ଆଲମଣ୍ଡା ରେ ପାଳିଲେ ଦି ବାର୍ଷିକ ବିଶ୍ୱ ଆଦିବାସି ଦିନସା ପାଳନ
ବନ୍ଧୁଗାଁ ତା, ୯/୮/୨୬, ଆଜି ସାରା ଭାରତରେ ଆଦିବାସୀ ମାନେ ନିଜର ସମ୍ଫର୍ଦାୟ କୁ ନେଇ ବିଶ୍ୱର କୋଣେ କୋଣେ ରହୁଥିବା ଆଦିବାସୀ ମାନେ ଏକତ୍ରିତ ହୋଇ ବିଶ୍ୱ ଆଦିବାସି ଦିବସ ରୂପରେ ପାଳନ କରିଥିବା ବେଳେ ସେଥିରୁ ବାଦ ପଡିନି ବନ୍ଧୁଗାଁ ବ୍ଲକରେ ରହିଥିବା ଆଦିବାସୀ ସମ୍ଫର୍ଦାୟ ତରଫୋରୁ ୧୩ ଗୋଟି ପଞ୍ଚାୟତ ରେ ରହିଥିବା ଆଦିବାସି ପରିବାର ସମ୍ଫର୍ଦାୟ ଓ ବନ୍ଧୁଗାଁ ବ୍ଲକର ଚାଷୀ ମୁଲିଆ ସଙ୍ଘ ର ଆୟୋଜନରେ ଆଲମଣ୍ଡା ପଞ୍ଚାୟତ ର ବଡ଼ ବାଙ୍କିଡି ଠାରେ ପାଳନ କରିଥିବାର ଦେଖିବାକୁ ମିଳିଛି I ଆଜିର ଏହି ବିଶ୍ୱ ଆଦିବାସି ଦିବଶ ସହ ଚାଷୀ ମୁଲିଆ ସଙ୍ଘ ର ସାଥି କେଣ୍ଡରୁକା ଅର୍ଜୁନକ ଶ୍ରଦ୍ଧାଞ୍ଜଳି ସଭା ଓ ସଭାକାର୍ଯ୍ୟ ପାଳନ କରିଥିବାର ଦେଖିବାକୁ ମିଳିଛି I ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ପ୍ରଦେଶ ଚାଷୀ ମୁଲିଆ ସଙ୍ଘ ସଭାପତି ଶ୍ରୀ ଶ୍ରୀକାନ୍ତ ମହାନ୍ତି,ପୁରୀରୁ ଆସିଥିବା ମୁଖ୍ୟ ବକ୍ତାଓଡିଶାର ଚାଷୀ ମୁଲିଆ ସଙ୍ଘ ର ୱର୍କିଙ୍ଗ ସଭାପତି ଶ୍ରୀ ବାସୁଦେବ ଦାସ ତାଙ୍କ ସାଥିରେ ଆସିଥିବା ଅତିଥି ବକ୍ତା ବନ୍ଧୁଗାଁ ଅଞ୍ଚଳର ମୁଖିଆ ବ୍ୟକ୍ତି ସୀତାନା ହିମିରିକା,ନାଗେସ କଣ୍ଡାଗରୀ,ବ୍ଲକ ର ଯୁବ ସଭାପତି କେଣ୍ଡରୁକା ସୁବାରାଓ, ଆଦାନା କାଡ୍ରାକା, ଶ୍ରୀନୁ ମାଣ୍ଡିଙ୍ଗ, ଚାଷୀ ମୁଲିଆ ସଙ୍ଘ ର ଜିଲ୍ଲା ସଭାନେତ୍ରୀ କୋଣ୍ଡାଗୋରି ପାଇଡ ଆମା, ବ୍ଲକ ସାଭାନେତ୍ରୀ ପିଡ଼ିକ ସୁରିଆମା,ଆଜିର ଏହି ବିଶ୍ୱ ଆଦିବାସୀ ଦିବସରେ ଅଞ୍ଚଳର ପ୍ରାୟ ୫ ସହରୁ ଉର୍ଦ୍ଧ ଉପସ୍ଥିତ ରେ ଶାନ୍ତି ଶୃଙ୍ଖଳା ସହିତ ହୋଇଥିଲା I
ନାବାଳିକାର ମୃତ ଦେହ ଉଦ୍ଧାର
ବନ୍ଧୁଗାଁ ତା,୦୮/୦୮/୧୬,ବନ୍ଧୁଗାଁ ଥାନା ଅନ୍ତର୍ଗତ ନିଲାବାଡ଼ି ପଞ୍ଚାୟତ ର ଗବେରୀଗୁଡା ଗ୍ରାମରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି,ଝୁଲନ୍ତା ଅବସ୍ଥାରେ ଜଣେ ନାବାଳିକା ର ମୃତ ଦେହ ଉଦ୍ଧାର କରିଛି ବନ୍ଧୁଗାଁ ପୋଲିସ।ମର୍ତ୍ୟୁର କାରଣ ଜଣା ପଡି ନଥିବା ବେଳେ ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରିଛି।ମୃତକ ହେଲେ ତୁଳନ୍ତି ମେଲେକା (୧୭)। ତୁଳନ୍ତି ବାହାରୂ କୁଆଡେ ବୁଲା ବୁଲି କରି ଖାଇବା ସମୟରେ ଘରକୁ ଫେରିଥିଲା। ହେଲେ ସେଇ ସମୟରେ ଘରେ କେହି ନଥିବା ବେଳେ ସନ୍ଧ୍ୟା ପାଞ୍ଚଟା ରେ ନାବାଳିକା ର ବାପା ଆଉ ମା ଘରକୁ ଫେରି ଭିତର ଝିଅ ଏକ ଦୌଡ଼ିରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଫଳରେ ପରିବାର ଲୋକେ ପୁରା ଦୁଃଖରେ ଭାଙ୍ଗି ପଡ଼ିଥିଲେ।ପରେ ଗ୍ରାମବାସୀ ଙ୍କ ସହ ନାବାଳିକା ର ବାପା କିରସାଣି ମେଲେକା ବନ୍ଧୁ ଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବନ୍ଧୁ ଥାନାରୁ ଏକ ପୋଲିସ ଟିମ ଯାଇ ମୃତ ଦେହ ଉଦ୍ଧାର କରିଥିଲେ । ହେଲେ ବର୍ଷା ରାତିରେ ମୃତ ଦେହ ଆଣିବା ସମ୍ବବପର ନହେବାରୁ ଆଜି ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଜେନ୍ଦ୍ରରେ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ପୋଲିସ ମୃତ ଦେହ ହସ୍ତାନ୍ତର କରିଛି।
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

