ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ବର୍ଣ୍ଣ ପଦକ ହାସଲ 

ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ବର୍ଣ୍ଣ ପଦକ ହାସଲ 

ନବରଙ୍ଗପୁର:( ୧୧. ୧୧.୨୦୨୪)(ରବି ନାରାୟଣ ମହାନ୍ତି)ନଫିସା ତୁରୁକ ରମାଦେବୀ ସ୍ୱୟଂଶାସିତ ମହିଳା ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ୧୪ ଟି ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ ମାନଙ୍କ ମଧ୍ୟରୁ ଚଳିତ ବର୍ଷ ମନସ୍ତତ୍ତ୍ୱ ବିଜ୍ଞାନରେ ଶୀର୍ଷ ସ୍ଥାନ ଅଧିକାର କରି ସ୍ନାତକୋତ୍ତର ଡିଗ୍ରୀ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରକାଶ ଥାଉକି, ସୁଶ୍ରୀ ନଫିସା ତୁରୁକ ନବରଙ୍ଗପୁର ଜିଲ୍ଲା ନିବାସୀ ସେନାପତି ସାହିର ପିତା ସଞ୍ଜୟ କୁମାର ତୁରୁକ ଆଇନଜୀବୀ ଏବଂ ମାତା ସଞ୍ଜିତା ତୁରୁକ ଙ୍କ ଜ୍ୟେଷ୍ଠ କନ୍ୟା ଅଟନ୍ତି l ସୁଶ୍ରୀ ନଫିସା ତୁରୁକ ତାଙ୍କର ପ୍ରାଥମିକ ଶିକ୍ଷା ନବରଙ୍ଗପୁର ପବ୍ଲିକ ସ୍କୁଲ ରୁ ଆରମ୍ଭ କରିବା ପରେ ଯୁକ୍ତ ଦୁଇ ନବରଙ୍ଗପୁର ମହାବିଦ୍ୟାଳୟରେ ଅଧୟନ କରିଥିଲେ l ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ପାଇଁ ଶୈଳବାଳା ମହିଳା ମହାବିଦ୍ୟାଳୟ କଟକ ଠାରେ ଅଧ୍ୟୟନ କରିଥିଲେ l ସୁଶ୍ରୀ ନଫିସା ତୁରୁକ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ନିଜ ଜନ୍ମ ମାଟି ନବରଙ୍ଗପୁର ରେ ଖୁସିର ଲହରୀ ଖେଳିଯାଇଛି l ବିଶେଷ କରି ସେ ପ୍ରାଥମିକ ଶିକ୍ଷା ଅଧ୍ୟୟନ କରିଥିବା ନବରଙ୍ଗପୁର ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ,ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଏବଂ ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା ନିଜର ସହପାଠିନୀ ମହଲ ରେ ଖୁସିର ଲହରୀ ସ୍ରୁଷ୍ଟି ହେବା ସହ ବିଭିନ୍ନ ସ୍ଥାନରୁ ସୁଶ୍ରୀ ତୁରୁକଙ୍କୁ ଶୁଭେଚ୍ଛା ଜଣାଉଛନ୍ତି l

Related posts

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୫ ପାଳିତ

masiha

ଡେଙ୍ଗୁ ନିୟନ୍ତ୍ରଣ ଉପରେ ଟାସ୍କଫୋର୍ସ କର୍ମଶାଳା ବ୍ଲକ ସଭାଗୃହ ରେ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ବରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!