ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲେପ୍ରା ସୋସାଇଟି ଗାଡି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ଡ୍ରାଇଭର ସୁରକ୍ଷିତ

ଥୁଆମୁଲ ରାମପୁର:୧୯/୪: ମ.ନି.ସ:- ନେତ୍ର ଚିକିତ୍ସା କରିବା ପାଇଁ ନେଉଥିବା ଗାଡି  ସୁରକ୍ଷିତ ଭାବରେ ବୃଦ୍ଧ ବୃଦ୍ଧା ମାନଙ୍କୁ ନେବା ଆଣିବା କରୁଥିବା ଗାଡି ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହେଉଥିବା ନଜର କୁ ଆସିଛି। ଏପରି ଏକ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଳକ ମଧ୍ୟ ଭାଗରେ ଥିବା ସିଙ୍ଗାରୀଘାଟିରେ। ସୂଚନାରୁ ଜଣାଯାଏ ଯେ, ଜୁନାଗଡ ନେତ୍ର ଚିକିତ୍ସାଳୟ ଲେପ୍ରା ସୋସାଇଟିରେ କାର୍ଯ୍ଯ କରୁଥିବା ଏକ ଭେନ୍ ଜୁନାଗଡରୁ ଥୁଆମୂଳ ରାମପୁର ଯାଇ ଫେରିବା ସମୟରେ ଭାରସାମ୍ୟ ହରାଇ ସିଙ୍ଗାରୀ ଘାଟି ପିଲାହାରି ଗଛ ନିକଟ ରାସ୍ତାରେ ଦୁର୍ଘଟଣା ଘଟି ଭେନଟି ଓଲଟି ପଡିଥିବା ଜଣାଯାଏ। ଭେନ୍ ଓଲଟି ପଡିବାରୁ ଡ୍ରାଇଭର ସୁଭାଗ୍ଯ ବଶତଃ ଅଳ୍ପକେ ରକ୍ଷା ପାଇଗଲେ। ତେବେ ନେତ୍ର ଚିକିତ୍ସା ନିମନ୍ତେ କୌଣସି ବ୍ଯକ୍ତି ଆଜି ଗାଡିରେ ବସିନଥିବା ଏହା ଏକ ପ୍ରକାର ଖୁସିର ବିଷୟ ବୋଲି ଆଲୋଚନା ହେଉଅଛି। ନେତ୍ର ଚିକିତ୍ସା ନେଇ ଜୁନାଗଡ ଲେପ୍ରା ସୋସାଇଟି କୁ ଅନେକ ବୃଦ୍ଧ ବୃଦ୍ଧା ଯାଇ ସୁରକ୍ଷିତ ଭାବରେ ଫେରିଛନ୍ତି। ଆଗକୁ ଆଉ ଏଭଳି ଘଟଣା ନଘଟେ ସେଥିପ୍ରତି ବିଭାଗୀୟ ଅଧିକାରୀ ଟିକେ ସଚେତନ ରହିବେ ବୋଲି ବୁଦ୍ଧିଜୀବୀ ପକ୍ଷରୁ ସତର୍କ କରାଇଥିବା ଜଣାଯାଏ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କଥା ଦେଇ କଥା ରଖିଲେ ସରପଞ୍ଚ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ପ୍ରତିଯୋଗିତା ଉପ କମିଟିର ବୈଠକ  

Sunil Chandra Nayak

ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସରଗୁଲ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!