ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବୁଲାନ୍ସ ନଥିବାରୁ ବାଇକରେ ବୁହା ହେଲା ମୃତ୍ୟୁ ଦେହ

ଆମ୍ବୁଲାନ୍ସ ନଥିବାରୁ ବାଇକରେ ବୁହା ହେଲା ମୃତ୍ୟୁ ଦେହ

ଲାଞ୍ଜିଗଡ଼,ରାଜ୍ୟ ସରକାର ଆମ୍ବୁଲାନ୍ସ ସେବା ନେଇ ଚାରିଆଡେ ନିଜର ପ୍ରଚାର କରୁଥିଲେ ସୁଦ୍ଧା ଏହି ସେବା ବାରମ୍ବାର ଫ୍ଲପ ହେଉଛି। ଦିନକୁ ଦିନ ଏହାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଏହାର ଏକ ବିକଳ ଚିତ୍ର କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ବାଇକରେ ମୃତ ଶରୀର ବୁହା ହୋଇଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କୁମଖାଲ ଗ୍ରାମପଞ୍ଚାୟତ ଅଧିନସ୍ତ ପୁନିଗୁଡା ଗାଁର ନନ୍ଦ ମାଝୀଙ୍କ ଝିଅ ସନ୍ଧ୍ୟା ମାଝୀ (୧୨) କୌଣସି ରୋଗରେ ଆକ୍ରାନ୍ତ ପରେ ତାଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାର ମୃତ୍ୟୁ ହୋଇଥିଲା। ସେହି ଶବକୁ ଘରକୁ ନେବାପାଇଁ ଆମ୍ବୁଲାନ୍ସ ଖୋଜାଖୋଜି କରିବାପରେ ଆମ୍ବୁଲାନ୍ସ ଉପଲବ୍ଧ ନ’ଥିବାରୁ ସେମାନେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେବାପରେ ଓ ଅର୍ଥ ଅଭାବ ଯୋଗୁଁ ବେସରକାରୀ ଆମ୍ବୁଲାନ୍ସ କିମ୍ଵା କୌଣସି ଯାନବାହାନ ନ’ପାଇବାରୁ ଶେଷରେ କୁମ୍ଭଖାଲ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଙ୍କ ସ୍ୱାମୀମୁଲୁ ମାଝୀ ନିଜ ବାଇକ ଯୋଗେ ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରାୟ ୧୨କିଲୋମିଟର ନିଜ ଝିଅର ମୃତ ଦେହକୁ ଆଣିଥିବା ଜଣାପଡ଼ିଛି। ଏପରି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଏପରି କାର୍ଯ୍ୟକୁ ଦେଖି ଦୃଢ଼ ନିନ୍ଦା କରିଛନ୍ତି।

ଲାଞ୍ଜିଗଡ ବ୍ଲକ ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ 

masiha

କୋରାପୁଟ ଜିଲ୍ଲା ଶିଶୁମଙ୍ଗଳ କମିଟିକୁ ରାୟଗଡ଼ ଦାୟିତ୍ୱ ଦେଲେ ସରକାର l “ଦାୟିତ୍ୱ ହସ୍ତାନ୍ତର ନକରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲା ଭlଙ୍ଗି ଦାୟିତ୍ୱ ଗ୍ରହଣ କରାଗଲା” 

masiha

ଗଣିତ ଓ ବିଜ୍ଞାନ ଶିକ୍ଷକଙ୍କ ପଦୋନ୍ନତି ବଦଳିରେ ସିନିୟର ଏସ୍ ଇ ଏସ୍ ପ୍ରଧାନଶିକ୍ଷକ ପଦବୀରେ ଯୋଗଦାନ:ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆନନ୍ଦିତ 

Leave a Comment

error: Content is protected !!