ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ ସ୍ମରଣିକା କମିଟି: କବିତା ପାଠଉତ୍ସବ ଓ ପ୍ରବନ୍ଧ ଆଲୋଚନାର ପ୍ରସ୍ତୁତି ବୈଠକ 

ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ ସ୍ମରଣିକା କମିଟି: କବିତା ପାଠଉତ୍ସବ ଓ ପ୍ରବନ୍ଧ ଆଲୋଚନାର ପ୍ରସ୍ତୁତି ବୈଠକ 

ନବରଙ୍ଗପୁର:(ତା ୧୩.୧୧.୨୦୨୪)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ସ୍ମରଣିକା ଓ କବିତା ପାଠୋତ୍ସବର ଅଧ୍ୟକ୍ଷ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉପାଧ୍ୟକ୍ଷ ମୁନା ତ୍ରିପାଠୀ ବୈଠକ ପରିଚାଳନା କରିବା ସଙ୍ଗେ ସଙ୍ଗେ ଏଜେଣ୍ଡା ଅନୁଯାୟୀ ବିଭିନ୍ନ ପ୍ରସ୍ତାବ ଗ୍ରହଣରେ ସହଯୋଗ କରିଥିଲେ।ପ୍ରସ୍ତାବ ଗ୍ରହଣ ଅନୁଯାୟୀ ଆସନ୍ତା ୧.୧୨.୨୦୨୪ ତାରିଖ ରେ ଦୁଇଟି ସ୍ଥାନରେ ନବରଙ୍ଗପୂର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଏବଂ ଉମରକୋଟ ବ୍ଲକ ସମ୍ମିଳନୀ ଗୃହରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ। ଆଗ୍ରହୀ କବି ନିଜ ନିଜର କବିତା ଆସନ୍ତା ୨୫.୧୧.୨୦୨୪ ସୁଦ୍ଧା ପ୍ରେରଣ କରିବେ।ସେଭଳି ସ୍ମରଣିକା ପାଇଁ ନିଜର ପ୍ରବନ୍ଧ ,ଗବେଷଣା ଆସନ୍ତା ୨୫.୧୧.୨୦୨୪ ସୁଦ୍ଧା ପ୍ରେରଣ କରିବେ।ସ୍ମରଣିକା ପାଇଁ ନିଜର ଲେଖନୀ ରେ କୌଣସି ଜାତି,ଧର୍ମ, ବର୍ଣ୍ଣ ସମ୍ପ୍ରଦାୟ ପ୍ରତି ଆକ୍ଷେପ, ବିଦ୍ୱେଷ ରହିବ ନାହିଁ ଏବଂ ପ୍ରବନ୍ଧ ନବରଙ୍ଗପୁର ଜିଲ୍ଲାର ଐତିହ୍ୟ, ସଂସ୍କୃତି, ପରମ୍ପରା, କଳା,ଉନ୍ନତି ସହ ସଫଳ କାହାଣୀକୁ ଗୁରୁତ୍ବ ଦିଆଯିବ।ସମସ୍ତ ପ୍ରେରଣ କବିତା ଓ ପ୍ରବନ୍ଧ ନୀରିକ୍ଷଣ କମିଟି ଦ୍ବାରା ଯାଞ୍ଚ ହେବ।ବୈଠକରେ ଡି ସି ଓ ଘାଷିଆ ହରିଜନ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା,ପି ଏ ,ଆଇ ଟି ଡି ଏ ରାଜୀବ ସାହୁଙ୍କ ସମେତ ବିଜୟ ଚୌଧୁରୀ, ବଲ୍ଲବ ରାଉତ,ଜେମାମଣି ବିଶୋଇ, ନାରାୟଣ ପଣ୍ଡା, ଦୁର୍ଗା ପାଢ଼ୀ, ପ୍ରଭାସିନୀ ମହାନ୍ତି,ରାମ ପ୍ରସାଦ ପାତ୍ର,ଆଶୁତୋଷ ପାତ୍ର,କିଶୋର ପଟ୍ଟନାୟକ ,ହେମଲତା ମାଝୀ,କେଦାର ପଟ୍ଟନାୟକ,ସଂଯୁଲତା ପଣ୍ଡା, ସ୍ୱର୍ଣଲତା ପଟ୍ଟନାୟକ, ଦୁର୍ଗା ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଫୁଟବଲ ରେଫରି ଚୟନ ପରୀକ୍ଷା 

masiha

ସରକାର ବଦଳିଲା ହେଲେ ସୁଧୁରୁ ନାହିଁ ରାସ୍ତା ଅବସ୍ଥା, ଦୃଷ୍ଟି ପଡିବ କି ବିଧାୟକ ? 

masiha

ଜୟ ହିନ୍ଦ ପବ୍ଲିକ ସ୍କୁଳ ର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!