ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଟୋଇ ସାହିତ୍ୟ ପତ୍ରିକା ଉନ୍ମୋଚନ   

ବାଟୋଇ ସାହିତ୍ୟ ପତ୍ରିକା ଉନ୍ମୋଚନ     

ରାଜନଗର ଅଞ୍ଚଳରୁ ପରିପ୍ରକାଶ ପାଉଥିବା ରାଜ୍ୟସ୍ତରୀୟ ସାହିତ୍ୟ ପତ୍ରିକା ବାଟୋଇ ଉନ୍ମୋଚିତ ହୋଇ ଯାଇଛି । ଉଦଘାଟକ ପ୍ରଫେସର ନଟବର ଶତପଥୀ , ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତ୍ୟିକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଡ଼. ବାବାଜୀ ପଟ୍ଟନାୟକ, ବିଶିଷ୍ଟ ପ୍ରାବନ୍ଧିକ ଓ ସା‌ହିତ୍ୟିକ, ସମ୍ମାନୀତ ଅତିଥି ନିରାକାର ଦାସ, ବରେଣ୍ୟ କବି ଓ ସାହିତ୍ୟିକ, ସମ୍ମାନୀତ ଅତିଥି ଶତୃଘନ ପାଣ୍ଡବ, ବିଶିଷ୍ଟ କବି ଓ ସାହିତ୍ୟିକ, ସମ୍ମାନୀତ ଅତିଥି ଶରତ ଚନ୍ଦ୍ର ମହାପାତ୍ର, ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତ୍ୟିକ, ସଭାରେ ଅଧ୍ୟକ୍ଷତା କରୁଥିଲେ ହେମନ୍ତ କୁମାର ରାଉତ , ବିଶିଷ୍ଟ କବି ଓ ସାହିତ୍ୟିକ। ସଂପାଦକ କବି ଶତୃଘନ ତରାଇ ସ୍ବାଗତ ଭାଷଣ ଦେଇଥିଲେ। ସହ ସଂପାଦକ ନୃସିଂହ ଚରଣ ତରାଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ବାରା ପତ୍ରିକା ଉନ୍ମୋଚନ କରାଯାଇଥିଲା। ଅଧ୍ୟାପିକା କବି ତନୁଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ହଂସୁଆ କଳାପ୍ରତିଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଉଦଘାଟନୀ ସଂଗୀତ ଗାଇଥିଲେ । ନିରଞ୍ଜନ ଶତପଥି, ବାବାଜୀ ଧଳ, ସୁକାନ୍ତ ତ୍ରିପାଠୀ, ଭବାନୀ ମହାପାତ୍ର,ବିମଳା ସେନ, ଅଧ୍ୟାପକ ଘନ ମିଶ୍ର ,ନିରଞ୍ଜନ ଦାଶ, ସୁଶାନ୍ତ ଦାଶ, ହେମନ୍ତ ବାରିକ, ଦିଲ୍ଲୀପ ସାହୁ ପ୍ରଭୃତି ସଭାରେ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

କାମାକ୍ଷାମାଟିର ଗର୍ବ ଗୌରବ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ

Sunil Chandra Nayak

ଶ୍ରମିକ ମାରଣା ନିତି ବିରୁଦ୍ଧରେ   ରାଜ୍ୟ ବ୍ୟାପୀ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା 

masiha

ଘନ କୁହୁଡି ବର୍ଷା ଯୋଗୁଁ ଧାନ କାଟିବା ପାଇଁ ଚାଷୀମାନେ ହନ୍ତ ସନ୍ତ 

masiha

Leave a Comment

error: Content is protected !!