ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଶ୍ୟାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ ୧୯ ତମ ତ୍ରିଦିବସୀୟ ବାର୍ଷିକ ଶ୍ୟାମ ମହୋତ୍ସବ ଆନନ୍ଦ ଓ ଉଲ୍ଲାସର ପାଳିତ 

ରାଇରଙ୍ଗପୁର ରେ ଶ୍ୟାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ ୧୯ ତମ ତ୍ରିଦିବସୀୟ ବାର୍ଷିକ ଶ୍ୟାମ ମହୋତ୍ସବ ଆନନ୍ଦ ଓ ଉଲ୍ଲାସର ପାଳିତ 

 ମୟୂରଭଞ୍ଜ – ୧୨/୧୧ ( ମସିହା)ଆଜି ପବିତ୍ର ଦେଵଉତ୍ଥନୀ ଏକାଦଶୀ ।ଆଜିର ଦିନରେ ଶ୍ୟାମ ବାବାଙ୍କ ଜନ୍ମୋତ୍ସବ ।ମାରଓ୍ବାଡୀ ସଂପ୍ରଦାୟର ଆରାଧ୍ୟ ଦେବତା ଶ୍ୟାମ ଖଟୁ ବାବା . । ରାଇରଙ୍ଗପୁର ରେ ଶ୍ୟାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ ତ୍ରୀଦିଵସୀୟ ୧୯ ତମ ଶ୍ୟାମ ମହୋତ୍ସବ ମଙ୍ଗଳବାର ଦେଵଉତ୍ଥନୀ ଏକାଦଶୀ ଅବସରରେ ଶୁଭାରମ୍ଭ ହୋଇଛି ।ଆଜି ସକାଳେ ଶ୍ୟାମ ଅଖଣ୍ଡ ଜ୍ୟୋତି ପାଠ କରାଯାଇଥିଲା।୩୦୦ ରୁ ଉର୍ଦ୍ଧ୍ବ ଆବାଳ ବୃଦ୍ଧ ବନିତା ରାଇରଙ୍ଗପୁର ସହରର ଅଁଳାଡୁଵାସ୍ଥ ଠାକୁରାଣୀ ବେଡା ମନ୍ଦିର ପରିସରରେ ପୂଜାର୍ଚ୍ଚନା କରିଥିଲେ ।ପରେ ଏକ ଆକର୍ଷଣୀୟ ସୁସଜ୍ଜିତ ରଥରେ ଶ୍ୟାମ ବାବାଙ୍କୁ ରଖି ସମସ୍ତେ ନୂତନ ରଙ୍ଗବେରଙ୍ଗ ପୋଷାକ ପରିଧାନ କରି ହାତରେ ନିଶାନା ଧରି ନାଚି ନାଚି ଝୁମି ଝୁମି ସହରର ଜଗନ୍ନାଥ ମନ୍ଦିର,ଗୋଲେଇ ଛକ ପରେ ବଜାରର ରାମ ମନ୍ଦିର ପରିକ୍ରମା କରିଥିଲେ ।ଶ୍ୟାମ ବାବା କୀ ଜୟ ଓ ଭଜନ ଗୁଞ୍ଜରଣରେ ସମଗ୍ର ଅଂଚଳ ଶ୍ଯାମମୟ ହୋଇ ଯାଇଥିଲା । ଭଜନ ଶ୍ରୀ ଶ୍ୟାମ ସାଁଵରେ ମେରା ସାଁଵରିୟା ବଡ଼ା ଜିଲ୍ଲାର ନିକଲା….,ଚାଲ ଖାଟୁ କେ ଧାମ ପତା ନହିଁ କିୟା ତୁଝେ ମିଲେ ଜାୟେ…. ଇତ୍ୟାଦି ସୁମୁଧର ଭଜନ ରେ ନାଚି ନାଚି ଭକ୍ତମାନେ ନିଜକୁ ଶ୍ଯାମ ପ୍ରେମରେ ହଜାଇ ଦେଇଥିଲେ । ପରେ ରାମ ମନ୍ଦିର ପହଞ୍ଚି ସେଠାରେ ନିଶାନା ଓହ୍ଲାଇ ଶାମ ବାବାଙ୍କ ଦର୍ଶନ କରିଥିଲେ । ମନ୍ଦିର କମିଟି ତରଫରୁ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।ଆଜି ରାତିରେ ଭଜନ, କୀର୍ତ୍ତନ,ତୁଳସୀ ବିବାହ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବୁଧବାର ଦିନ ପୂଜାର୍ଚ୍ଚନା ହେବା ସହ ରାତିରେ ଦିଲ୍ଲୀର ଶ୍ୟାମ ଦିବାନୀ ପ୍ରସିଦ୍ଧ ଗାୟିକା କନିକା ଗ୍ରୋବର ଏବଂ ହରିୟଣାର ଶ୍ୟାମ ଦିବାନା ହର୍ଷ ତନେଜା ପ୍ରମୁଖ ଭଜନ ପରିବେଷଣ କରିବେ । ବୁଧବାର ଦିନ ସମସ୍ତ ଶ୍ରଦ୍ଧାଳୁ,ଶ୍ଯାମ ପ୍ରେମୀଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯିବ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମକୁ ସଭାପତି ସନ୍ତୋଷ ସାରଡା,ସଂପାଦକ ଆଲୋକ ଅଗ୍ରୱାଲ,ସୁବାଷ ଭୁତ,ଅନିଲ ପାଣିଆ, ସଞ୍ଜୟ ଅଗ୍ରୱାଲ,ଗୌରବ ଅଗ୍ରୱାଲ,କନୈୟା ଶର୍ମା ,ସୁବାଷ ଭିତ୍ତି,ମନିଷ ଅଗ୍ରୱାଲ ଆଶୁ ଚିରାଗ ,ମଣ୍ଟି ଏବଂ ଅନ୍ୟମାନେ ଶୃଙ୍ଖଳାର ସହପରିଚାଳନା କରୁଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଲାଲବାହାଦୁର ଶାସ୍ତ୍ରୀ ଙ୍କ 57 ତମ ଶ୍ରାଦ୍ଧ ବାର୍ଷିକ ପାଳନ

Sunil Chandra Nayak

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ଦ୍ଵାରା ପୋଲିଓ ସଚେତନତା କାର୍ଯ୍ୟକ୍ରମ 

masiha

ବାମନଘାଟି ବ୍ରାହ୍ମଣ ମହାସଙ୍ଘ ଆନୁକୂଲ୍ୟରେ ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର ଉଦଘାଟିତ

masiha

Leave a Comment

error: Content is protected !!