ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୃଦଘାତ ଯୋଗୁଁ ସି.ଆର୍‌.ପି.ଏଫ୍ ଯବାନଙ୍କ ମୃତ୍ୟୁ 

ରାଇଘର ୨୫/୧ (ମ ନି ସ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରସୁଣ୍ଡି (ଡିଏନକେ) ଗ୍ରାମର ଶେଖର ବାଲା (୪୫)ଙ୍କ ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡିଛି | ସେ ରାଜସ୍ଥାନ ଅନ୍ତର୍ଗତ କୋଟା ଠାରେ ସି.ଆର୍‌.ପି.ଏଫ୍ ଯବାନ ଭାବେ କାର୍ଯ୍ୟରତ ଥିଲେ | ମଙ୍ଗଳବାର ସକାଳୁ ହଟାତ ଶେଖରଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇ ଥିଲା ଏବଂ ସେ ଅଚେତ ହୋଇ ଯାଇଥିଲେ l ଶେଖରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲ କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଆଜି କୋଟା ସ୍ଥିତ ସି.ଆର୍‌.ପି.ଏଫ୍ କେମ୍ପ୍ ରେ ତାଙ୍କ ପାର୍ଥବ ଶରୀରକୁ ଗାର୍ଡ ଅଫ୍ ଅନର୍ସ ପ୍ରଦାନ କରାଯିବା ପରେ ଓଡ଼ିଶା ଆଣିଥିଲେ | ବୁଧବାର ସକାଳ ସମୟରେ ଭାରସୁଣ୍ଡି ଡିଏନକେ ସ୍ଥିତ ନିଜ ବାସଭବନ ଠାରେ ପହଞ୍ଚି ଥିଲେ | ସେ ଛୁଟିରେ ଆସିଲେ ରାଇଘର ସ୍ଥିତ ପତ୍ରକୋଟି ଠାରେ ନିଜ ସ୍ତ୍ରୀ ଓ ପୁଅ ସହିତ ରହୁଥିଲେ l ତାଂକ ମୃତ୍ୟୁ ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ବୁଧବାର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ବାସ ଭବନରେ ପୁଷ୍ପଞ୍ଜଳୀ ପ୍ରଦାନ କରିବା ସହ ରାଇଘର ଅଂଚଳର ସମସ୍ତ ଯବାନ ପୁଷ୍ପଞ୍ଜଳୀ ଦେଇଥିଲେ l ରାଇଘର ର କେତେଜଣ ରିଟାର୍ଡ ଯବାନ ମାନେ ମଧ୍ୟ ପହଂଚି ମୃତ ଶେଖରଵାଲା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇଥିଲେ,ଘଟଣା ସ୍ଥଳରେ ରାଇଘର ଥାନା ଅଧିକାରୀ ପ୍ରମୋଦ ନାୟକ ଙ୍କ ସହ ଥାନାର ଅନ୍ୟ ପୋଲିସ ଅଧିକାରୀ ପହଂଚିଥିଲେ, ମସାଣି ରେ ଗାର୍ଡଅଫ ଅନର ଦିଆଯାଇ ଶେଷକୃତ୍ୟ ସଂମ୍ପନ୍ନ କରାଯାଇଥିଲା।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିଶାମୁକ୍ତ ସମାଜ ଗଠନ ପାଇଁ ଗୋଲାମୁଣ୍ଡାରେ ସଚେତନତା ସଭା

Sunil Chandra Nayak

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ : ଜନ୍ମସ୍ଥାନରେ ପାଳିତ ହେବ ଜନ୍ମଜୟନ୍ତୀ 

Sunil Chandra Nayak

ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

Sunil Chandra Nayak

Leave a Comment

error: Content is protected !!