ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଲ କୋଠା ନିର୍ମାଣ ଦାବୀରେ ଛାତ୍ରଛାତ୍ରୀ, ଅଭିଭାବକ ସମୂହ ଙ୍କ  ସ୍କୁଲ ସାମ୍ନାରେ ଧାରଣା

ସ୍କୁଲ କୋଠା ନିର୍ମାଣ ଦାବୀରେ ଛାତ୍ରଛାତ୍ରୀ, ଅଭିଭାବକ ସମୂହ ଙ୍କ  ସ୍କୁଲ ସାମ୍ନାରେ ଧାରଣା

କଲମପୁର -୨/୧୧(ମସିହା) କଲମପୁର ବ୍ଲକ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଭାଲୁ ବୁଟୁରା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ କୋଠା ନିର୍ମାଣ ଦାବୀରେ ଛାତ୍ରଛାତ୍ରୀ, ଅଭିଭାବକ ସମୂହ ସ୍କୁଲ ବନ୍ଦ କରି ସ୍କୁଲ ସାମ୍ନାରେ ଧାରଣା ଦେଇ ଦାବୀ ରଖିଥିଲେ l ତାଙ୍କ ଅଭିଯୋଗ ହେଲା ସ୍କୁଲ ବିଗତ ୧୯୪୯ ମସିହାରେ ସ୍ଥାପିତ ହୋଇଥିବା ବେଳେ ସ୍କୁଲ ବର୍ତ୍ତମାନ ଶୋଚନୀୟ ଘେରରେ ଗତି କରୁଛି l ଏହି ସ୍କୁଲ ଉନ୍ନୀତ ହୋଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲି ଆସୁଛି l ଚଳିତ ବର୍ଷ ୧୦୮ ଜଣ ଛାତ୍ରଛାତ୍ରୀ ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ଏଭଳି ଅବ୍ୟବସ୍ଥା ହେତୁ ଅନେକେ ସ୍କୁଲରୁ ମୁହଁ ଫେରାଇ ଅନ୍ୟ ସ୍କୁଲ ଗୁଡିକରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି l ସ୍କୁଲ ଶ୍ରେଣୀ ପାଇଁ କେବଳ ଦୁଇ କୋଠା ବିଶିଷ୍ଟ ଏକ ଛାତ ଘର ନିର୍ମାଣ କରାଯାଇଥିବା ବେଳେ ଗୋଟିଏ କୋଠରୀରେ ଅଫିସ ଏବଂ ଗୋଟିଏ କୋଠରୀରେ ପାଠପଢ଼ା ଚାଲିଛି l ଅନ୍ୟ ସର୍ବ ପୁରାତନ ଖପର ଘର ବିପଦ ସଂକୁଳ ପରିସ୍ଥିତିରେ ରହିଛି l ତେଣୁ ସେହି କୋଠରୀ ଭଗ୍ନାବସ୍ଥାରେ ରହିଥିବାରୁ କେବଳ ଗୋଟିଏ କୋଠାରେ ଆଠଟି ଶ୍ରେଣୀ ଚlଳିବା ଦୁର୍ଭାଗ୍ୟଜନକ l ଏଭଳି ପରିସ୍ଥିତି ଥିଲେ ମଧ୍ୟ ନିହାତି ଗରିବ, ଅବହେଳିତ ପରିବାରର ଛାତ୍ରଛାତ୍ରୀ ମାନେ କେବଳ ଏହି ସ୍କୁଲ ଉପରେ ଭରସା ଯୋଗ୍ୟ ହୋଇ ରହିଛନ୍ତି l ଯେଉଁ ସ୍କୁଲ କୋଠା ରହିଛି ତାହା ମହlଜନୀ ପ୍ଲଟ ଗୁଡିକରେ ରହିଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଛି l ଏଣୁ ଗ୍ରାମବାସୀ ଗ୍ରାମରେ ଉପଯୁକ୍ତ ସ୍ଥାନରେ ଥିବା ସରକାରୀ ଜାଗା ୮0 ଡେସିମିଲକୁ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର କରାଯିବାକୁ ନିଷ୍ପତ୍ତି ନେଇଛନ୍ତି l ସେଠାରେ ସ୍କୁଲ ନିର୍ମାଣ କରାଯିବାକୁ ଦେଢ଼ ବର୍ଷ ତଳେ ମଧ୍ୟ ଏହି ସମାନ ଅଭିଯୋଗ ରଖି ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ଆନ୍ଦୋଳନ କୁ ଓହ୍ଲାଇଥିଲେ l ସେହି ସମୟରେ ମଧ୍ୟ ବହୁତ ଶୀଘ୍ର ସେହି ନୂତନ ଜାଗାରେ ସ୍କୁଲ କୋଠା ନିର୍ମାଣ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l କିନ୍ତୁ ପରିତାପର ବିଷୟ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଗ୍ରାମବାସୀ ସମୂହ ଶୁକ୍ରବାର ଦିନ ସ୍କୁଲ ବନ୍ଦ କରି ଧାରଣା ଦେଇ ଆନ୍ଦୋଳନ କରିଥିଲେ l ଖବର ଜାଣି କଲମପୁର ବିଡ଼ିଓ ବିଜୟ କୁମାର ମାଡାଙ୍ଗୀ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ଏବିଇଓ ହେମନ୍ତ କୁମାର ପଣ୍ଡା, ସୁଶୀଲ କୁମାର ମୁଣ୍ଡ, ଜେଇ ସୁମନ୍ତ ଦଣ୍ଡପାଟ, ସରପଞ୍ଚ ସୁଶାନ୍ତ କୁମାର ମାଝୀ ଉପସ୍ଥିତ ରହିଥିଲେ l ସ୍କୁଲ ପକ୍ଷରୁ ସିଅରସି ଶ୍ରୀରାମ ପଣ୍ଡା ଏବଂ ଶିକ୍ଷକ ସମୂହ ମଧ୍ୟ ଉପସ୍ଥିତ ଥିଲେ l ବିଡ଼ିଓ ଏବଂ ସହକାରୀ ଯନ୍ତ୍ରୀ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ପାଇଁ ରହିଥିବା ଅନୁଦାନକୁ ନୂତନ ଜାଗାରେ ନିର୍ମାଣ କରାଯିବ ଏଥି ପାଇଁ ଆସନ୍ତା ସୋମବାର ଦିନ ଲେଆଉଟ ଦେବାକୁ ବ୍ଲକ ପ୍ରଶାସନ ଆନ୍ଦୋଳନ କାରୀ ମାନଙ୍କୁ ପ୍ରତିଶୃତି ଦେଲେ l ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l ଏହାପରେ ସମସ୍ତେ କୋଠା ଗୁଡିକ ହେବାକୁ ଥିବା ନୂତନ ଜାଗାକୁ ଯାଇ ଦେଖିଥିଲେ l ଗ୍ରାମବାସୀ ପକ୍ଷରୁ ସ୍କୁଲ ସଭାପତି ଦୁଃଶାସନ ଖରସେଲ, ଅଜିତ କୁମାର ମୁଣ୍ଡ, ସୋମେଶ୍ୱର ସେଠୀ, ସତ୍ୟ ନାରାୟଣ ସାହୁ, ଶଙ୍କର୍ଷଣ ସାହୁ, ଯୁଧିଷ୍ଠିର ପାନ, ହର ମାଝୀ, ଗଙ୍ଗା ଖରସେଲ, ହରିଶଙ୍କର ସାହୁ ସମେତ ଶତାଧିକ ଗ୍ରାମବାସୀ ସାମିଲ ରହିଥିଲେ ।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ ଭୂମିଜ ପ୍ରଧାନ କାର୍ଯ୍ୟାଳୟ ଉଦଘାଟନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

masiha

ଏକତ୍ର ଆୟୋଜିତ ରଙ୍ଗମଞ୍ଚର ନାଟ୍ୟ ପଠନ 

masiha

ଓଭରବ୍ରିଜ ନିର୍ମାଣ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପ୍ରତିନିଧି ପକ୍ଷରୁ ଖଡଗପୁର ରେଳ ଡିଭିଜନର ବରିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା

Sunil Chandra Nayak

Leave a Comment

error: Content is protected !!