ଚିକିଲି ଗାଁ ସ୍କୁଲରେ ଶିକ୍ଷକ ଦାବିରେ ସ୍କୁଲ ଗେଟରେ ତାଲା ,
ଗ୍ରାମବାସୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ
ଜୁନାଗଡ଼ ୯/୧୧ (ମନୀ ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଗୌଡ଼ ଛେଣ୍ଡିଆ ପଞ୍ଚାୟତର ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲର ଛାତ୍ରଛାତ୍ରୀ ସମେତ ଅଭିଭାବକ ,ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା , ସ୍କୁଲ ଶିକ୍ଷା କମିଟିର ସଦସ୍ୟ ତଥା ଗ୍ରାମର ଶତାଧିକ ମହିଳା ପୁରୁଷ ଏକ ତ୍ରିତ ହୋଇ ସ୍କୁଲ ଗେଟରେ ତାଲା ପକାଇଛନ୍ତି, ଏହି ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଂଚିଛି। ଶିକ୍ଷ୍ୟା ବିଭାଗ ଜଣେ ବଦଳରେ ତିନିଜଣ ଶିକ୍ଷକ ନିଯୁକ୍ତି ନହେବା ପର୍ଯନ୍ତ ଏହି ଆନ୍ଦୋଳନ ଜାରିରହିବ ବୋଲି ଆନ୍ଦୋଳନକାରୀ ଆଡିବସିଛନ୍ତି। ତାଲା ବନ୍ଦ ଥିବା ଯୋଗୁଁ ଦୁଇଦିନ ହେଲା ମଧ୍ୟ।ହ୍ଣ ଭୋଜନ ସମ୍ପୂର୍ଣ ବନ୍ଦ ରହିଥିଲା ।ପ୍ରକାଶ ଥାଉକି ଚିକିଲି ଗ୍ରାମରେ ଗତ ୨୪ ,୩ ,୧୯୫୩ ମସିହାରେ ପ୍ରାଥମିକ ବିଦ୍ୟାଳୟ ଭାବରେ ଗଢି ଉଠିଥିଲା ।ବର୍ତ୍ତମାନ ପ୍ରାଥମିକରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହୋଇଥିବ ରୁ ଏହି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି ।ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାୟ ୧୬୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।ଶିକ୍ଷକ ସଂଖ୍ୟା ମାତ୍ର ୪ ଜଣ ।ସେଥି ମଧ୍ୟରୁ ଜଣେ ଶିକ୍ଷକ ପାର।ଲିସ ଅଟନ୍ତି । ପ୍ରଧାନଶିକ୍ଷକ ଅଫିସ କାମରେ ବ୍ୟସ୍ତ ରହୁଥିବା ବେଳେ ଦୁଇ ଜଣ ଶିକ୍ଷକ କିପରି ଶିକ୍ଷା ଦାନ କରିପାରିବେ ।ଯାହା ଫଳରେ ଶିକ୍ଷା ଦାନ ଠିକ ଭାବରେ ହୋଇପାରୁନାହିଁ । ଆଗରୁ ଏହି ବିଦ୍ୟାଳୟରେ ୭ ଜଣ ଶିକ୍ଷକ ରହିଥିଲେ ।ସେଥି ମଧ୍ୟରୁ ଶିକ୍ଷୟତ୍ରୀ ଶୁଭଲଷ୍ମୀ ଓଝା ଙ୍କୁ ଚାରଭାଟି ସ୍କୁଲ କୁ ଡେପୁଟେସନ ପଠା ଗଲା ।ଶିକ୍ଷକ ତ୍ରିଲୋଚନ ପଟ୍ଟନାୟକ ଙ୍କୁ ଅନ୍ୟତ୍ର ଜିଲ୍ଲା ବଦଳି ପୁଣି ଆଉଜଣେ ଶିକ୍ଷକ ଦ୍ରୋଣ ସୁନାନୀ ସି ଆର ସିସି ଦାୟିତ୍ୱ ନେଲେ ଫଳରେ ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା ୪ ଜଣ ରହିଲେ ।ଶିକ୍ଷକ ଅଭାବ ଯୋଗୁଁ ପାଠ ପଢା ରେ ବ୍ୟାହତ ହେଉଥିବା ଜାଣି ଅନେକ ଥର ଗ୍ରାମବାସୀ ତଥା ସ୍କୁଲ କମିଟି ଜୁନାଗଡ଼ ବି ଇ ଓ ଙ୍କୁ ଗତ ୨୫/୧୦ /୨୪ ରେ ଶିକ୍ଷକ ନିଯୁକ୍ତି ପାଇଁ ଲିଖିତ ଅଭିଯୋଗ କରିଥିଲେ ।ମାତ୍ର ଶିକ୍ଷା ବିଭାଗ ଏବିଷୟରେ ଧ୍ୟାନ ନ ଦେଇ ନିରବ ରହିଲା ।ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ସ୍କୁଲଗେଟରେ ଶିକ୍ଷକ ଦାବି ପାଇଁ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।ଏଥିରେ ସ୍କୁଲ କମିଟିର ସଭାପତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯୋଧନ ମେହେର , ଶିକ୍ଷକ ଯୁଧିଷ୍ଠି ନ।ଏକ ,ଲଳିତ ଶବର ଏବଂ ପିଙ୍କି ରାଣୀ ବେହେରା ଆନ୍ଦୋଳନ ରେ ସାମିଲ ହୋଇଥିଲେ । ଆନ୍ଦୋଳନ ଜାରି ରହିଥିବା ବେଳେ ଜୁନାଗଡ଼ ବି ଆର ସି ସି ସୁଶାନ୍ତ କୁମାର ଠାକୁର ଏବଂ ଏ ବି ଇ ଓ କ୍ଷୀରୋଦ ଭୋଇ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଏବଂ ଶିକ୍ଷା କମିଟିର ସଦସ୍ୟ ତଥା ଛାତ୍ର ଛାତ୍ରୀ ମାନଙ୍କୁ ବହୁ ବୁଝା ଶୁଝା କରିଥିଲେ ।କିନ୍ତୁ ଗ୍ରାମବାସୀମାନେ ଏବଂ ଛାତ୍ରଛାତ୍ରୀ ମାନେ ଜିଦରେ ଅଟଳ ରହିଥିଲେ ।ଶିକ୍ଷକ ନିଯୁକ୍ତି ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ । ଚାରି ଜଣ ଶିକ୍ଷକ ରୁ ଆଉ ତିନି ଜଣ ଶିକ୍ଷକ ଦାବି କରୁଥିଲେ ।ମାତ୍ର ବିଆରସି ଠାକୁର ଡେପୁଟେ ସନ ରେ ଯାଇଥିବା ଶୁଭ ଲଷ୍ମୀ ଓଝା ଙ୍କୁ ପୁଣି ସ୍କୁଲକୁ ଫେରାଇ ଦିଆଯିବ ବୋଲି କହିଥିଲେ ।ତଥାପି ଆଉ ଦୁଇ ଜଣ ଶିକ୍ଷକ ନ ଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀମାନେ ଶ୍ରୀ ଠାକୁର ଙ୍କୁ କହିଥିଲେ । ସୋମବାର ଦିନରୁ ପୁଣି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।
ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

