ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୀମାନ୍ତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର

ସୀମାନ୍ତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର

ଅଦ୍ୟ ତା ୯/୧୧୨୦୨୪ ରିଖ ସୀମାନ୍ତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର ଅଧ୍ୟକ୍ଷ ପ୍ରଦ୍ୟୋତ କୁମାରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।”ଜଳବାୟୁ ପରିବର୍ତ୍ତନ ରେ ଭୁ ବିଜ୍ଞାନର ଭୂମିକା “ଶୀର୍ଷକ ନିବନ୍ଧରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଆଇ,ଆଇ, ଟି ଭୁବନେଶ୍ଵରର ଆସିଷ୍ଟାଣ୍ଟ ପ୍ରଫେସର ଡଃ ସୌମ୍ୟଶ୍ରୀ ଦେବାଶିଷ ସାହୁ,ଡଃ ବଙ୍କିମଚନ୍ଦ୍ର ମହାନ୍ତ,ଭୁବନେଶ୍ୱର ନାଇଜର ବୈଜ୍ଞାନିକ ଡଃ ଆଖଣ୍ଡଳ ସାହୁ ଓ ଫକିର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ଅରୁଣ କୁମାର ନାଏକ ଯୋଗଦେଇ ଦିକ୍ଷାନ୍ତ ଅଭିଭାଷଣ ରଖିଥିଲେ।ଜଳବାୟୁ ର ପରିବର୍ତନ ବର୍ତ୍ତମାନ ସମଗ୍ର ବିଶ୍ୱପାଇଁ ସବୁଠାରୁ ବଡ ଆହ୍ଵାନ ପାଲଟି ଥିବା ବେଳେ ଭୁ ବିଜ୍ଞାନୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱସ୍ତରରେ ଗବେଷଣା ରତ ବିଭିନ୍ନ ଗବେଷକ ଓ ଆଗାମୀ ଦିନରେ ନୂଆ ସମ୍ଭାବନା ବିଷୟରେ ଆଲୋକପାତ କରିଥିଲେ।ଅଧ୍ୟାପକ ଅରୁଣ କୁମାର ପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ପାଠ ଚକ୍ରରେ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ସେନାପତି,ପୂର୍ବତନ ରସାୟନ ବିଭାଗ ପ୍ରାଧ୍ୟାପକ ଡଃ ଦେବେସ ଚନ୍ଦ୍ର ହୋତା ,ବରିଷ୍ଠ ଗବେଷଣା ଗାର ସହାୟକ ଶ୍ରୀଯୁକ୍ତ ବିଶ୍ଵନାଥ ମହାନ୍ତ,ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ବସା ,ଅଧ୍ୟାପକ ନିହାର ରଞ୍ଜନ ମହାନ୍ତ,ସଞ୍ଜୀବ କୁମାର ମହାରଣା,ସୁବ୍ରତ ମହାପାତ୍ର ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ରାଜ କିଶୋର ବାରିକ୍ ଙ୍କ ରିପୋର୍ଟ୍ 

Related posts

ପଲ୍ଲିସଭା ରେ ସ୍ଵୀକୃତି ପାଉଥିବା ପ୍ରକଳ୍ପ ଗୁଡିକ ବ୍ଲକ ପ୍ରଶାସନ ଅନୁମୋଦନ କରୁନଥିବା ନେଇ ସରପଞ୍ଚ ଙ୍କ ବିଡିଓଙ୍କୁ ଦାବିପତ୍ର

Sunil Chandra Nayak

ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟୀ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା 

ସାମନ୍ତରାୟ ଏକାଡେମୀ ଦ୍ୱାରା ଆୟୋଜିତ କ୍ଯୁଜ୍ ପ୍ରତିଯୋଗିତାରେ ବାଜି ମାରିଲେ ହିତ୍ରାଣୀ

Leave a Comment

error: Content is protected !!