ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଅନୁଷ୍ଠାନ ସଦସ୍ୟାଙ୍କୁ ଆଇ କାର୍ଡ ଏବଂ ନିମନ୍ତ୍ରଣ ପତ୍ର ପ୍ରଦାନ 

ମୋ ଅନୁଷ୍ଠାନ ସଦସ୍ୟାଙ୍କୁ ଆଇ କାର୍ଡ ଏବଂ ନିମନ୍ତ୍ରଣ ପତ୍ର ପ୍ରଦାନ 

ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢ଼ି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର ବାର୍ଷିକ ଉତ୍ସବ ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖ । ଚଳିତ ବର୍ଷ ଅକ୍ଟୋବର ୨ ତାରିଖରୁ ଅନୁଷ୍ଠାନ ସଦସ୍ୟ ସଦସ୍ୟା ମାନଙ୍କୁ ଆଇ କାର୍ଡ ବଣ୍ଟନ ଆରମ୍ଭ କରିଛି । ଏହି ଅବସରରେ ତା ୧୩/୧୧/୨୪ ରିଖରେ ଖଇରା ବ୍ଲକ ସଦସ୍ୟା ରେଖାରାଣୀ ବାରିକ୍ ଓ ସରୋଜିନୀ ପାଣିଗ୍ରାହୀଙ୍କ ଘରେ ପହଞ୍ଚି ଆଇ କାର୍ଡ ଏବଂ ବାର୍ଷିକ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଓ ସଦସ୍ୟା ଭଉଣୀ କୁଞ୍ଜଲତା ମାହୁନ୍ତ । ଶ୍ରୀମତୀ ମାହୁନ୍ତ ଜଣେ ସୁଗୃହିଣୀ, ସୁସମାଜସେବୀ, ସୁସଂଗଠକ ଓ ଅନୁଷ୍ଠାନ ପ୍ରେମୀ ହୋଇଥିବାରୁ ନିଜର ବହୁମୂଲ୍ୟ ସମୟ ନଷ୍ଟକରି ମୋ ଅନୁଷ୍ଠାନ ପ୍ରତି ଶ୍ରମ ଓ ସମୟ ପ୍ରଦାନ କରୁଥିବାରୁ ଅନୁଷ୍ଠାନ କେବେବି ତାଙ୍କୁ ଭୁଲି ପାରିବ ନାହିଁ । ନିଜ ଅନୁଷ୍ଠାନ ସହିତ ଆଞ୍ଚଳିକ କ୍ଷେତ୍ରରେ ବହୁତ ଅନୁଷ୍ଠାନ ସହିତ ଜଡ଼ିତ ଥାଇ ବି ମୋ ଅନୁଷ୍ଠାନ ପ୍ରତି ଯେଉଁ ଭଲ ପାଇବା ଦେଇ ଚାଲିଛନ୍ତି ତାହା ଅନୁଷ୍ଠାନ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇ ରହିବ ଏଥିରେ ସନ୍ଦେହ ନାହିଁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଦାନ୍ତ ଲିମିଟେଡ୍ ତରଫରୁ ଜଗନ୍ନାଥପୁରଠାରେ ବିଶ୍ବ ଜଳ ଦିବସ ପାଳିତ

Sunil Chandra Nayak

କେନ୍ଦ୍ରୀୟ ଦୋଳ ମେଲଣ ସମିତିର ଆବାହକ ହେଲେ ମୁକ୍ତିକାନ୍ତ 

Sunil Chandra Nayak

ନବରଙ୍ଗପୁର ଠାରେ ଉଦ୍ୟମୀ ଓଡ଼ିଶା ଏମ ଏସ ଏମ ଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!