସାଧାରଣ ଲୋକ ଉପସ୍ଥିତ ରହିଥିଲେ I 

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ପାପଡ଼ାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ ଅମର ଶହୀଦଙ୍କ ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମକୁ ସ୍ମରଣ କଲା ନବରଙ୍ଗପୁର

Sunil Chandra Nayak

ହିର୍ମିମୁଣ୍ଡା ଗ୍ରାମର ତିନି ୱାର୍ଡ ର ହିତାଧିକାରୀ ଚାଉଳ ତିନି କିସ୍ତି ର ପାଇବାରୁ ବଞ୍ଚିତ

Sunil Chandra Nayak

ଅଧାପନ୍ତରିଆ ଡ୍ରେନ,ଘରେ ପଶିଲା ବର୍ଷା ପାଣି, ପ୍ରତିବାଦ ରେ ଗ୍ରାମବାସୀ ଙ୍କ ରାସ୍ତା ରୋକ

Leave a Comment

error: Content is protected !!