ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ନୂଆପଡା ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହ ରେ ଆଜି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ନୂଆପଡା ଜିଲ୍ଲାପାଳ ସ୍ବଧା ଦେବ ସିଂ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଜନ ଶୁଣାଣୀ ଶିବିର ରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଆଜି ଜନ ଶୁଣାଣିବରେ ୩୨ ଗୋଟି ଆଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ୨୮ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୪ ଗୋଟି ଗୋଷ୍ଠୀ ଗତ ଅଭିଯୋଗ ଆସିଥିଲା। ନୂଆପଡା ବ୍ଲକ ସମେତ ସିନାପାଲି ବ୍ଲକ ରୁ ବହୁ ସଂଖ୍ୟା ରେ ମହିଲା ପୁରୁଷ ଉପସ୍ଥିତ ରହି ନିଜ ନିଜ ସମସ୍ୟା କୁ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ , ସେହିଭଳି ଜିଲ୍ଲାପାଳ ମଧ୍ୟ ସାଧାରଣ ବର୍ଗ ର ଅଭିଯୋଗ ପତ୍ର କୁ ପାଇବା ପରେ ସେହି ବିଭାଗ ର ଅଧିକାରୀ ମାନଙ୍କୁ ତୁରନ୍ତ ଆବଶ୍ୟକ ତଦନ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଧେଶ ଦେଇଛନ୍ତି। ଗତ ଦୁଇ ବର୍ଷ ମହାମାରୀ କୋଭିଡ ପାଇଁ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ରହିଥିଲା। ଆଜି ଠାରୁ ଆରମ୍ଭ ହୋଇଯାଇଛି ଜିଲ୍ଲାପାଳ ଅଭିଯୋଗ ଶିବିର। ଆସନ୍ତା ସପ୍ତାହ ର ସୋମବାର ଦିନ ଜିଲ୍ଲା ର ଅନ୍ୟ ଏକ ବ୍ଲକ ମଧ୍ୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସ୍ବଧା ଦେବ ସିଂ ସୁଚନା ଦେଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ଥାନାରେ ଦୁର୍ଗା ପୂଜା ଅନୁଷ୍ଠିତ

Sunil Chandra Nayak

ବିଶ୍ଵ ହିନ୍ଦୁ ପରିଷଦ, ଦୂର୍ଗା ବାହିନୀ ର ନାରୀ ସଶକ୍ତିକରଣ ପଦଯାତ୍ରା

Sunil Chandra Nayak

ରଏନ ଗୁଡା କଂକ୍ରିଟ ରାସ୍ତାରେ ଆଣ୍ଠୁଏ ପାଣି ପଞ୍ଚାୟତ କର୍ତ୍ତୃପକ୍ଷ ନୀରବ 

Sunil Chandra Nayak

Leave a Comment

error: Content is protected !!