ଚନ୍ଦାହାଣ୍ଡି(ମ ନି ସ ) ଚନ୍ଦାହାଣ୍ଡି ତାଲୁକ ଲିଗାଲ ଏଡ କମିଟି ଆନୁକୂଲ୍ୟରେ ଭାଟିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ଯୋୖନ ନିର୍ଯାତନା ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୃନ୍ଦାବନ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତାଲୁକ ଲିଗାଲ ଏଡ କମିଟି ର ଅଧ୍ୟକ୍ଷ ତଥା ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ହିମାଂଶୁ ଶେଖର ଆଚାର୍ଯ୍ୟ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ମହମ୍ମଦ ହୁସେନ, ହୁମେଶ୍ବର ହଂସ ଯୋଗଦେଇ ଥିଲେ । ଏହି ଅବସରରେ ଜେଏମଏଫସି ଶ୍ରୀ ଆଚାର୍ଯ୍ୟ ଶିଶୁ ଯୌନ ନିର୍ଯ୍ୟାତନା ଆଇନ , ଶିକ୍ଷା ଅଧିକାର ଆଇନ ଓ ସାଇବର କ୍ରାଇମ ସମ୍ପର୍କରେ ବୁଝାଇବା ସହ ମୋବାଇଲ ,ଇଣ୍ଟରନେଟ ଓ କମ୍ପ୍ୟୁଟର ର ଦୁରୁପଯୋଗ ନକରିବାକୁ ଛାତ୍ରଛାତ୍ରୀ ଙ୍କୁ ଉପଦେଶ ଦେଇ ଥିଲେ । ଦିନକୁ ଦିନ ଶିଶୁ ଯୌନ ନିର୍ଯ୍ୟାତନା ବଢୁଥିବା ବେଳେ ନାବାଳିକା ମାନଙ୍କ ପାଇଁ କିଭଳି ଆଇନ ର ବ୍ୟବସ୍ଥା ରହିଛି ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କରେ ସଚେତନ କରାଇଥିଲେ । ଏଥିସହ ଆଇଟି ଆଇନ ସମ୍ପର୍କରେ ସମ୍ୟକ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଅମିତ କୁମାର ଖମାରୀ, ମାଧବ ପାରୀ , ତୁଳାରାମ ସାହୁ, ବିରଞ୍ଚି ମହାପାତ୍ର, ଲଳିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
previous post