ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈରାଗି (ବୈଷ୍ଣବ) ସମାଜ ର ଜିଲ୍ଲା ସ୍ତରୀୟ ସମ୍ବିଳନୀ ଓ କର୍ମକର୍ତା ଚୟନ ଅନୁଷ୍ଠିତ

ବୈରାଗି (ବୈଷ୍ଣବ) ସମାଜ ର ଜିଲ୍ଲା ସ୍ତରୀୟ ସମ୍ବିଳନୀ ଓ କର୍ମକର୍ତା ଚୟନ ଅନୁଷ୍ଠିତ

ଜୁନାଗଡ଼ ୨୮/୧୦(ମ ନି ସ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କଳାହାଣ୍ଡି ବୈରାଗି (ବୈଷ୍ଣବ) ସମାଜ ର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀ କୁ ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକର ର ସଦସ୍ୟ ମାନେ ମିଳିତ ଭାବେ ଆୟୋଜନ କରିଥିଲେ l କାର୍ଯ୍ୟକ୍ରମ ର ଶୁଭାରମ୍ଭ ବୈଦିକ ରୀତିରେ ପୂଜାର୍ଚନା ଦ୍ୱାରା କରାଯାଇଥିଲା l ଜିଲ୍ଲା ର ସମସ୍ତ ବ୍ଳକ ର କର୍ମକର୍ତ୍ତା କୁ ନେଇ ଆୟୋଜିତ ଏହି ସମ୍ବିଳନୀ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ କିଛି କର୍ମକର୍ତ୍ତା ଯୋଗଦାନ କରିଥିଲେ l ଉକ୍ତ ସମ୍ବିଳନୀ ରେ କିପରି ବୈଷ୍ଣବ ସମାଜ ର ଅଗ୍ରଗତି ହେବାସହ ଆଗକୁ ବଢି ପାରିବ ଓ ଭଲ ଶିକ୍ଷା ,ସଂସ୍କାର, ଆଗାମୀ ପିଢ଼ି ପାଇପାରିବେ ସେ ଉପରେ ବିଷଦ ଭାବରେ ଆଲୋଚନା ହୋଇଥିଲା l ଆସ୍ଥାୟୀ ସଭାପତି ଭାବରେ ସରୋଜ ଦାସ କୁ ଚୟନ କରାଯାଇଥିଲା ପରେ ସେ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆଗରୁ ଥିବା ପୁରୁଣା କମିଟିକୁ ଭଙ୍ଗ ଘୋଷଣା କରାଯାଇଥିଲା l ପରେ ଜିଲ୍ଲା ପୂର୍ବତନ ସଭାପତି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନବକିଶୋର ଦାସ ଙ୍କ ପ୍ରସ୍ତାବ କ୍ରମେ ।ନୂତନ କମିଟି ଗଠନ କରାଯାଇଥିଲା ଉକ୍ତ କମିଟିରେ ସର୍ବସମ୍ମତି କ୍ରମେ ଅଶୋକ କୁମାର ଦାସ କୁ ଜିଲ୍ଲା ସଭାପତି ଓ ସ୍ଵପ୍ନା କୁମାର ଦାସ ସାଧାରଣ ସମ୍ପାଦକ , ଧ୍ରୁବ ଚରଣ ଦାସ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଥିଲା l ଉପ ସଭାପତି ଭାବରେ ଗୋଳାମୁଣ୍ଡା ବ୍ଳକର ପ୍ରସନ୍ନ ଦାସ,ଧର୍ମଗଡ଼ ର ସୁସାନ୍ତ କୁମାର ଦାସ,କୋକସରା ର କିଶୋର ଚନ୍ଦ୍ର ଦାସ,ଜୁନାଗଡ଼ ର ଦୁର୍ଗା ପ୍ରସାଦ ଦାସ,ଜୟପାଟଣା ର କୁମୁଦ ରଞ୍ଜନ ଦାସ, ଭବାନୀପାଟଣା ଉପଖଣ୍ଡ ର ମହେନ୍ଦ୍ର ଦାସ,କଲମପୁର ର ଅଖିଲ ଦାସ, ଭବାନୀପାଟଣା ବଂଶୀଧର ଦାସ ଙ୍କୁ ମନୋନୀତ କରାଯାଇଥିଲା l ସେହିପରି ସହ ସମ୍ପାଦକ ଭାବେ କାଁହୁ ଚରଣ ଦାସ, ରାମେଶ୍ଵର ଦାସ,ନିଶାନ୍ତ ଦାସ,ମୋହନ ଚରଣ ଦାସ ଙ୍କୁ ମନୋନୀତ କରାଯାଇଥିଲା ଏବଂ ଜିଲ୍ଲାର ଉପଦେଷ୍ଟା କମିଟି ଭାବରେ ଭୀଷ୍ମ ରଥୀ ଦାସ,ହୃଦାନନ୍ଦ ଦାସ,ଭାଗିରଥି ଦାସ,ଦାମୋଦର ଦାସ,ବିବଚ୍ଛ ଦାସ,ରମେଶ ଦାସ,ଗୋକୁଳାନନ୍ଦ ଦାସ,ସରୋଜ ଦାସ,ବଂଶୀଧର ଦାସ,ଲଳିତ ଦାସ,ଜଗବନ୍ଧୁ ଦାସ,ଫକୀର ଦାସ,ଗୋପୀନାଥ ଦାସ,ମହେନ୍ଦ୍ର ଦାସ,ନାଵକିଶୋର ଦାସ,ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା ଉକ୍ତ ସମ୍ବିଳନୀ କୁ ସଫଳ କରିବା ପାଇଁ ଗୋଳାମୁଣ୍ଡା ବ୍ଳକ ଓ ଜୁନାଗଡ଼ ବ୍ଳକ ର କର୍ମକର୍ତ୍ତା ଶଶୀ ଭୂଷଣ ଦାସ,ମଦନ ଦାସ,ଗଙ୍ଗାଧର ଦାସ,ପ୍ରଶ୍ନ ଦାସ ,ଶ୍ରୀନିବାସ ଦାସ,ଦଧି ଦାସ,ଦଶରଥ ଦାସ,ସହ ଅନ୍ୟମାନେ ସହଯୋଗ କରିଥିଲେ l ଶେଷରେ ଜୁନାଗଡ଼ ବ୍ଲକର ର ସଦସ୍ୟ ଗଙ୍ଗାଧର ଦାସ ଓ ଶେଷଦେବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍ ଦୁଇ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

ଦୀର୍ଘସ୍ଥାୟୀ ଭିତ୍ତିଭୂମି ସହିତ ଗ୍ରାମୀଣ ସମୁଦାୟ କୁ ସଶକ୍ତ କରିବା ଉପରେ ତାଲିମ 

Sunil Chandra Nayak

2024-25 ଖରିଫ ଧାନ ସଂଗ୍ରହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

masiha

Leave a Comment

error: Content is protected !!