ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ‘ସୁରଭି’ରେ ସର୍ବାଗ୍ରେ ନର୍ଲା ବ୍ଲକ୍ : ରାଜ୍ୟ ସ୍ତରକୁ ଯିବେ ୧୩ ଛାତ୍ରଛାତ୍ରୀ

କଳାହାଣ୍ଡି ‘ସୁରଭି’ରେ ସର୍ବାଗ୍ରେ ନର୍ଲା ବ୍ଲକ୍ : ରାଜ୍ୟ ସ୍ତରକୁ ଯିବେ ୧୩ ଛାତ୍ରଛାତ୍ରୀ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ବାଜିମାତ୍ କରିଛି ନର୍ଲା ବ୍ଲକ୍। ଆସନ୍ତା ୧୨ରୁ ୧୪ ତାରିଖ ଯାଏଁ ଆୟୋଜନ ହେବାକୁ ଥିବା ରାଜ୍ୟ ସ୍ତରୀୟ ମହୋତ୍ସବକୁ ଜିଲ୍ଲାର ୧୩ଗୋଟି ବ୍ଲକରୁ ମୋଟ ୩୩ଜଣ ଛାତ୍ରଛାତ୍ରୀ ଯାଉଥିବା ବେଳେ ଏଥିରେ ନର୍ଲା ବ୍ଲକର ୧୩ଜଣ ରହିଛନ୍ତି। ନର୍ଲା ବ୍ଲକର ଛାତ୍ରଛାତ୍ରୀମାନେ ସର୍ବାଧିକ ୭ଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ସୁରଭିରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କନିଷ୍ଠ ସ୍ତରରେ ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନରେ ଶେରଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଆରବ ପଧାନ, ଦିବ୍ୟାଙ୍ଗ ବରିଷ୍ଠ ସ୍ତରରେ ଚିତ୍ରାଙ୍କନରେ ରୁପ୍ରାରୋଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ଶ୍ରେଣୀର ଚନ୍ଦ୍ରିକା ଭୋଇ, ଉଚ୍ଚ ମାଧ୍ୟମିକ ସ୍ତରରେ ପ୍ରବନ୍ଧ ଲିଖନରେ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନର୍ଲାର ଦ୍ଵାଦଶ ଶ୍ରେଣୀର ଆଦର୍ଶ ନାଏକ, ସଂଗୀତରେ ଉଲିକୁପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀର ଅନୁ ଶବର, ଦିବ୍ୟାଙ୍ଗ ଉଚ୍ଚ ମାଧ୍ୟମିକ ସ୍ତରରେ ଚିତ୍ରାଙ୍କନରେ ରୁପ୍ରାରୋଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ସୁରେଶ ମାଝୀ, ସଂଗୀତରେ ମୁସ୍କୁଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ତାନିଆ ଦୀପ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ମାଣ୍ଡେଲ ପ୍ରଥମ ହୋଇଛି। ଏଥିରେ ନବମ ଶ୍ରେଣୀର ଶ୍ରବଣ ନାଗ ଓ କୃଷ୍ଣ ମୁଣ୍ଡା ଲୁହାର, ଦଶମ ଶ୍ରେଣୀର ହେମାଙ୍ଗିନି ମାଝୀ, ପ୍ରମିତା ପ୍ରଧାନ, କସ୍ତୁରୀ ଗଉଡ଼, ଚୁଲେଶ୍ୱରୀ ପଧାନ ଓ ଶାନ୍ତନୁ ଭୋଇ ସାମିଲ ଅଛନ୍ତି। କୃତୀ ଛାତ୍ରଛାତ୍ରୀମାନଙ୍କୁ ନର୍ଲା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଗୋବର୍ଦ୍ଧନ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ, ନର୍ଲା ବ୍ଲକ୍ ଶିକ୍ଷକ ସଂଘ ସଭାପତି ମୀନକେତନ ସାହୁ, ସଂପାଦକ ଅମିତ କୁମାର ଶର୍ମାଙ୍କ ସମେତ ବିଭିନ୍ନ ଅନୁଷ୍ଠାନ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ତଥା ବ୍ୟକ୍ତିବିଶେଷ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବେଡାପଦର ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ନା ଗର୍ଭବତୀ, ନା କାହାପାଇଁ ?

masiha

ଦେଶର ସାମ୍ବିଧାନିକ ଅଧିକାରକୁ ହାସଲ କରିବା ପାଇଁ ରାଜ୍ୟର ସମସ୍ତ ଅଞ୍ଚଳରେ ଜନମତ ସୃଷ୍ଟି କରାଯିବ ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

masiha

ମେଦିନୀପୁର କ୍ଳଷ୍ଟର୍ ର ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!