ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିକ୍ରମା ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ : 53 କୃତି ଛାତ୍ରଛାତ୍ରୀ ପାଇଲେ ଟେଲେଣ୍ଟ ଆୱାର୍ଡ 2025

ପରିକ୍ରମା ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ : 53 କୃତି ଛାତ୍ରଛାତ୍ରୀ ପାଇଲେ ଟେଲେଣ୍ଟ ଆୱାର୍ଡ 2025

ମୟୂରଭଞ୍ଜ-:31/5 —  ଆଜି ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ “ପରିକ୍ରମା ” ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ପି ସି ଏମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ରେ ଶତକଡା 90% ପ୍ରତିଶତ ବା ତାଠାରୁ ଅଧିକ ରଖିଥିବା କେରଳା ପବ୍ଲିକ ସ୍କୁଲର 14ଜଣ, ସରସ୍ବତୀ ଶିଶୁ ମନ୍ଦିରର 3ଜଣ, କେନ୍ଦ୍ରୀୟ ବିଦ୍ୟାଳୟର 4ଜଣ, ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ, ଫାତୁ ମେମୋରିଆଲ ଆକାଡେମୀ, ତାରଣାର 2ଜଣ, ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଝରାଡ଼ିହିର 4ଜଣ, ଓଡିଶା ଆଦର୍ଶ ବିଦ୍ୟାଳୟ ପାସନା, ଜାମଦାର 2ଜଣ, ଓଡିଶା ଆଦର୍ଶ ବିଦ୍ୟାଳୟ ଜମିରଡିହା, ବିଶୋଇର ଜଣେ, ଓଡିଶା ଆଦର୍ଶ ବିଦ୍ୟାଳୟ ଝାଡ଼ଗାଁ, ବହଳଦାର 4ଜଣ, ଓଡିଶା ଆଦର୍ଶ ବିଦ୍ୟାଳୟ ସାନମଉଦା, ରାଇରଙ୍ଗପୁର ର 6ଜଣ, ରିଚାର୍ଡ ମିଶନ ସ୍କୁଲ, ରାଇରଙ୍ଗପୁରର ଜଣେ, ଏକଲବ୍ୟ ମଡେଲ ଅବାସିକ ବିଦ୍ୟାଳୟର 2 ଜଣ ଓ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ବହଳଦାରୁ ଜେଇ, ନିଟ କୋଚିଂ ପାଇଁ ମନୋନୀତ ହୋଇଥିବା କୃତି ଛାତ୍ର ଛାତ୍ରୀଙ୍କୁ ଟେଲେଣ୍ଟ ଆୱାର୍ଡ 2025 ପ୍ରଦାନ କରାଯାଇଥିଲା. ଉତ୍ସବରେ ସମାଜସେବୀ ଓ ସଂସ୍କୃତିପ୍ରେମୀ ପୂର୍ବତନ ଆଇପିଏସ ଅଧିକାରୀ କାମ୍ୟା ମିଶ୍ରା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ରାଇରଙ୍ଗପୁର ପୌର ପାଳିକାର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୁରୀ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳା ନନ୍ଦ ସାହୁ, ପୂର୍ବତନ ବିଧାୟକ ଶାଇବା ସୁଶୀଲ କୁମାର ହାଁସଦା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ମାଧ୍ୟମରେ ମାର୍ଗଦର୍ଶନ କରିଥିଲେ. ପରିକ୍ରମା ର ସମ୍ପାଦକ ସୁବାସ ମଣ୍ଡଳ ମଂଚାସୀନ ଥିଲେ. ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସ ସ୍ୱାଗତ ଭାଷଣ ଦେଙ୍କଥିବା ବେଳେ ସଦସ୍ୟ ଅତନୁ ମହାନ୍ତି ଧନ୍ୟବାଦ ଦେଇଥିଲେ. କାର୍ଯ୍ୟକ୍ରମକୁ ରଞ୍ଜନ ନନ୍ଦ ପରିଚାଳନା କରିଥିଲେ. ପ୍ରାରମ୍ଭରେ ବରେଣ୍ୟ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରି ସମାରୋହକୁ ଉଦଘାଟନ କରିଥିଲେ. ସମସ୍ତ କୃତି ବିଦ୍ୟାର୍ଥୀଙ୍କୁ ମେମେଣ୍ଟ, ପ୍ରସଂସପାତ୍ର, ଓ ଗୋଟିଏ ଲେଖାଏଁ ଚାରା ଗଛ ପ୍ରଦାନ କରାଯାଇଥିଲା. ପରିକ୍ରମା ପକ୍ଷରୁ ଅତିଥି ମାନଙ୍କୁ ପ୍ରୀତି ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା. କାର୍ଯ୍ୟକ୍ରମରେ ଦିଲ୍ଲୀପ ମହାନ୍ତି, ଅଶୋକ ରାଉତ, ଦିଗମ୍ବର ଗିରି, ତିମିର ରଞ୍ଜନ ପଣ୍ଡା ବିଜୟ ରାମ, ଦୁଷ୍ମନ୍ତ ଦାସ, କିଶୋର ମଲ୍ଲିକ, ବିମଳ କୃଷ୍ଣ ମହାନ୍ତି ଓ ରାଇରଙ୍ଗପୁର ସଦା ସକ୍ରିୟ ରେଡି ଭଲେଣ୍ଟିୟର ଗ୍ରୁପର ଯୁବ ସ୍ବେଛାସେବୀ ମନେ ସହଯୋଗ କରିଥିଲେ.।        

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜୀବନ ସଂଗ୍ରାମରେ ହାରିଗଲେ ରମାକାନ୍ତ 

masiha

ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଉଦ୍ୟେଗୀ ଦିବସ ପାଳିତ

masiha

ଉମରକୋଟ ଠାରେ ପହଲଗାଁଓ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ହିନ୍ଦୁ ସଂଘଟନ ପକ୍ଷରୁ ବିରୋଧ ପ୍ରଦର୍ଶନ

masiha

Leave a Comment

error: Content is protected !!