ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଡିଓ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖୀ ଶାସନକୁ ବିରୋଧ କରି ପଞ୍ଚାୟତ ସମିତି ବୈଠକ ବର୍ଜନ 

ବିଡିଓ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖୀ ଶାସନକୁ ବିରୋଧ କରି ପଞ୍ଚାୟତ ସମିତି ବୈଠକ ବର୍ଜନ 

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ରାଓ, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର,ସାଂସଦ ପ୍ରତିନିଧି ଗର୍ଜନା ପ୍ରସାଦ ରାଓ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ୧୨ଗୋଟି ସରପଞ୍ଚ ଓ ୬ଜଣ ସମିତି ସଭ୍ୟ ଓ ଗୁଣୁପୁର ବିଧାୟକ ଅନୁପସ୍ଥିତ କାରଣରୁ ଆଜି ବୈଠକ ଉପଯୁକ୍ତ କୋରମ ଅଭାବରୁ ହୋଇପାରିଲା ନାହିଁ। ଏଥିରେ ବିଡ଼ିଓ ଓ ସହକାରୀ ଯନ୍ତ୍ରୀ ମନମୁଖୀ ଶାସନରେ ଅତିଷ୍ଠ ହୋଇ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସରପଞ୍ଚ ଓ ସମିତି ସଭ୍ୟ ବିନା ଅଜାଣତରେ ଉନ୍ନୟନ ମୂଳକ କାର୍ଯ୍ୟକରାଯାଉଥିବା ନେଇ ସରପଞ୍ଚ ଓ ସମିତି ସଭ୍ୟ ମାନେ ଅଭିଯୋଗ କରିଛନ୍ତି।ଆଜି ଏକ ଦାବିପତ୍ର ଜିଲ୍ଲାପାଳ ପାରୁଲ ପାଟଓ୍ବାରୀ ଓ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ୧୨ଗୋଟି ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଯଦି ସରପଞ ଓ ସମିତି ସଭ୍ୟଙ୍କୁ ଉନ୍ନୟନ କାର୍ଯ୍ୟ ଅବଗତ କରାନଯାଇ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ କରାଗଲେ ବୈଠକ ବର୍ଜନ ସହ ଗଣଧାରଣା ଦେବା ନେଇ ଚେତାବନୀ ଦେଇଛନ୍ତି।।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂତନ ମନ୍ଦିରର ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ଓ ପୂଣ୍ଣାହୁତି 

masiha

ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସତସଙ୍ଗ ଦକ୍ଷିଣ ରାଉରକେଲାରେ ଅନୁଷ୍ଠିତ

Sunil Chandra Nayak

କ୍ଷତ୍ରିୟ ଧାକଡ ସମାଜ ମହା ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!