ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନମାଳୀ ପୁର ଧାନ ମଣ୍ଡି ରେ ପୋଲିସ୍ ଓ ଚାଷୀ ଧସ୍ତାଧସ୍ତି

ଢେ଼ଙ୍କାନାଳ (ମ ସୀ ହା)୦୧/୦୨_ହିନ୍ଦୋଳ ଏନ.ଏ.ସି ବନମାଳୀପୁର ଧାନ ମଣ୍ଡିରେ ଚାଷୀଙ୍କ ଧାନ ମଣ୍ଡିରୁ ଉଠୁ ନାହିଁ ବୋଲି ଅଭିଯୋଗ ହୋଇଛି । ଚାଷୀ ମାନେ କହିବା ଅନୁଯାୟୀ ଏଠି ପଇସା ନେଇ ମିଲି ଭାଗତରେ ଅନୁଗୋଳରୁ ଆସୁଥିବା ଅସାଧୁ ବେପାରୀଙ୍କ ଧାନ ଗାଡି ପ୍ରଥମେ ନେଉଥିବା ବେଳେ ହିନ୍ଦୋଳ ଚାଷୀ ମାନଙ୍କ ଧାନ ନେବା ନେବା କହି ଖେଳାଉଛି ହିନ୍ଦୋଳ ଏନ ଏ ସି ସମବାୟ ସମିତି। ବନମାଳୀପୁର ଗୁଲା ଠାରେ ଥିବା ଧାନ ମଣ୍ଡିକୁ ଧାନ ଆଣିକି ଆସିବା ପାଇଁ ଚାଷୀ ମାନଙ୍କୁ କୁହା ଯାଇ ଥିଲା କିନ୍ତୁ ଦୁଃଖର ବିଷୟ ସକାଳୁ ଆସି ବସି ରହିଥିବା ଚାଷୀ ମାନଙ୍କ ଧାନ ନ ନେଇ ବେପାରୀ ଓ ଦଲାଲଙ୍କ ଠାରୁ ଧାନ ନିଆ ଯାଉଛି ବୋଲି ପ୍ରକାଶ କରୁଛନ୍ତି ଚାଷୀ। ଉକ୍ତ ଘଟଣାକୁ ନେଇ ଅଞ୍ଚଳର ଚାଷୀ ଓ ପୋଲିସ ମଧ୍ୟରେ ବୁଝାମଣା ଠିକ ନ ହେବlରୁ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତିର ଦୃଶ୍ୟ ଦେଖିବାକୁ ଦେଇଥିଲା। 

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସାମାଜିକ ସମସ୍ୟା ନେଇ ପ୍ରେସ ମିଟ୍ 

masiha

ଜିଲ୍ଲାରେ ତୃତୀୟ ସ୍ଥାନ ରଖିଥିବା ଝରାଡ଼ିହିର ଶିକ୍ଷା ସିଂହ୍ନI ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା 

masiha

ପାଞ୍ଚ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ବେୟଅଟକଳ ରେ କପିଳପ୍ରସାଦ – ଜଟଣୀ ରାସ୍ତା ଭୂମି ପୂଜନ କଲେ ବିଧାୟକ

Leave a Comment

error: Content is protected !!