ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଭୋଟର ଦିବସ ପାଳିତ

ଡାବୁଗାଁ, ୨୫/୧ (ମ॰ନି॰ସ॰)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଜିଲା ଅନୁସୁଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଭୋଟର ଦିବସ ବୁଧବାର ପାଳିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଭୋଟର ଦିବସ କାହିଁକି ପାଳନ କରାଯାଉଛି ସମସ୍ତ ଛାତ୍ରୀମାନଙ୍କୁ ବୁଝାଇ ଛାତ୍ରୀମାନଙ୍କୁ ସଚେତନ କରାଇବା ସହ ଶପଥ ପାଠ କରାଇଥିଲେ । ମତଦାନ ଦେବାନେଇ କାହାରି ଠାରୁ କୌଣସି ଉତ୍କୋଚ ନ ନେଇ ସଠିକ ବ୍ୟକ୍ତିକୁ ଚୟନ କରାଇବା ହେଉଛି ସଠିକ ବିଶ୍ଵ ଭୋଟର ଦିବସ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଗଣତନ୍ତ୍ର ସୁଦୃଢ କରିବା ଲାଗି ଆମର ଭୂମିକା ବିଷୟରେ ଛାତ୍ରୀ ମାନେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ |ପରେ ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ | ଏହାସହ ଡାବୁଗାଁ ବ୍ଲକ ର ସମସ୍ତ ବୁଥରେ ବିଶ୍ଵ ଭୋଟର ଦିବସ ପାଳନ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲୋକଙ୍କ ଦୁଆର ମୁହଁରେ ପହଞ୍ଚିବ ପ୍ରଶାସନ : ଲୋକଙ୍କୁ ମିଳିବ ସରକାରୀ ସୁବିଧା, ଲାଞ୍ଜିଗଡ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ

masiha

“ସରସ ସମ୍ମାନ” ରେ ସମ୍ମାନିତ ହେଲେ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର

Sunil Chandra Nayak

ଅଣ ଗେଜେଟେଡ଼ ବନସେବା ସମୂହ ଛୁଟି ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!