ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ଲିମିଟେଡ଼ ପକ୍ଷରୁ ଜାତୀୟ କର୍କଟ ସଚେତନତା ସପ୍ତାହ ପାଳିତ

ବେଦାନ୍ତ ଲିମିଟେଡ଼ ପକ୍ଷରୁ ଜାତୀୟ କର୍କଟ ସଚେତନତା ସପ୍ତାହ ପାଳିତ

ସହର ପରିକ୍ରମା କଲା ବିଶାଳ ବାଇକ ଶୋଭାଯାତ୍ରା

ଲାଞ୍ଜିଗଡ,୧୧/୧୧(ମନିସ)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ପକ୍ଷରୁ ଜାତୀୟ କର୍କଟ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବେଦାନ୍ତ ପ୍ରକଳ୍ପ ନିକଟବର୍ତ୍ତୀ ପ୍ରାୟ ୩୦ ଖଣ୍ଡ ଗାଁର ୩୦୦ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରି ଏକ ସପ୍ତାହ ବ୍ୟାପି କର୍କଟ ସଚେତନତା ଅଭିଯାନ ପରେ ବାଲକୋ ମେଡିକାଲ ସେଣ୍ଟରର ମିଳିତ ସହଯୋଗରେ ଏକ ମାଗଣା କର୍କଟ ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ, ବିପଦର କାରଣ, ନିୟମିତ ସ୍କ୍ରିନିଂ ଉପରେ ଗୁରୁତ୍ୱ ଦିଆଯିବା ସହିତ ରୋଗ ଚିହ୍ନଟକୁ ପ୍ରୋତ୍ସାହିତ କରିବା, ସ୍ତନ, ପାଟି ଏବଂ ଗର୍ଭାଶୟ କର୍କଟ ଭଳି ବିଭିନ୍ନ ପ୍ରକାରର କର୍କଟ ରୋଗରୁ ଜୀବନ ରକ୍ଷା ସମ୍ପର୍କରେ ଜନ ସଚେତନତା କରାଯାଇଥିଲା। ଏଥିରେ ଅଭିଜ୍ଞ ଡାକ୍ତର ଓ ବିଶେଷଜ୍ଞମାନେ ଯୋଗଦେଇ ଅଞ୍ଚଳର ୫୮୦ ଜଣ ଲୋକଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ଏହା ପୂର୍ବରୁ ଲାଞ୍ଜିଗଡ ବେଦାନ୍ତ ଷ୍ଟାଫ କଲୋନୀରୁ ଏକ ସଚେତନତା ବାଇକ୍ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ବେଦାନ୍ତ ଲିମିଟେଡ଼ ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଣବ ଭଟ୍ଟାଚାର୍ଯ୍ୟ ଓ ବିତ୍ତ ବିଭାଗ ମୁଖ୍ୟ ସୁରେଶ ପ୍ରମୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ତଥା ବେଦାନ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ବେଦାନ୍ତ ଲିମିଟେଡ଼ ପକ୍ଷରୁ ଅଞ୍ଚଳବାସୀ ଓ ପ୍ରକଳ୍ପ ପ୍ରଭାବିତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବେଦାନ୍ତ ହସ୍ପିଟାଲ ସ୍ଥାପିତ ହୋଇଥିବାବେଳେ ଏଥିରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା, ଅଭିଜ୍ଞ ଡାକ୍ତର, ଫିଜିଓଥେରାପିଷ୍ଟ ଏବଂ ଭ୍ରମଣକାରୀ ବିଶେଷଜ୍ଞ ଏବଂ ରେଫରାଲ୍ ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି। ପ୍ରତିବର୍ଷ ୬୦ ହଜାରରୁ ଅଧିକ ଲୋକେ ବେଦାନ୍ତ ହସ୍ପିଟାଲ ଦ୍ୱାରା ଚିକିତ୍ସା ଓ ପରାମର୍ଶ ସେବା ପାଇଥାନ୍ତି।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ପି ଏମ୍ କେନ୍ଦ୍ରୀୟ ବିଦ୍ୟାଳୟ ସି ବି ଏସ୍ ଇ ପରୀକ୍ଷାରେ ଶତ ପ୍ରତିଶତ ସଫଳତା 

ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ 

masiha

ଜାତୀୟ ମତଦାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!