ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିତାଇ ଗୌର ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

ନିତାଇ ଗୌର ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

କଲମପୁର – ୧/୧୧(ମସିହା) କଳାହାଣ୍ଡି ଜିଲ୍ଲା କଲମପୁର ଜଗନ୍ନାଥ ପଡା ନିତାଇ ଗୌର ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଆଲୋକର ପର୍ବ ଦୀପାବଳୀ ଉପଲକ୍ଷେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ବ୍ୟାଙ୍କ କର୍ମଚାରୀ ଅନ୍ତରାମ ଜଗରିଆ , ସମ୍ମାନୀୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ବିଜେପି ମଣ୍ଡଳ ସଭାପତି କମଳ ବାଗ , ରାଜେଶ ଶର୍ମା , କମଲ ନାଏକ , କୃଷ୍ଣ ଲହଜଲ , ଅଭି ବାଗ , ସୁଶୀଲ ପତି , ହରେକୃଷ୍ଣ ଲହଜଲ , ଦୟା ନାଗ , ସୁଶୀଲ ଜୈନ, ବିମ୍ବାଧର ବାଗ ଏବଂ ନିମନ୍ତ୍ରିତ ଅତିଥି ଭାବରେ ବବ୍ରୁବାହାନ ବାଗ , ରାମ ସାହୁ , ଚେରୁ ନାଏକ , ବିଜୟ ସୁନାନୀ, କ୍ଷେତ୍ର ମୋହନ ବାଗ , ରାଜିନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।

କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ନିତାଇ ଗୌର ସାଂସ୍କୃତିକ ଅନୁଷ୍ଠାନର ସଭାପତି କୃଷ୍ଣ ଚନ୍ଦ୍ର ବାଗ , ଉପସଭାପତି ବିରଞ୍ଚି ନାଗ , ସଂପାଦକ ସନ୍ତୋଷ ଶଗଡ଼ିଆ , କୋଷାଧ୍ୟକ୍ଷ କୌଶିକ କଁଟା ନିଜର ଦାୟିତ୍ଵ ନିର୍ବାହ କରିଥିଲେ। ପ୍ରତିଯୋଗିତାରେ ସମୁଦାୟ ୮ଗୋଟି ଘୁମୁରା ଦଳ ଅଂଶ ଗ୍ରହଣ କରିଥିବା ବେଲେ ସେଥି ମଧ୍ୟରୁ ପ୍ରଥମ ପୁରସ୍କାର ମାଁ ମଙ୍ଗଳା କଳା ପରିଷଦ କାଶିବାହାଲ, ଦ୍ଵିତୀୟ ପୁରସ୍କାର ମାଁ ଷୋହଳ କରଣୀ କୋଦେଲ ମୁଣ୍ଡା , ତୃତୀୟ ମାଲ ପଡା ଘୁମୁରା ଦଳ ପୁରସ୍କାର ଲାଭ କରିଥିଲେ। ବିଚାରପତି ଭାବରେ ସୁଧୀର ରଞ୍ଜନ ବାଗ, ପ୍ରଶାନ୍ତ କଙ୍କରିଆ , ଦୁଷ୍ମନ୍ତ ବାଗ , ରମେଶ ବାଗ ନିଜ ଦାୟିତ୍ୱ ତୁଲାଇଥିଲେ। ରାମ ତେଜି ମଞ୍ଚ ପରିଚାଳନା କରିଥିବା ବେଲେ ନିତାଇ ଗୌର ସାଂସ୍କୃତିକ ଅନୁଷ୍ଠାନର ବିରଞ୍ଚି ନାଗ, ମଣ୍ଟୁ ଲହଜଲ, ରୀଙ୍କୁ ବାଗ , ସନ୍ତୋଷ ଶଗଡ଼ିଆ , ମାଣିକ୍ୟ ବାଗ , ସୁଜିତ ଶଗଡ଼ିଆ , ଟୁନା ଲହଜଲ ତଥା ପଡା ବାସି ସହଯୋଗ କରିଥିଲେ । ପ୍ରଥମ ବିଜେତା ଦଳକୁ ୧୬ହଜାର ଟଙ୍କା , ଦ୍ୱିତୀୟ ବିଜେତା ଦଳକୁ ୧୪ହଜାର , ତୃତୀୟ ବିଜେତା ଦଳକୁ ୧୨ହଜାର ଟଙ୍କା ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ମସିହା ନ୍ୟୁଜ

Related posts

ଚେମ୍ବର ଅଫ କମର୍ସ ର ଦାବୀ ପରେ  ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପାର୍କିଂ ବ୍ୟବସ୍ଥା ତ୍ଵରାନିତ

masiha

ଭୀମକେଲା କ୍ଲଷ୍ଟର୍ ଅଧିନ ସନ୍ୟାସୀ ଉଚ୍ଚ ବିଦ୍ୟାପୀଠ ମୁରସିଂ ର ଆଦିବାସୀ ଛାତ୍ରୀ ନିବାସ ଉଦଘାଟିତ 

Sunil Chandra Nayak

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହମାନବୀ ସ୍ବର୍ଗତ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ‌ଦିବସରେ ରାଇରଙ୍ଗପୁର‌କଂଗ୍ରେସ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

Leave a Comment

error: Content is protected !!