ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ପିକ୍ ଅପ ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର ଆରୋହୀ ଆହତ:ଉଦ୍ଧାର କଲେ ବିଜେପି କର୍ମୀ 

ଅଜଣା ପିକ୍ ଅପ ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର ଆରୋହୀ ଆହତ:ଉଦ୍ଧାର କଲେ ବିଜେପି କର୍ମୀ 

ନବରଙ୍ଗପୁର:(୧୦|୧୧)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଡାବୁଗାଁରୁ ଉମରକୋଟ ଯିବା ରାସ୍ତା ବକଡାବେତା ଗ୍ରାମ ରାଜ୍ଯ ରାଜପଥ-୩୯ ଉପରେ ରାତ୍ର ୭ ଘ.୩୦ ମିନିଟ ସମୟ ରେ ଏକ ଅଜଣା ପିକ୍ ଅପ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର ଆରୋହୀ ଆହତ ହୋଇଥିବା ଦେଖିବାକୁ ମିଳିଥିଲା l ଘଟଣା ସ୍ଥଳରୁ ପିକଅପ୍ ଫେରାର ହୋଇ ଯାଇଥିଲା। ବକଡାବେଡା ଗ୍ରାମର ବିଜେପି କର୍ମୀ ଦୁର୍ଘଟଣା ଦେଖି ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ଓ ଗୁରୁତର ସହ ଆରୋହୀ ଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ଗୁରୁତର ଅବସ୍ତା ସଙ୍କଟାପନ୍ନ ଥିବାରୁ ଉମରକୋଟ ରୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଇଥିଲେ l ବିଜେପି କର୍ମୀ ମାନଙ୍କ ମଧ୍ୟରେ ବକଡାବେତା ଗ୍ରାମ ପଞ୍ଚାୟତ ସଭାପତି ଶିବ ଭତ୍ରl, ରଞ୍ଜିତ ଖୁରା,ଉର୍ଦ୍ଧବ କଲାର, ସହଦେବ ପନକା ପ୍ରମୂଖ କର୍ମୀ ମାନେ ସହଯୋଗ କରି ଦୁର୍ଘଟଣା ର ଶିକାର ହୋଇଥିବା ଦୁଇ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କୁ ଜନସାଧାରଣରେ ଭୂୟସୀ ପ୍ରସଂଶା କରିଛନ୍ତି l ଦୁର୍ଘଟଣା ଲୋକଙ୍କୁ ଏପରି ସହାୟତା ର ହାତ ବଢାଇବା ପାଇଁ ବିଜେପି ର କର୍ମୀ ମାନେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି lକର୍ମୀ ମାନଙ୍କ ଠାରୁ ଲୋକଙ୍କ ନାମ ଜଣାପଡିନାହିଁ l ତେବେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ନାମ ଜଣାପଡିଯିବ l

Related posts

ଦୁର୍ଘଟଣାକୁ ନେଇ ବିଜେପି ହୀନ ରାଜନୀତି ନକରୁ : ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସଙ୍ଘର ଚେତାବନୀ

ବ୍ଲକ ଟପ୍ପରକୁ ସମ୍ବର୍ଦ୍ଧିତ କଲା ଓଷ୍ଟା ସଙ୍ଘ

masiha

ଦୁଇ ଦିନିଆ ଗରିମା ଜାତୀୟ କର୍ମଶାଳା ଉଦ୍‌ଘାଟନ ‘ପ୍ରମୁଖ ପରିମଳ କାର୍ଯ୍ୟର ରୂପାନ୍ତରୀକରଣ- ସୁରକ୍ଷା, ସମ୍ମାନ ଓ ସମାବେଶନ (Transforming Core Sanitation Work- Safety, Dignity & Inclusion)

Sunil Chandra Nayak

Leave a Comment

error: Content is protected !!