ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ 

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ 

      ଡାବୁଗାଁ, ୨୮/୧୦ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସୋମବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଭିଡିଓ କନଫରେନ୍ସି ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦବୋଧନ ଦେଇ ଶପଥ ପାଠ କରାଇଥିଲେ | ପରେ ବିଡିଓ ଶରତ ମାଝି ନିଜ ମନ୍ତବ୍ୟରେ ଯେତେବେଳେ ଦେଶରେ ଅର୍ଥନୀତିକୁ ଗୁରୁତ୍ଵ ଦିଆଯାଇଥାଏ, ସେତେବେଳେ ଆମକୁ ସାମାଜିକ ଓ ରାଜନୈତିକ ସମସ୍ତ କ୍ଷେତ୍ରରେ ଦୁର୍ନୀତି କୁ ମୂଳତ୍ପାଟନ କରିବା ଦରକାର, ଦୁର୍ନୀତି ସମ୍ପର୍କିତ କୌଣସି ଘଟଣାକୁ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇବା, ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାୟ ରଖିବା, ଜନ ସାଧାରଣ ଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା ଏଥି ସହିତ ସମସ୍ତ ଦାୟିତ୍ଵ କୁ ସାଧୁତା ବଜାୟ ରଖିବା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । ଏଥିରେ ତହସିଲଦାର ହରିଓମ ଭୋଇ, ଆଇଆଇସି ସୁନୀଲ କୁମାର ପ୍ରଧାନ, ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟୀ ଏବଂ ବ୍ଲକ, ତହସିଲ, ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟ|ଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋଇଡାରେ ଶ୍ରୀରାମ ସେନା ପକ୍ଷରୁ ଗୋମାତା ସୁରକ୍ଷା ଅଭିଯାନ

Sunil Chandra Nayak

ନିଆରା ଢଙ୍ଗରେ ସାଂସଦଙ୍କ ଜନ୍ମଦିନ ପାଳନ କଲା ସୁଜିତ କୁମାର ଫ୍ୟାନ କ୍ଳବ

Sunil Chandra Nayak

ବିଶ୍ଵ ଏଡ଼ସ୍ ଦିବସ” ପାଳିତ

masiha

Leave a Comment

error: Content is protected !!