ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଳକ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ଜୋନାଲ ସ୍ତରୀୟ ଲୋକ କଳା ରେ ଛାତ୍ର ଅର୍ଜୁନ ଗଣ୍ଡ ଙ୍କ ସଫଳତା 

ବ୍ଳକ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ଜୋନାଲ ସ୍ତରୀୟ ଲୋକ କଳା ରେ ଛାତ୍ର ଅର୍ଜୁନ ଗଣ୍ଡ ଙ୍କ ସଫଳତା 

ଡ଼ାବୁଗାଁ, ୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦ୍ଵାଦଶ ଶ୍ରେଣୀ କଳା ଛାତ୍ର ଅର୍ଜୁନ ଗଣ୍ଡ l ଉକ୍ତ ଛାତ୍ରଟି ବ୍ଳକ ସ୍ତରୀୟ କଳା ଉତ୍ସବ–୨୦୨୪ ରେ ପ୍ରଥମ ସ୍ଥାନ ଅଧିକାର କରି ଜିଲାସ୍ତରୀୟ କଳା ଉତ୍ସବ-୨୦୨୪ କୁ ମନୋନୀତ ହୋଇ ଥିଲେ | ଜିଲା ସ୍ତରୀୟ କଳା ଉତ୍ସବ-୨୦୨୪ ରେ ପୁନର୍ବାର ପ୍ରଥମ ସ୍ଥାନ ଅଧିକାର କରିଥିଲେ l ସେଠାରୁ ଜୋନାଲ ସ୍ତରୀୟ କଳା ଉତ୍ସବ–୨୦୨୪ କୁ ଯାଇ ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ କଳା ଉତ୍ସବ କୁ ମନୋନୀତ ହୋଇଛନ୍ତି l ତାଙ୍କର ଏପରି କୃତିତ୍ଵ ଯୋଗୁଁ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗର୍ବିତ ହେବା ସହିତ ଜିଲା ମଧ୍ୟ ଗର୍ବିତ ହୋଇଛି l ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ସମେତ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ ସମସ୍ତ ଛାତ୍ରୀଛାତ୍ରମାନେ ଖୁବ ଖୁସି ହେବା ସହିତ ଶୁଭେଚ୍ଛା ଜଣାଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଏଫ.ଏଫ.ସି.ର “ବିଶ୍ୱ ବନ୍ଧୁତ୍ୱ ଦିବସ” ପାଳନ

Sunil Chandra Nayak

ଦୈବୀ ଦୁର୍ଘଟଣାକୁ ନେଇ ବିଜେପି ହୀନ ରାଜନୀତି ନକରୁ : ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସଙ୍ଘର ଚେତାବନୀ

ସଡକ ଦୁର୍ଘଟଣାରେ ଅଦ୍ଧାପକ ଗୁରୁତର,କଟକ ସ୍ଥାନାନ୍ତର

Sunil Chandra Nayak

Leave a Comment

error: Content is protected !!