ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫେବ୍ରୁୟାରୀ ୫ରେ ଓବିସି ମଞ୍ଚର ରାଜ୍ଯ ସମ୍ମିଳନୀ: ସଫଳତା ପାଇଁ ଜିଲ୍ଲା ମଞ୍ଚର ବୈଠକ 

ମୟୂରଭଞ୍ଜ- ତା୦୧୵୦୨୵୨୦୨୩ (ମସିହା) ରିଖ ସ୍ଥାନୀୟ ଦରଗାଡାହି ନିକଟରେ ଥିବା ଜିଲ୍ଲା ଓବିସି ମଞ୍ଚର ଅସ୍ଥାୟୀ କାର୍ଯ୍ୟାଳୟରେ ଏହାର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ରବିନ୍ ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଓ ଶ୍ରୀ ସୁକୁମାର ରଞ୍ଜନ ପ୍ରଧାନଙ୍କ ଆହ୍ଵାନ କ୍ରମେ ଏ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ଫେବୃଆରୀ ୫ ତାରିଖ ଦିନ ଭୁବନେଶ୍ଵର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରସ୍ ରେ ହେବାକୁ ଥିବା ରାଜ୍ଯ ସମ୍ମିଳନୀକୁ ସଫଳ କରିବା ପାଇଁ ଓ ଜିଲ୍ଲାରୁ କିପରି ବହୁସଂଖ୍ୟାରେ କର୍ମୀ ଯୋଗଦେବେ ସେ ବିଷୟରେ ଆଲୋଚନା ହୋଇଥିଲା। ପ୍ରକାଶ ଥାଉକି ରାଜ୍ୟ ଓବିସି ମଞ୍ଚ ଏ ସମ୍ମିଳନୀର ଆୟୋଜନ କରିଛି। ଏଥିରେ ସମସ୍ତ ଜିଲ୍ଲାରୁ ବହୁ ପ୍ରତିନିଧି ଯୋଗ ଦେଉଛନ୍ତି। ଓବିସି ମଞ୍ଚ ତରଫରୁ ଉପସ୍ଥାପିତ ହେଉଥିବା ମୁଖ୍ୟ ଦାବୀଗୁଡିକ ହେଉଛି ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବା, ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଓବିସି ଙ୍କୁ ୨୭% ସଂରକ୍ଷଣ ପ୍ରଦାନ କରିବା, କ୍ରିମି ଲେୟାର ନୀତିର ଉଚ୍ଛେଦ, ଓବିସି ଛାତ୍ରଛାତ୍ରୀ ପାଇଁ ପ୍ରତି ପଞ୍ଚାୟତରେ ହଷ୍ଟେଲ ଖୋଲିବା, ଓବିସି ନିଗମକୁ ସୁଦୃଢ କରି ଆର୍ଥିକ ସହାୟତା ଯୋଗାଇଦେବା ଇତ୍ୟାଦି। ଅନ୍ୟ ଯେଉଁମାନେ ବୈଠକରେ ଦେଇଥିଲେ ସେମାନେ ହେଲେ ଶ୍ରୀ ନନ୍ଦ କୁମାର ମହାପାତ୍ର, ଶ୍ରୀ ରବିନ୍ଦ୍ର ଗିରି, ଶ୍ରୀ କାଶୀନାଥ ମାହାନା, ଶ୍ରୀ ସତ୍ୟବାନ୍ ଦଳନାୟକ, ଶ୍ରୀ ସଦାନନ୍ଦ ଭଞ, ଶ୍ରୀ ଲିଙ୍ଗରାଜ ବେହେରା ପ୍ରମୁଖ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାୟଗଡ଼ ରେ ଘର ଘର ତ୍ରିରଙ୍ଗା, ଘର ଘର ସ୍ଵଚ୍ଛତା ଯାତ୍ରା 

Sunil Chandra Nayak

ପିତା ମାତା ପାଇଁ ସେବା ଅନୁଷ୍ଠାନ ଜୁନାଗଡ଼ ତରଫରୁ ସ୍ମଶାନ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ

masiha

Leave a Comment

error: Content is protected !!