ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହେଲା ଭୋଟର ସହାୟତା କେନ୍ଦ୍ର 

ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହେଲା ଭୋଟର ସହାୟତା କେନ୍ଦ୍ର 

 ମୟୂରଭଞ୍ଜ -ତା ୧୧-୧୧ ( ମସିହା)ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୫ ଅଭିଯାନ କ୍ରମରେ ଭୋଟର ମାନଙ୍କ ପାଇଁ ଏକ ଭୋଟର ସହାୟତା କେନ୍ଦ୍ରକୁ ଜିଲ୍ଲlପାଳ ଶ୍ରୀଯୁକ୍ତ ହେମ କାନ୍ତ ସଏ ଭା. ପ୍ର. ସେ. ଫିତା କାଟି ଶୁଭ ଉଦଘାଟନ କରିଥିଲେ ।

ଉକ୍ତ କେନ୍ଦ୍ରକୁ ଉଦଘାଟନ କରି ଜିଲ୍ଲାପାଳ କହିଥିଲେ କି ଏହି ସହାୟତା କେନ୍ଦ୍ର ଚଳିତ ନଭେମ୍ବର ମାସ ୨୮ ତାରିଖ ପର୍ଯ୍ୟନ୍ତ ଜନସାଧାରଣ ତଥା ଭୋଟର ମାନଙ୍କ ନିମନ୍ତେ କାର୍ଯ୍ୟ କରିବ ଏବଂ ସହାୟତା କେନ୍ଦ୍ର ମାଧ୍ୟମରେ ନିକଟ ଭବିଷ୍ୟତ ରେ ଯୋଗ୍ୟ ବିବେଚିତ ହେବାକୁ ଯାଉଥିବା ନୂତନ ଭୋଟରମାନେ ସେମାନଙ୍କ ନାମ ଭୋଟର ତାଲିକା ରେ ପଞ୍ଜିକରଣ କରିପାରିବେ । ତତସହିତ ପୂର୍ବରୁ ପଞ୍ଜିକୃତ ହୋଇଥିବା ଭୋଟର ମାନେ ଭୋଟର ତାଲିକା ରେ ସେମାନଙ୍କର ରହିଥିବା ବିଭିନ୍ନ ବ୍ୟକ୍ତିଗତ ତଥ୍ୟର ତ୍ରୁଟି ଗୁଡିକୁ ନିୟୋଜିତ ଥିବା କର୍ମଚାରୀ ମାନଙ୍କ ସହାୟତାରେ ଉଦ୍ଦିଷ୍ଟ ଫର୍ମ ଜରିଆରେ ସଂଶୋଧନ କରାଇ ପାରିବେ ଯଦ୍ୱାରା ଆଗାମୀ ସମୟରେ ପ୍ରକାଶନ ହେବାକୁ ଥିବା ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ଭୋଟର ପଞ୍ଜିକୃତ ହେବା ସହ ଏକ ତ୍ରୁଟି ଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ। 

ତେଣୁ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ଉଦେଶ୍ୟରେ ମତଦାନ ପ୍ରକ୍ରିୟା ରେ ସମସ୍ତ ଯୋଗ୍ୟ ବିବେଚିତ ଭୋଟର ସେମାନଙ୍କ ମତଦାନ ଅଧିକାର କୁ ସାବ୍ୟସ୍ତ କରିବା ଲକ୍ଷ୍ୟ ନେଇ ଆଗାମୀ ସମୟରେ ଦେଶରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ମହାପର୍ବ ରେ ସାମିଲ ହେବା ପାଇଁ ଜନସାଧାରଣ ତଥା ପ୍ରତ୍ୟେକ ଯୋଗ୍ୟ ମତଦାତା ଏହି ସହାୟତା କେନ୍ଦ୍ରର ସୁଯୋଗ ନେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ,ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ରାଇରଙ୍ଗପୁର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରିଣୀ ସୁଶ୍ରୀ ଆଶନୀ ଏ ଏଲ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

 ମୟୂରଭଞ୍ଜ ରରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ରଜକ ସେବା ସଙ୍ଘ ର ବାର୍ଷିକ ସମ୍ମିଳନୀ 

Sunil Chandra Nayak

ସଞ୍ଜିବନୀ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ     

masiha

ବହୁଭାଷୀ ନାଟକ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ୮ ରୁ ୧୧ ପର୍ଯ୍ୟନ୍ତ ପ୍ରୟାସ ନାଟକ ମହୋତ୍ସବ 

masiha

Leave a Comment

error: Content is protected !!