ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସଙ୍କ କବିତା ନୀଳାଚଳ ଧାମ

ଜୟ ମାଆ ବିରଜା…..

ନୀଳାଚଳ ଧାମ

ଉମାକାନ୍ତ ଦାସ

 

ନୀଳାଚଳ ଧାମ ସେହି ଶଙ୍ଖ କ୍ଷେତ୍ର

କେଉଁ କାଳୁ ବିରାଜିତ ,

ଉତ୍କଳ ପୁଷ୍କରେ ପୁରୀ କମଳରେ

କେଶର ସେ ଜଗନ୍ନାଥ ।।

 

ଓଡ଼ିଆ ଜାତିର ଅଟେ ମଥାମଣି

ବିଶ୍ବରେ ସିଏ ପୂଜିତ ,

ହିନ୍ଦୁ ଧର୍ମେ ଧାମ ଗରବ ଗୌରବ

ଜଗତେ ଉଡଇ ନେତ ।।

 

ସେ ଧାମର ରେଣୁ ଯା ମୁଣ୍ଡେ ବାଜଇ

ହୋଇଯାଏ ସିଏ ମୁକ୍ତ ,

ବଳରାମ ଦାଶ ନୀଳାଚଳେ ଯାଇ

ହୋଇଲେ ମହା ପଣ୍ଡିତ ।।

 

ଭକ୍ତ ସାଲବେଗ ଦାସିଆ ବାଉରୀ

ନୀଳାଚଳେ ବଡ଼ ଭକ୍ତ ,

ନାହିଁ ସେଠାବରେ ଭେଦ ଭାବ କିଛି

ପ୍ରମାଣ ଅଛି ବହୁତ ।।

 

କୈବଲ୍ଯ ହାଟରେ ଏକା ସାଥେ ବସି

ଖାଆନ୍ତି ଅବଢ଼ା ଭାତ ,

ଖାଇ ସାରି ମୁଣ୍ଡେ ଅତି ଶରଧାରେ

ପୋଛି ଥାନ୍ତି ନିଜ ହାତ ।।

 

ଉମାକାନ୍ତ ଅଟେ ଅଜ୍ଞ ନରଟିଏ

ଜାଣି ନାହିଁ କିଛି ସେତ,

ନୀଳାଚଳ ଧାମ ଗୁପ୍ତ ରହସ୍ୟକୁ

କହି ଦିଅ ଜଗନ୍ନାଥ ।।

 

ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ,ଜୟ ଜଗନ୍ନାଥ ,…  

ଲାଲବାଗ ,ଖାନନଗର

ମଙ୍ଗଳ ପୁର ,ଯାଜପୁର

 

Related posts

ଚାଷ ଜମିରୁ ଅଜଗର ସାପ ଉଦ୍ଧାର

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସା‌ହିତ୍ୟିକ ଓ ସାମ୍ବାଦିକ

Sunil Chandra Nayak

ଫୁଲବାଣୀ ମିଳିତ ନାଗରିକ କମିଟି ପକ୍ଷରୁ ନୂତନ ଏସଡ଼ିପିଓ ଙ୍କୁ ସ୍ୱାଗତ ଓ ପୁରାତନ ଏସଡିପିଓ ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!