ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ୭୫ ତମ କଳାହାଣ୍ଡି ଗଠନ ଦିବସ ପାଳିତ

ବ୍ଲକ ସ୍ତରୀୟ ୭୫ ତମ କଳାହାଣ୍ଡି ଗଠନ ଦିବସ ପାଳିତ

କଲମପୁର,-୦୨/୧୧ (ମସିହା) ୧୯୪୯ ମସିହା ନଭେମ୍ବର ୧ ତାରିଖ ଦିନ ସ୍ବତନ୍ତ୍ର ରାଜସ୍ବ ଜିଲ୍ଲାର ମାନ୍ୟତା ପାଇଲା କଳାହାଣ୍ଡି। ଭବାନୀପାଟଣା,ଧର୍ମଗଡ ଓ ନୂଆପଡ଼ା ୩ ଗୋଟି ଉପଖଣ୍ଡ କୁ ନେଇ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା। ୧୯୯୪ ମସିହାରେ ନୂଆପଡ଼ା ସ୍ବତନ୍ତ୍ର ଜିଲ୍ଲା ଗଠନ ହେବାପରେ, ଭବାନୀପାଟଣା ଓ ଧର୍ମଗଡ ଉପଖଣ୍ଡ କୁ ନେଇ ସ୍ବତନ୍ତ୍ର କଳାହାଣ୍ଡି ଜିଲ୍ଲା ରହିଛି। ଆଜି ନଭେମ୍ବର ୧ ତାରିଖ,ଜିଲ୍ଲା ଗଠନକୁ ୭୫ ବର୍ଷ ପୂର୍ତ୍ତି ହୋଇଛି। ପୂର୍ବବର୍ଷ ମାନଙ୍କରେ ଏହି ଦିବସକୁ ମାତ୍ର ଜିଲ୍ଲା ସ୍ତରୀୟ ହିଁ ପାଳନ କରାଯାଇଥିଲା, କିନ୍ତୁ ଚଳିତ ବର୍ଷ ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକରେ କଳାହାଣ୍ଡି ଗଠନ ଦିବସ କୁ ପାଳନ କରାଯାଉଛି। ଏହି ଅବସରରେ ଆଜି ଶୁକ୍ରବାର ଦିନ କଲମପୁର ଏସ୍.ଜି.ଏସ୍.ୱାଇ ସଭାଗୃହ ଠାରେ ବ୍ଲକ ସ୍ତରୀୟ ୭୫ ତମ କଳାହାଣ୍ଡି ଗଠନ ଦିବସ ପାଳିତ ହୋଇଯାଇଛି। କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ବ୍ଲକ ସ୍ତରୀୟ ୭୫ ତମ କଳାହାଣ୍ଡି ଗଠନ ଦିବସରେ ମୁଖ୍ୟଅତିଥି ଭାବରେ ସମିତି ଅଧ୍ୟକ୍ଷା ମୋତି ବିହାରୀ,ମୁଖ୍ୟବକ୍ତା ଭାବରେ ବିଧାୟକ ପ୍ରତିନିଧି ସୁଶାନ୍ତ ରାଉତ,ସମ୍ମାନୀତ ଅତିଥି ଭାବରେ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା,ତହସିଲଦାର ସ୍ମରଣିକା ତୁଲ, ବି.ଇ.ଓ ମଧୁସ୍ମିତା ନାଏକ, ସି.ଡ଼ି.ପି.ଓ ନିର୍ବାଶିନୀ ଦେଇ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ପ୍ରମୁଖ ଯୋଗଦେଇ କଳାହାଣ୍ଡି ଜିଲ୍ଲାର ଐତିହ, ପରମ୍ପରା,କଳା,ସଂସ୍କୃତି ଓ ବିକାଶ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲ ଓ କଲେଜ ସୁରୀୟ ପ୍ରତିଯୋଗୀତା ଗୁଡିକରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ବି.ପି.ଏମ୍ ରେଗୁନିୟସ ଏକ୍କା କରିଥିଲେ ବେଳେ ସମସ୍ତ ମିଶନ ଶକ୍ତି ସଦସ୍ୟା,ସି.ଆର୍.ପି, ଏମ୍.ବି.କେ, ସ୍କୁଲ ଛାତ୍ରଛାତ୍ରୀ ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।ସିଡିପିଓ ନୀର୍ବାସିନୀ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ, ପରବର୍ତ୍ତୀ ସମୟରେ ଦୁର୍ନୀତି ମୁକ୍ତ ଜିଲ୍ଲା ନିର୍ମାଣ ନିମନ୍ତେ ଶପଥ କରାଯାଇଇ ଉପସ୍ଥିତ ସମସ୍ତ ସଦସ୍ୟ ସଚେତନତା ପାଇଁ ରେଲି ବାହାର କରି ପରିକ୍ରମା କରିଥିଲେ।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠି ରୁ ଖବର ପ୍ରସାରଣ ପରେ ବୁଦୁନୀ ପଧାନ କୁ ମିଳିଲା ସହାୟତା ଏବଂ ବିଧବା ଝିଅ ସୁକାନ୍ତି କୁ ମିଳିବ ଭତ୍ତା

masiha

ନବରଂଗପୁରଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ 

Sunil Chandra Nayak

ରାଇରଙ୍ଗପୁରରେ ସ୍ବାମୀ ବିବେକାନନ୍ଦଙ୍କ ୧୭୨ ତମ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!