ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବ୍ଲିକ ସ୍କୁଲରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଶିଶୁ ଦିବସ ପାଳିତ 

ପବ୍ଲିକ ସ୍କୁଲରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଶିଶୁ ଦିବସ ପାଳିତ 

ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ପବ୍ଲିକ ସ୍କୁଲରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମଧ୍ୟରେ ଶିଶୁ ଦିବସ ମହାସମାରୋହରେ ପାଳନ ହୋଇଯାଇଛି l ବିଦ୍ୟାଳୟ ର ବିଭିନ୍ନ ପ୍ରତିଯୋଗିତା ରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ତତ୍ ସଙ୍ଗେ ସଙ୍ଗେ ବିଦ୍ୟାଳୟ ର ଅଧ୍ୟକ୍ଷା, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନେ ବିଭିନ୍ନ ସୁମଧୁର ସଙ୍ଗୀତ ର ତାଳେ ତାଳେ ନୃତ୍ୟ କରି ଆନନ୍ଦ ଅନୁଭବ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ର ମାନ୍ୟବର ବିଧାୟକ ଗୌରିଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ମୁନ୍ନା ତ୍ରିପାଠୀ, କାଦମ୍ବିନୀ ତ୍ରିପାଠୀ, ଆଇନଜୀବୀ ରାମ ପ୍ରସାଦ ପାତ୍ର, କିଶୋରୀ ପଟ୍ଟନାୟକ, ଅନୁଷ୍ଠାନ ର ଅଧ୍ୟକ୍ଷା ସ୍ପର୍ଶ ଲତା ପଟ୍ଟନାୟକ, ନବ କିଶୋର ଖଣ୍ଡପାନ,ଜିଲ୍ଲା ଜରୁରୀ କାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ , ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

( ମ ନି ସ )

Related posts

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ: ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ ବିନ୍ଦୁ ମହାନନ୍ଦ

Sunil Chandra Nayak

କାବେରି ବାଡ଼ି ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ 

masiha

ରାଉରକେଲା ବନ ବିଭାଗ ପକ୍ଷରୁ ଏକ ପେଡ୍ ମା କେ ନାମକୁ ନେଇ ୭୭ତମ ବନ ମହୋତ୍ସବ-୨୦୨୬ ପାଳିତ

Leave a Comment

error: Content is protected !!