ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତିଭା ପରିବାରର ଜୋନ ସ୍ତରୀୟ ବୈଠକ

ପ୍ରତିଭା ପରିବାରର ଜୋନ ସ୍ତରୀୟ ବୈଠକ

ବାଲେଶ୍ଵର,୩୧/୧୦୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଛକ ନିକଟସ୍ଥ ହେଲଥ୍ କେୟାର ସେଣ୍ଟର ପରିସରରେ ” ପ୍ରତିଭା ପରିବାର ” ର ସଦସ୍ୟ ଓ ସଦସ୍ୟା ମାନଙ୍କୁ ନେଇ ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବସନ୍ତ ଖିଲାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରାମକୃଷ୍ଣ ଦାସମହାପାତ୍ର, ସୁଦର୍ଶନ ପାଣିଗ୍ରାହୀ, ପଙ୍କଜ କୁମାର ମହାନ୍ତି, ଦୀନବନ୍ଧୁ ଦାଶ, ବିଭୂତି ଭୂଷଣ ତ୍ରିପାଠୀ, ବୁଦ୍ଧିରାମ ପାଣିଗ୍ରାହୀ, ସଂକୀର୍ତ୍ତନ ପଣ୍ଡା, ଡ଼ାକ୍ତର ପ୍ରଭାକର ପଣ୍ଡା, ନରେନ୍ଦ୍ର ପ୍ରସାଦ ବେହେରା, ଚନ୍ଦ୍ରଶେଖର ପଣ୍ଡା, କୁଞ୍ଜଲତା ମାହୁନ୍ତ, ସଂଜୟ କୁମାର ଭଟ୍ଟରାୟ, ନିରାନନ୍ଦ ମିଶ୍ର, ବିମନ କୁମାର ବାରିକ, ଶଶିକାନ୍ତ ଦାସ ଓ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟତଃ ୪ଟି ଜୋନ ଅର୍ଥାତ ଡୁଙ୍ଗୁରା, ଗଡପୋଖରୀ, ଡଗରପଡା ଓ ତୁଡିଗଡିଆରେ କିପରି ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭା ଚୟନ ହୋଇପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ସିଦ୍ଧାନ୍ତ ହୋଇଥିଲା । କାର୍ଯ୍ୟକାରୀ କମିଟି ପାଇଁ ବସନ୍ତ କୁମାର ଖିଲାର, ରଘୁନାଥ ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ସୁଦର୍ଶନ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଦାସ, ହରେକୃଷ୍ଣ ରାଉତ, ସଂଜୟ କୁମାର ଭଟ୍ଟରାୟ, ପ୍ରଭାକର ପଣ୍ଡା, ଦୀନବନ୍ଧୁ ଦାଶ, ଶ୍ଯାମସୁନ୍ଦର ପଣ୍ଡା ମନୋନୀତ ହୋଇଥିବା ବେଳେ ପରୀକ୍ଷା କମିଟି ପାଇଁ ସୁଦର୍ଶନ ପାଣିଗ୍ରାହୀ(ବିଭାଗୀୟ ମୁଖ୍ୟ), ନିରାନନ୍ଦ ମିଶ୍ର, ଶଶିକାନ୍ତ ଦାସ, ବିଭୂତି ଭୂଷଣ ତ୍ରିପାଠୀ, ଦୀନବନ୍ଧୁ ଦାଶ, ସୁରମା ପାଣି ଓ ଡ଼ାକ୍ତର ପ୍ରଭାକର ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା । ସମ୍ପାଦକ ରଘୁନାଥ ପତ୍ରୀ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଶେଷରେ ଦୀନବନ୍ଧୁ ଦାଶଙ୍କ ଧନ୍ୟବାଦ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସ୍କୁଲ ଗେଟ ସମ୍ମୁଖରେ ଆଣ୍ଠୁଏ ପାଣି ଯାତାୟାତ ଠପ ଛାତ୍ରଛାତ୍ରୀ ହଟ ହଟା 

Sunil Chandra Nayak

ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାନପୋଷରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଘାଟିତ

masiha

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ, ରାୟଗଡ଼

masiha

Leave a Comment

error: Content is protected !!